www.samajalive.in
Sunday, December 7, 2025
15.1 C
Bhubaneswar

ଯୁବ ବିଜେଡି ଉପସଭାପତିଙ୍କ ଚିଟଫଣ୍ଡ ଲିଙ୍କ ଅଭିଯୋଗ 

ନୀଳଗିରି: ନୂଆ କରି ବାଲେଶ୍ଵର ଜିଲ୍ଲା ଅଧୀନ ନୀଳଗିରି ବ୍ଲକ ଯୁବ ବିଜେଡିର ଉପସଭାପତି ପଦବୀ ପାଇଥିବା ବାଦଲ ପଣ୍ଡାଙ୍କ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ସେ ପୂର୍ବରୁ ଓରକ୍ସ ଡିଲ ନାମକ ଏକ ଚିଟଫଣ୍ଡରେ ଏଜେଣ୍ଟ ଭାବେ କାମ କରୁଥିଲେ। ଜମାକାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଉଠାଇ କମ୍ପାନୀରେ ଜମା କରିଥିଲେ ହେଁ କିଛି ଦିନ ମଧ୍ୟରେ ଏହି କମ୍ପାନୀ ଉଠି ଯାଇଥିଲା। ଯେଉଁଥି ପାଇଁ ତାଙ୍କୁ ଜମାକାରୀଙ୍କ ଆକ୍ରୋଶରେ ଶିକାର ହେବାକୁ ପଡିଛି। ପ୍ରାୟ ତିନି ମାସ ପୂର୍ବରୁ ଜମାକାରୀ ମାନେ ତାଙ୍କୁ ନୀଳଗିରି ସହର ଘାଟଘରସାହି ଅଞ୍ଚଳରେ ମାଡ ମାରିବା ସହ ଟଣା ଓଟରା ଆରମ୍ଭ କରିଥିବାର ଦୃଶ୍ୟ ସମ୍ପ୍ରତି ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।
ତୁରନ୍ତ ଆମ ଜମା ଟଙ୍କା ଦେଇ ଯାଅ ବୋଲି ଜଣେ ମହିଳା ଜମାକାରୀ ତାଙ୍କୁ ତାଗିଦ କରି ଚାଲି ଥିଲେ। ତେବେ ଶ୍ରୀ ପଣ୍ଡା ପୂର୍ବରୁ ଚିଟଫଣ୍ଡରେ କାମ କରୁଥିବା ସମୟରେ ଏକ ସ୍ବେଚ୍ଛାସେବୀ ସଂଗଠନ ରେ ମଧ୍ୟ କାମ କରୁଥିଲେ। ସମ୍ପ୍ରତି ତାଙ୍କୁ ନୀଳଗିରି ବ୍ଲକ ଯୁବ ବିଜେଡିର ଉପସଭାପତି ଭାବେ ନିଯୁକ୍ତ କରାଯାଇଛି। ଅପର ପକ୍ଷରେ ତାଙ୍କୁ ବିଜେଡି ଦଳ ଆସ୍ଥା କରି ନୂଆ ଦାୟିତ୍ୱ ଦେଇଥିବା ବେଳେ ତାଙ୍କୁ ବଦନାମ କରିବାକୁ କିଛି ବିରୋଧୀ ପୁରୁଣା ଭିଡ଼ିଓକୁ ଭାଇରାଲ କରି ଚକ୍ରାନ୍ତ ଆରମ୍ଭ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି। । ସେ ବ୍ୟକ୍ତିଗତ ଭାବେ କାହାରି ଟଙ୍କା ଖାଇ ନାହାନ୍ତି। କମ୍ପାନୀ ବୁଡି ଗଲା ପରେ ଜମାକାରୀ କେମିତି ଟଙ୍କା ପାଇବେ ସରକାର ସେନେଇ ଚିନ୍ତାଶୀଳ ଅଛନ୍ତି। ଚିଟଫଣ୍ଡରୁ ବହୁ ଜମାକାରୀଙ୍କୁ ସରକାର ଟଙ୍କା ଫେରେଇଲେଣି। ତେବେ ସୋସିଆଲ ମିଡ଼ିଆରେ ଭିଡ଼ିଓକୁ ଭାଇରାଲ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ସେ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories