www.samajalive.in
Sunday, December 7, 2025
15.1 C
Bhubaneswar

ଓଜନ ହ୍ରାସ କରିଥାଏ ଏହି ଘରୋଇ ଉପାୟ

ଆଜିକାଲି ଦୁନିଆ ସାରା ଲୋକେ ନିଜ ଡ଼ାଇଟିଙ୍ଗକୁ ନେଇ ଖୁବ ଚିନ୍ତିତ। ଓଜନ ହ୍ରାସ କରିବା ପାଇଁ ଚେଷ୍ଟା କରୁଥିବା ଲୋକେ ଫଳକୁ ମଧ୍ୟ ନିଜ ଖାଇବାରୁ ଦୂରେଇ ରଖିଥାଆନ୍ତି। ମାତ୍ର ଏହା ଠିକ ନୁହେଁ। ଫଳ ନ ଖାଇବା ଦ୍ୱାରା ବହୁ ପୋଷକ ତତ୍ତ୍ୱ ଶରୀର ନିକଟକୁ ପହଞ୍ଚିପାରେ ନାହିଁ। ଫଳକୁ ଠିକ ଭାବେ ଖାଇବା ଦ୍ୱାରା ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଜାଣନ୍ତୁ କେଉଁ ଫଳକୁ ଖାଇବା ଦ୍ୱାରା ଓଜନ ହ୍ରାସ ପାଇଥାଏ………
ଲିଚୁ କୋଳି – ଲିଚୁ କୋଳି ଓଜନ ହ୍ରାସ କରିବା ପାଇଁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଉପକାରୀ ଅଟେ। ଏହି ଫଳରେ ଥିବା ପୋଷକ ତତ୍ତ୍ୱ ଓଜନ ହ୍ରାସ କରିଥାଏ। ତେଣୁ ନିୟମତି ଏହି ଫଳକୁ ଖାଇବା ଦ୍ୱାରା ଖୁବ୍‌ ଉପକାର ମିଳିଥାଏ।
ତରଭୂଜ – ଓଜନ ହ୍ରାସ ପାଇଁ ଏହା ମଧ୍ୟ ଏକ ଉପକାରୀ ଫଳ ଅଟେ। ବିଶେଷଜ୍ଞଙ୍କ ମତରେ ୧୦୦ ଗ୍ରାମ ତରଭୂଜରେ ୮ ଗ୍ରାମ କାର୍ବୋହାଇଡ଼୍ରେଟ ରହିଛି। ତେଣୁ ଏହାକୁ ନିୟମିତ ଖାଇଲେ ମଧ୍ୟ ଓଜନ ହ୍ରାସ ହୋଇଥାଏ।
ପିଚ ଫଳ – ଏହି ଫଳ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଉପକାରୀ ଅଟେ। ସପ୍ତାହକୁ ୨ ରୁ ୩ ଥର ଏହାକୁ ଖାଇବା ଦ୍ୱାରା ଓଜନ ହ୍ରାସ ହୋଇଥାଏ।
ଟମାଟର ଜୁସ୍: ଟମାଟରରେ କମ୍ କ୍ୟାଲୋରୀ ଏବଂ କାର୍ବୋହାଇଡ୍ରେଟ୍ ରହିଥାଏ । ୧୦୦ ଗ୍ରାମ ଟମାଟରରେ ପ୍ରାୟ ୧୮ କ୍ୟାଲୋରୀ ଏବଂ ୩.୮୬ ଗ୍ରାମ କାର୍ବୋହାଇଡ୍ରେଟ୍ ରହିଥାଏ । ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ଟମାଟର ଜୁସ୍ ଆପଣଙ୍କ ପାଇଁ ଉତ୍ତମ ବିକଳ୍ପ ହୋଇପାରେ । ଟମାଟର ସହ ଡାଳିମ୍ବ ରସ ମିଶାଇ ପିଇ ପାରିବେ ।
ଗାଜର ଜୁସ୍: ଗାଜରରେ ଫାଇବର ଭରପୁର ମାତ୍ରାରେ ରହିଥାଏ । ଫାଇବର ହଜମ ହେବାରେ ସମୟ ଲାଗୁଥିବାରୁ ଅଧିକ ସମୟ ଯାଏଁ ଭୋକ ହୋଇନଥାଏ । ତେଣୁ ପ୍ରତିଦିନ ଭୋଜନ ତାଲିକାରେ ଗାଜର ଜୁସ୍ ସାମଲି କରି ସହଜ ଉପାୟରେ ଓଜନ ହ୍ରାସ କରିପାରିବେ । ୧୦୦ ଗ୍ରାମ ଗାଜରରେ ପ୍ରାୟ ୪୧ କ୍ୟାଲୋରୀ ଏବଂ ୩ ଗ୍ରାମ ଫାଇବର ରହିଥାଏ । ଏଥିରେ ଆପଣ ଅଁଳା ରସ ମିଶାଇ ପିଇ ପାରିବେ ।
ସେଓ ଜୁସ୍: କ୍ୟାଲୋରୀ ଯୁକ୍ତ ଫଳ ହେଉଛି ସେଓ । ୧୦୦ ଗ୍ରାମ ସେଓରେ ପ୍ରାୟ ୫୦ କ୍ୟାଲୋରୀ ରହିଛି । ଗୋଟିଏ ସେଓ ବା ସେଓ ଜୁସ୍ ନିୟମିତି ଭୋଜନ ତାଲିକାରେ ସାମିଲ କରିପାରିବେ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories