www.samajalive.in
Wednesday, December 10, 2025
18.1 C
Bhubaneswar

ଓଡିଶା ନିର୍ମାଣ ନିଗମ ଲିଃ.ରେ  ପ୍ରକଳ୍ପ ପରିଚାଳନା ସୂଚନା ବ୍ୟବସ୍ଥାର ଶୁଭାରମ୍ଭ

ଭୁବନେଶ୍ୱର: ଓଡିଶା ନିର୍ମାଣ ନିଗମ ଲିଃ(ଓ.ସି.ସି.ଏଲ୍) ତରଫରୁ କରାଯାଉଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟକୁ ଭଲ ଭାବରେ ତଦାରଖ କରି ପ୍ରକଳ୍ପ ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ଉଦ୍ଦେଶ୍ୟରେ ଏକ ଉଚ୍ଚମାନର କମ୍ପ୍ୟୁଟର ବ୍ୟବସ୍ଥାକୃତ ପ୍ରକଳ୍ପ ପରିଚାଳନା ବ୍ୟବସ୍ଥା(ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ)ର ଶୁଭାରମ୍ଭ ହୋଇଯାଇଛି।  ଓସିସିଏଲର ଅଧ୍ୟକ୍ଷା ତଥା ଜଳସଂପଦ ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ, ନିଗମର ୨୭୫ ତମ ବୋର୍ଡ ଅଫ୍ ଡିରେକ୍ଟରର୍ସ( ନିର୍ଦ୍ଦେଶକ ମଣ୍ଡଳୀ) ବୈଠକରେ ଯୋଗଦାନ ଅବସରରେ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ନିଗମର ପରିଚାଳନାରେ ଥିବା ଉଚ୍ଚ କର୍ତୃପକ୍ଷମାନଙ୍କୁ ଏହି ସଫ୍ଟଟୱେର  ପ୍ରକଳ୍ପଗୁଡିକ ନିର୍ଦ୍ଧାରିତ ସମୟ ମଧ୍ୟରେ ସଫଳତାର ସହିତ ଶେଷ କରିବା ପାଇଁ ଅଧିକ ଅନୁଧ୍ୟାନର ସହ ତଦାରଖ କରିବାରେ ସହାୟକ ହେବ। ଏଥି ସହିତ ଏହି  ସଫ୍ଟଟୱେର ପ୍ରକଳ୍ପ କାର୍ଯ୍ୟରେ ନିୟୋଜିତ ବ୍ୟକ୍ତିଙ୍କ କାର୍ଯ୍ୟ ଦକ୍ଷତା, ଆର୍ଥିକ କାରବାର ଏବଂ ପ୍ରକଳ୍ପ ସ୍ତରରେ କରାଯାଉଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଆଦି ସଂପର୍କରେ ସୂଚନା ପ୍ରଦାନ କରିବ। http://pmis-occ.in  ୱେବ୍ ସାଇଟ୍ ବ୍ୟବହାର କରି ଏହି ପ୍ରକଳ୍ପ ପରିଚାଳନା ସୂଚନା ବ୍ୟବସ୍ଥା ଉପଯୋଗ କରାଯାଇପାରିବ।

 

- Advertisement -

ଓଡିଶା ସରକାରଙ୍କ ଏକ  ଔଦ୍ୟୋଗିକ ସଂସ୍ଥା ଇଡ୍କଲ ସଫ୍ଟଟୱେର ଲିଃ.(ଆଇ.ଏସ୍.ଏଲ୍) ଦ୍ୱାରା ୬୬ ଲକ୍ଷ ଟଙ୍କା ବ୍ୟୟରେ ଏହି ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ ବିକଶିତ କରାଯାଇଛି। ଏହି ବ୍ୟବସ୍ଥାରେ ରଖାଯାଇଥିବା ତଥ୍ୟକୁ ଓସିସିଏଲ୍ ପରିଚାଳନା କର୍ତୃପକ୍ଷଙ୍କ ଦ୍ୱାରା ଯାଂଚ କରାଯାଇଥିବା ବେଳେ  ଆଗାମୀ ଅଗଷ୍ଟ ମାସରୁ ପ୍ରକଳ୍ପସ୍ତରରୁ ଏବଂ ମୁଖ୍ୟ କାର୍ଯ୍ୟାଳୟର ବ୍ୟବହାରକାରୀଙ୍କୁ ଏହି ସଫ୍ଟୱେର ବ୍ୟବହାର ସଂପର୍କରେ ପର୍ଯ୍ୟାୟକ୍ରମେ ପ୍ରଶିକ୍ଷଣ ଦିଆଯିବ।  ଏହି ୱେବ୍ ସାଇଟର ଥିବା ଡ୍ୟାସ୍ବୋର୍ଡ ବ୍ୟବହାର କରି ପ୍ରକଳ୍ପସ୍ତରରୁ ମାସିକ ପ୍ରଗତି ବିବରଣୀ, କାର୍ଯ୍ୟ ବାବଦକୁ ବିଲ୍ ପ୍ରଦାନ ଓ କାର୍ଯ୍ୟସ୍ଥିତି ସଂପର୍କରେ ତଥ୍ୟ ଉତ୍ପନ୍ନ କରାଯାଇ ଅନ୍-ଲାଇନ୍ ଜରିଆରେ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟ ସ୍ତରରେ ବ୍ୟବସ୍ଥିତ ହୋଇପାରିବ। ଓସିସିଏଲର ଅଧ୍ୟକ୍ଷା, ନିର୍ଦ୍ଦେଶକ ଏବଂ ଅନ୍ୟ ଅଧିକାରୀମାନେ ଡ୍ୟାସବୋର୍ଡ ବ୍ୟବହାର କରି ପ୍ରକଳ୍ପୱାରୀ, ଜିଲା ୱାରୀ, ପ୍ରକଳ୍ପର ପ୍ରକାର ଭେଦ ଏବଂ ପ୍ରକଳ୍ପରୁ ଉପକୃତ ହେଉଥିବା ସେବାର୍ଥୀଙ୍କ ସଂପର୍କରେ ସ୍ଥିତି ଅନୁଧ୍ୟାନ ସହିତ ଧାର୍ଯ୍ୟ  ଲକ୍ଷ୍ୟ-ଖର୍ଚ୍ଚ ପରିମାଣ ଗ୍ରାଫରୁ କେତେ କାର୍ଯ୍ୟ ହୋଇଛି, ସେ ସଂପର୍କରେ ଜାଣିପାରିବେ।

ଏହି କାର୍ଯ୍ୟକ୍ରମରେ  ବୋର୍ଡର ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ  ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ୍ କୁମାର ସାମଲ, ସର୍ବୋଚ୍ଚ ଯନ୍ତ୍ରୀ ତଥା ସ୍ୱତନ୍ତ୍ର ଶାସନ ସଚିବ, ଭିଜିଲାନ୍ସ ତଥା ଓସିସିର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଇଂ, ଅସୀମ କୁମାର ମହାପାତ୍ର, ଓସିସିର ପରିଚାଳନା ନିର୍ଦ୍ଦେଶକ ଚିନ୍ମୟ  ରାଉତ,  ବୋର୍ଡ ଅଫ୍ ଡିରେକ୍ଟର୍ସର ଅନ୍ୟତମ ସଦସ୍ୟ ଦେବରାଜ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories