www.samajalive.in
Sunday, December 7, 2025
26.1 C
Bhubaneswar

ଗ୍ୟାଙ୍ଗଷ୍ଟର ହାଇଦରକୁ ଏନକାଉଣ୍ଟର: ପେଟରେ ବାଜିଛି ଗୁଳି, ଚିକିତ୍ସା ପାଇଁ ବାଲେଶ୍ବର ଡାକ୍ତରଖାନା ସ୍ଥାନାନ୍ତର

ଭୁବନେଶ୍ବର: ଗ୍ୟାଙ୍ଗଷ୍ଟର ହାଇଦରକୁ ବାରିପଦା ନିକଟରେ ଏନକାଉଣ୍ଟର ହୋଇଥିବା ସୂଚନା ମିଳିଛି। ଏନକାଉଣ୍ଟରବେଳେ ହାଇଦରଙ୍କ ପେଟରେ ଗୋଟିଏ ଗୁଳି ବାଜିଛି ଏବଂ ଗୁଳିବିଦ୍ଧ ଅବସ୍ଥାରେ ତାଙ୍କୁ ବାଲେଶ୍ବର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ ଆଜି ଗ୍ୟାଙ୍ଗଷ୍ଟାର ସେକ ହାଇଦରଙ୍କୁ ଚୌଦ୍ବାରରୁ ବାରିପଦା ଜେଲକୁ ସ୍ଥାନାନ୍ତର କରାଯାଇଥିଲା। ଚୌଦ୍ବାର ଜେଲରେ ନିରାପତ୍ତା ଦୃଷ୍ଟିରୁ ସୁରକ୍ଷିତ ନ ଥିବାରୁ ଚୌଦ୍ବାର ଜେଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ହାଇଦରଙ୍କୁ କଟକ ଜିଲା ଏସକର୍ଟପାର୍ଟି ବାରିପଦା ନେଉଥିଲେ।

- Advertisement -

ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶିୀ କହିଛନ୍ତି ଯେ ହାଇଦରଙ୍କୁ ଚୌଦ୍ବାର ଜେଲରୁ ନିରାପତ୍ତା ଦୃଷ୍ଟିରୁ ବାରିପଦା ଜେଲକୁ ସ୍ଥାନାନ୍ତର କରାଯାଉଥିଲା। ଜଣେ ଇନିସପେକ୍ଟର, ଜଣେ ସବଇନିସପେକ୍ଟର ଏବଂ ଗୋଟିଏ ସେକ୍ସନଫୋର୍ସ ତାଙ୍କୁ ବାରିପଦା ନିଆଯାଉଥିଲା। ଏସକର୍ଟପାର୍ଟିଙ୍କ ମଧ୍ୟରୁ ବନ୍ଧୁକ ଛଡ଼ାଇ ଦୌଡ଼ିପଳାଇବାକୁ ଉଦ୍ୟମ କରିଥିଲା। ଏତିକିବେଳେ ଏସକର୍ଟପାର୍ଟି ନିରାପତ୍ତା ଦୃଷ୍ଟିରୁ ଗୁଳି ଚଳାଇଥିଲା। ହାଇଦରଙ୍କ ପେଟରେ ଗୋଟିଏ ଗୁଳି ବାଜିଛି ଏବଂ ଗୁଳିବିଦ୍ଧ ଅବସ୍ଥାରେ ତାଙ୍କୁ ବାଲେଶ୍ବର ହସପିଟାଲକୁ ନିଆଯାଉଛି। ତେବେ ଏହି ଘଟଣାରେ କୌଣସି ପୁଲିସ ଆହତ ହୋଇନାହାନ୍ତି।

କଟକ ଡିସିପି ପ୍ରତୀକ ସିଂହ କହିଛନ୍ତି ଯେ ଆଜି ଅପରାହ୍ଣ ୩.୨୦ ସମୟରେ ବାଲେଶ୍ବର ଜିଲାର ସିମୁଳିଆଠାରେ ହାଇଦର ପରିଶ୍ରା ଯିବା ପାଇଁ ଏସକର୍ଟପାର୍ଟିଙ୍କ ନିକଟରେ ଯିଦ ଧରିଥିଲା। ଭ୍ୟାନରୁ ଓହ୍ଲାଇବାପରେ ଏସକର୍ଟ କରୁଥିବା ଜଣେ ଗାର୍ଡଙ୍କଠାରୁ ବନ୍ଧୁକ ଛଡ଼ାଇବାକୁ ଚେଷ୍ଟା କରିଥିଲା ଏବଂ ତାଙ୍କ ସହ ଧସ୍ତାଧସ୍ତା ହୋଇଥିଲା। ତାଙ୍କୁ ବାରମ୍ବାର ଚେତାବନୀ ଦେବା ପରେ ମଧ୍ୟ ସେ ଶୁଣିନଥିଲା ଏବଂ ଘଟଣାସ୍ଥଳରୁ ଫେରାର ହୋଇଯିବାକୁ ଉଦ୍ୟମ କରିଥିଲା। ଏହି ସମୟରେ ଜଣେ ସବଇନିସପେକ୍ଟର ନିଜର ଆତ୍ମରକ୍ଷା ସହିତ ସମସ୍ତଙ୍କୁ ସୁରକ୍ଷା କରିବା ପାଇଁ ହାଇଦରଙ୍କ ଉପରକୁ ଗୁଳି ଚଳାଇଥିଲେ। ହାଇଦରଙ୍କ ପେଟରେ ଗୋଟିଏ ଗୁଳି ବାଜିଛି ଏବଂ ସେ ଏଥିରେ ଆହତ ହୋଇଛନ୍ତି। ଆହତ ହାଇଦରଙ୍କୁ ଚିକିତ୍ସା ପାଇଁ ବାଲେଶ୍ବର ହସପିଟାଲକୁ ନିଆଯାଉଛି।

ସେକ୍ ହାଇଦର, File Photo

 

ବାଲେଶ୍ବର ଡାକ୍ତରଖାନାରେ ରକ୍ତଜୁଡ଼ୁବୁଡୁ ଅବସ୍ଥାରେ ହାଇଦରଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ହାଇଦରଙ୍କ ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ରହିଛି। ତାଙ୍କୁ ତୁରନ୍ତ ଆବଶ୍ୟକ ଚିକିତ୍ସା ଯୋଗାଇ ଦେବା ପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷ ଉଦ୍ୟମ ଜାରି ରଖିଛନ୍ତି। ଡିଏସପିଙ୍କ ନେତୃତ୍ବରେ ୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ଏବଂ ବାଲେଶ୍ବର ମେଡ଼ିକାଲ ପରିସର ସମ୍ପୂର୍ଣ୍ଣ ପୁଲିସ ଛାଉଁଣି ହୋଇଛି।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories