www.samajalive.in
Tuesday, December 9, 2025
17.1 C
Bhubaneswar

ଡେଥ ଜୋନରେ ପୁଣି ସଡକ ଦୁର୍ଘଟଣା ; ଅଟୋରେ ଥିବା ମତ୍ସ୍ୟଜୀବୀ ସମେତ ଚାଳକ ଗୁରୁତର

ଗୋପାଳପୁର : ଗଞ୍ଜାମ ଜିଲ୍ଲାର ଡେଥ ଜୋନ ଭାବେ ପରିଚିତ ଜାତୀୟ ରାଜପଥ ନଂ ୧୬ ତଥା ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦର ଠାରେ ରବିବାର ଭୋରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଇଟା ବୋଝେଇ ଟ୍ରାକ୍ଟର ପଛପଟକୁ ଏକ ଅଟୋ ଧକ୍କା ଦେଇଛି। ଅଟୋରେ ବସିଥିବା ୩ ଜଣ ମହିଳା ମତ୍ସ୍ୟଜୀବୀ ସମେତ ଅଟୋ ଚାଳକ ଗୁରୁତର ହୋଇଛନ୍ତି। ଏହା ସହ ଅଟୋରେ ବସିଥିବା ଅନ୍ୟ ମହିଳା ମତ୍ସ୍ୟଜୀବୀ ମାନେ ଆହାତ ହୋଇଥିବା ଜଣାପଡିଛି। ଆହାତ ମାନଙ୍କୁ ଗୋଳନ୍ଥରା ପୁଲିସ ପକ୍ଷରୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ମେଡିକାଲ ପଠାଯାଇଥିଲା। ଗୁରୁତର ରହିଥିବା ତିନି ମହିଳା ତିଳୋତ୍ତମା ବେହେରା (୨୬), ସାବିତ୍ରୀ ବେହେରା (୩୬)ଓ ହାର ବେହେରା (୩୦) ଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।
ଚାଳକ  ବୁଦ୍ଧିଆ ବେହେରା ସମେତ ଅନ୍ୟ ଆହତ ମତ୍ସ୍ୟଜୀବୀ ମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ୧୦ରୁ ଊର୍ଦ୍ଧ୍ବ ମହିଳା ମତ୍ସ୍ୟଜୀବୀ ଭୋର ପ୍ରାୟ ୪ଟା ବେଳେ ମାଛ ବିକିବା ପାଇଁ ସୁରଳରୁ ଅଟୋ ଯୋଗେ ବ୍ରହ୍ମପୁର କମାପଲ୍ଲୀ ଛକ ମାଛ ବଜାରକୁ ଆସୁଥିଲେ। ତେବେ ହଳଦିଆପଦର ଠାରେ ଜାତୀୟ ରାଜପଥ ନିକଟ ଚନ୍ଦ୍ରକଳ୍ପେଶ୍ବର ମନ୍ଦିର ନିକଟରେ ସମ୍ମୁଖରେ ଯାଉଥିବା ଟ୍ରାକ୍ଟର ଟି ଅଚାନକ ବ୍ରେକ ଲଗାଇବାରୁ ପଛରେ ଯାଉଥିବା ଅଟୋଟି ଭାରସାମ୍ୟ ହରାଇ ଟ୍ରାକ୍ଟର୍ ପଛକୁ ଧକ୍କା ଦେଇଥିଲା। ଅଟୋର ସମ୍ମୁଖ ଭାଗ ଚୁରମାର ହୋଇ ଯାଇଛି। ଗ୍ରାମବାସୀ ସମେତ ପରିବାର ଲୋକ ଏମକେସିଜିରେ ପହଞ୍ଚିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories