www.samajalive.in
Monday, December 8, 2025
27.1 C
Bhubaneswar

ଗୁରୁ ପୂର୍ଣ୍ଣିମା : ଯେଉଁଠାରେ ଜ୍ଞାନ , ସେଠାରେ ପୂର୍ଣ୍ଣିମା – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ଆଷାଢ ଗୁରୁ ପୂର୍ଣ୍ଣିମା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ଦେଶବାସୀଙ୍କୁ ଓ ଶିକ୍ଷକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସମଗ୍ର ଦୁନିଆ ଭଗବାନ ବୁଦ୍ଧଙ୍କ ଉପରେ ଶ୍ରଦ୍ଧା ଓ ବିଶ୍ୱାସ ରଖିଛନ୍ତି। ଯେଉଁଠାରେ ଜ୍ଞାନ ସେଠାରେ ପୂର୍ଣ୍ଣିମା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଜ୍ଞାନ ସଂସ୍କାରର ପ୍ରତୀକ। ଏହାସହ ମୋଦୀ ଟ୍ୱିଟ କରି ସଭିଁଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ସାରା ଦେଶରେ ଶିକ୍ଷକଙ୍କୁ ସମ୍ମାନ ଓ ପ୍ରଣାମ ଜଣାଇଛନ୍ତି।

- Advertisement -


ସେହିପରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଆଷାଢ ପୂର୍ଣ୍ଣିମା ଅବସରରେ ସମସ୍ତ ଗୁରୁଜନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି କହିଛନ୍ତି, ଭଗବାନ ବୁଦ୍ଧ ଜୀବନର ସମସ୍ତ ସମୟରେ ନୈତିକତା ଓ ଧୈର୍ଯ୍ୟର ସହ ରହିବା ପାଇଁ ସନ୍ଦେଶ ଦେଇଛନ୍ତି। ତାଙ୍କର ଏହି ବାଣୀରେ ସାର୍ବଭୌମିକ କରୁଣା ଓ ଅହିଂସାର ଝଲକ ଦେଖାଯାଇଥାଏ। ଏହାସହ ରାଷ୍ଟ୍ରପତି ଭବନରେ ପବିତ୍ର ବୋଧି ବୃକ୍ଷ ଲଗାଇଛନ୍ତି।


ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁପୂର୍ଣ୍ଣିମା ଅବସରରେ ସମସ୍ତ ଗୁରୁଜନଙ୍କୁ ପ୍ରଣାମ ଜଣାଇଛନ୍ତି। ସେ ଟ୍ୱିଟ କରି କହିଛନ୍ତି, ଗୁରୁ କେବଳ ଜଣେ ଶିକ୍ଷକ ନୁହଁନ୍ତି ବରଂ ସେ ନିଜ ଜ୍ଞାନ ଦ୍ୱାରା ଶିଷ୍ୟମାନଙ୍କର ସମସ୍ତ ଦୋଷକୁ ଦୂର କରି ସଙ୍କଟରୁ ବାହାରି ଆସିବା ପାଇଁ ମାର୍ଗ ଦର୍ଶାଇ ଥାଆନ୍ତି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories