www.samajalive.in
Monday, December 8, 2025
27.1 C
Bhubaneswar

ସନ୍ଧ୍ୟା ୬ଟା – ମୁଖ୍ୟ ଖବର

–କୁଖ୍ୟାତ ଗ୍ୟାଙ୍ଗଷ୍ଟର ସେକ ହାଇଦର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ହାଇଦରଙ୍କ ମୃତ୍ୟୁ ନେଇ ସରକାରୀ ଭାବେ ଘୋଷଣା କରାଯାଇନାହିଁ।

–ଚଳିତ ବର୍ଷର ଆଇସିଏସଇ ଦଶମ ଓ ଆଇଏସସି ଦ୍ୱାଦଶ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି।  ଛାତ୍ରଛାତ୍ରୀ results.cisce.org ୱେବସାଇଟରେ ନିଜ ଫଳାଫଳ ଉପଲବ୍ଧ ହେଉଛି।

- Advertisement -

–କରୋନା ପାଇଁ ଚଳିତ ବର୍ଷ ପରୀକ୍ଷା ହୋଇ ନ ଥିବା ବେଳେ ଉଭୟ ଶ୍ରେଣୀରେ ପାସ୍‌ ହାର ୯୯%ରୁ ଅଧିକ ରହିଛି। ରାଜ୍ୟରେ ୧୦ମ ଶ୍ରେଣୀର ପାସ୍‌ ହାର ୯୯.୯୮% ରହିଥିବା ବେଳେ ଦ୍ୱାଦଶ ଶ୍ରେଣୀର ୯୯.୮୩% ପାସ୍‌ ହାର ରହିଛି।

–ରାଜ୍ୟର କିଛି ସ୍ଥାନରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି। ଏହାସହ ଆଗାମୀ ୫ ଦିନ ଓ ୨୪ ଘଣ୍ଟା ମଧ୍ୟରେ ଅନେକ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

–ଡଃ ତପନ କୁମାର ଚାନ୍ଦ ବେଦାନ୍ତର ଓଡିଶା ଏବଂ ଛତିଶଗଡ ଆବାସିକ ନିର୍ଦ୍ଦେଶକ ନିଯୁକ୍ତ। ଡଃ ଚାନ୍ଦ ଗତକାଲି ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି।

ଭାରତୀୟ ସେନାରେ ନାମଲେଖା ପାଇଁ ଚଳିତ ମାସ ୨୫ ତାରିଖରେ ହେବାକୁ ଥିବା ପ୍ରବେଶିକା ପରୀକ୍ଷା ସ୍ଥଗିତ, କରୋନା ମହାମାରୀ ଓ ବର୍ତ୍ତମାନର ପାଣିପାଗ ସ୍ଥିତିକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି

ଜମ୍ମୁ-କଶ୍ମୀରରେ ଶନିବାର ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ସୁରକ୍ଷା ବାହିନୀର ଏକ ମିଳିତ ଦଳ ଏହି ଅପରେସନ୍‍ କରୁଛନ୍ତି। ଏଥିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି।

–ଏମସ୍‍ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆଙ୍କ ସୂଚନା-ଦେଶରେ ପିଲାମାନଙ୍କ ନିମନ୍ତେ ସେପ୍ଟେମ୍ବର ସୁଦ୍ଧା କୋଭିଡ ଟିକାକରଣ ଆରମ୍ଭ ହୋଇପାରେ। ସଂକ୍ରମଣ ସହ ଲଢେଇ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ।

ଜାଇଡସ ପରୀକ୍ଷା କରି ସାରି ଏହାର ଜରୁରୀକାଳୀନ ବ୍ୟବହାରକୁ ଅପେକ୍ଷା କରିଛି। ଭାରତ ବାୟୋଟେକର କୋଭାକ୍ସିନ ପରୀକ୍ଷା ଅଗଷ୍ଟ କିମ୍ବା ସେପ୍ଟେମ୍ବର ସୁଦ୍ଧା ଶେଷ ହେବା ସମ୍ଭବାନା ଏବଂ ସେହି ସମୟରେ ଆମେ ନିଶ୍ଚୟ ଅନୁମୋଦନ ପାଇବୁ ବୋଲି ଆଶା।

୧୯୯୧ ମସିହା ଅର୍ଥନୈତିକ ସଙ୍କଟକୁ ଦୃଷ୍ଟିରେ ରଖି କରୋନା ମହାମାରୀ ପ୍ରପୀଡ଼ିତ ରାଷ୍ଟ୍ର ପାଇଁ ଏବେକାର ଅର୍ଥନୈତିକ ଅବସ୍ଥା ଓ ଆଗାମୀ ରାସ୍ତା ଆହୁରି ଭୟଙ୍କର ବୋଲି କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂ

ଟୋକିଓ ଅଲିମ୍ପିକ୍ସରେ ଭାରତର ପ୍ରଥମ ପଦକ: ମୀରା ବାଇ ଚାନୁଙ୍କୁ ରୌପ୍ୟ ପଦକ

ଟୋକିଓ ଅଲମ୍ପିକରେ ଭାରତର ବିଜୟ ଅଭିଯାନ ; ପୁରୁଷ ହକିରେ ନ୍ୟୁଜିଲ୍ୟାଣ୍ଡକୁ ୩/୨ରେ ପରାସ୍ତ କଲା ଭାରତ

ଟୋକିଓ ଅଲମ୍ପିକରେ ଭାରତର ଅଭିଯାନ ; ତୀରନ୍ଦାଜି ମିକ୍ସଡ୍‍ କ୍ୱାଟର ଫାଇନାଲରେ ପହଞ୍ଚିଲେ ଭାରତୀୟ ପ୍ରତିଯୋଗୀ

ଗୁରୁ ପୂର୍ଣ୍ଣିମା : ଯେଉଁଠାରେ ଜ୍ଞାନ , ସେଠାରେ ପୂର୍ଣ୍ଣିମା – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଟୋକିଓ ଅଲିମ୍ପିକ୍‌ସରେ ଭାଗ ନେଉଥିବା ଭାରତୀୟ ଦୌଡ଼କୁଦ ଖେଳାଳିମାନଙ୍କୁ ଭାରତୀୟ ଦୌଡ଼କୁଦ ମହାସଂଘ (ଏଏଫଆଇ) ର ଚେତାବନୀ – ଖରାପ ପ୍ରଦର୍ଶନ କଲେ କାର୍ୟ୍ୟାନୁଷ୍ଠାନ

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୯,୦୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ ; ଦିନକ ମଧ୍ୟରେ ୩୫,୦୮୭ ଜଣ ସୁସ୍ଥ। କରୋନାରୁ ଆରୋଗ୍ୟ ହାର ୯୭.୩୫%। ଦେଶରେ ସଂପ୍ରତି ମୋଟ ୪,୦୮,୯୭୭ ସକ୍ରିୟ ସଂକ୍ରମିତ

ଦେଶରେ ଦୈନିକ ସଂକ୍ରମଣ ହାର ୨.୪% ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୨୨%। ଦେଶରେ ମୋଟ ୪୫.୪୫ କୋଟି ନମୁନା ଶୁକ୍ରବାର ସଂଧ୍ୟା ସୁଦ୍ଧା ପରୀକ୍ଷା। ମୋଟ ୩,୦୫,୦୩,୧୬୬ ଜଣ କରୋନା ସଂକ୍ରମିତ ସୁସ୍ଥ

ଶୁକ୍ରବାର ସଂଧ୍ୟା ସୁଦ୍ଧା ଦେଶରେ ମୋଟ ୪୨.୭୮ କୋଟି ପାନ କୋଭିଡ ଟିକା ଦିଆଯାଇସାରିଛି

ଦେଶରେ ଗୋଟିଏ ଦିନରେ ୫୪୬ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏଥିସହିତ କରୋନା ଜନିତ ମୃତ୍ୟୁସଂଖ୍ୟା ୪,୨୦,୦୧୬କୁ ବୃଦ୍ଧି

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮୫୪ ନୂଆ କରୋନା ସଂକ୍ରମିତ ଚିହ୍ନଟ ;  ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୧୦୮୨ ଏବଂ ସ୍ଥାନୀୟ ସଂକ୍ରମିତ ୭୮୨। ରାଜ୍ୟରେ ଆଉ ୬୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ; ଖୋର୍ଦ୍ଧାରୁ ସର୍ବାଧିକ ୩୦ ମୃତ

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories