www.samajalive.in
Monday, December 8, 2025
20.1 C
Bhubaneswar

ନାବାଳିକା ମୃତଦେହ ନେଇ ପଳାଇବା ଘଟଣା; ଶବ ବ୍ୟବଛେଦ କରି ପରିବାରକୁ ହସ୍ତାନ୍ତର କଲା ପୁଲିସ

ନବରଙ୍ଗପୁର: ଗତକାଲି ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଜଣେ ନାବାଳିକାଙ୍କୁ ନେଇ ପରିବାର ଲୋକେ ଡାକ୍ତରଙ୍କୁ ଦେଖାଇବା ପରେ ଡାକ୍ତରଜଣକ ନାବାଳିକାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ପରିବାର ଲୋକେ କାହାକୁ ନ ଜଣାଇ ନାବାଳିକାଙ୍କ ମୃତଦେହକୁ ନେଇ ପଳେଇବା ପରେ ଡାକ୍ତରଙ୍କୁ ସନ୍ଦେହ ହେବାରୁ ଏନେଇ ପୋଲିସକୁ ସୂଚନା ଦେଇଥିଲେ। ଏହାପରେ ମୈଦଲପୁର ଫାଣ୍ଡି ଅଧିକାରୀ ଅନାମୁ ଦିଆନ ପୁଲିସ କର୍ମଚାରୀଙ୍କ ସହ ଗତକାଲି ରାତିରେ ନାବାଳିକାଙ୍କ ଗ୍ରାମ କୁଚା ଜାମ୍ବଗୁଡାକୁ ଯାଇ ମୃତଦେହ ଜବତ କରି ଆଜି ବ୍ୟବଛେଦ କରି ପରିବାରକୁ ହସ୍ତାନ୍ତର କରିଛି। ପୁଲିସ ତଦନ୍ତ ସମୟରେ ଜାଣିବାକୁ ପାଇଲା ଯେ ନାବାଳିକାଙ୍କ ମୃତ୍ୟୁ ମୁର୍ଚ୍ଛା ରୋଗ ଯୋଗୁଁ ହୋଇଛି। ଗ୍ରାମବାସୀମାନେ ମଧ୍ୟ ତଦନ୍ତ ସମୟରେ କହିଛନ୍ତି ଗତକାଲି ନାବାଳିକାଜଣକ ବାଲଟିରେ ପାଣି ଆଣୁଥିବା ସମୟରେ ମୁର୍ଚ୍ଛା ହୋଇ ତଳେ ପଡିଯାଇଥିଲେ।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories