www.samajalive.in
Monday, December 8, 2025
20.1 C
Bhubaneswar

ବୈମାନଟିକ୍ରା ପ୍ରାଥମିକ ବିଦ୍ୟାଳୟରେ ତାଲା ଭାଙ୍ଗି ଚୋରି ଉଦ୍ୟମ

ରେଙ୍ଗlଲିକେମ୍ପ: ଶୁକ୍ରବାର ସନ୍ଧ୍ୟା ୫ଟାରେ ଅତାବିରା ୱାର୍ଡ ନଂ ୮ ଶାସ୍ତ୍ରୀ ନଗର(ବୈମାନଟିକ୍ରା) ର ପ୍ରାଥମିକ ବିଦ୍ୟାଳୟରେ ଦୁଇଜଣ ଦୁର୍ବୃତ୍ତ ବିଦ୍ୟାଳୟର ପିଲାଙ୍କ ପାଇଁ ଚାଉଳ ଥିବା କୋଠରୀର ତାଲାଭlଙ୍ଗି ଚୋରି କରିବା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ଆଖପାଖରେ ଥିବା ଘରର ଲୋକେ ଜୋରରେ କିଛି ଭାଙ୍ଗିବା ଶବ୍ଦ ଶୁଣି ପାଚେରୀ ଦେଇ ଦେଖିବାକୁ ଚେଷ୍ଟା କରିଥିଲେ। ଏହା ଜାଣି ପାରି ଚୋରମାନେ ହାତରେ ମୁହଁକୁ ଢାଙ୍କି ଦୌଡି ପଳାଇଥିଲେ। ପରେ ପରିଚାଳନା କମିଟିର ସଭାପତି ମହାବୀର ସ୍ୱାଇଁ ଏବଂ ସ୍ଥାନୀୟ କାଉନସିଲର ମନୋଜ ପ୍ରଧାନ ଖବର ପାଇ ଘଟଣା ସ୍ଥଳକୁ ଆସିଥିଲେ। ସେମାନଙ୍କ କହିବା ଅନୁଯାୟୀ ବିଦ୍ୟାଳୟର ଚାଉଳ ଥିବା କୋଠରୀର ତାଲାଟି ଅଧା ଭଙ୍ଗା ହୋଇ ଥିଲା ଓ ଗୋଟିଏ ଲୁହାର କଟରା ସେଠାରେ ପଡ଼ିରହିଥିଲା।ତେଣୁ ସେହି ଅଧଭଙ୍ଗl ତାଲାକୁ ଖୋଲି ପୁଣି ନୂଆ ତାଲା ପକାଇଥିଲେ।

ଘଟଣା ସୂତ୍ରରୁ ଜଣାପଡ଼ିଛି ଯେ ଏହି ବିଦ୍ୟାଳୟର ଆଗରେ ଏକ ୧୨ ଫୁଟର ଗେଟ ଲାଗିଛି। କିନ୍ତୁ ପଛ ପଟ ପାଚେରୀ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ଫଳରେ ଏହି ପାଚେରୀ ଡେଇଁ ଦୁର୍ବୃତ୍ତ ମାନେ ଏମିତି ଚୋରି କରିବାର ପ୍ରୟାସ କରିଛନ୍ତି। ଏପରିକି ଏହି ପାଚେରୀ ନିର୍ମାଣ ପାଇଁ ଅନେକ ଥର ଅଭିଯୋଗ ହୋଇସାରିଛି। ତଥାପି କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଏହି ବିଦ୍ୟାଳୟଟି ଅସୁରକ୍ଷିତ ଭାବରେ ପଡ଼ିରହିଛି। ଚୋରି ସହ ଅନ୍ୟାନ୍ୟ ଅସାମାଜିକ କାର୍ଯ୍ୟକଳାପ ମଧ୍ୟ ହେଉଛି ଏବଂ ଆଗକୁ ମଧ୍ୟ ସମ୍ଭାବନା ରହିଛି ଯଦି କିଛି ସୁରକ୍ଷା ବ୍ୟବସ୍ଥା କରାନଯାଏ।ପିଲାଙ୍କ ପାଇଁ ଲାଗିଥିବା ଛୋଟ ଛୋଟ ନଳକୂପ ବି ଚୋରି ହେଇଯାଇଥିବା ଜଣାପଡିଛି। ଏବେ ସ୍କୁଲ୍ ଗୁଡ଼ିକ ବନ୍ଦ ରହିଥିବା ବେଳେ ଅସାଧୁ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଏହି ବିଦ୍ୟାଳୟ। ଝରକାଗୁଡ଼ିକ ବେଳେ ବେଳେ ଖୋଲା ରହୁଛି ତେଣୁ ଭିତର ପଟେ କଣ ରହିଛି ତାହା ଝରକା ଦେଇ ଦେଖି ଏମିତି ଉଦ୍ୟମ କରୁଥିବା ସ୍ପଷ୍ଟ ଜଣାପଡୁଛି। ତେବେ ଏନଏସି ତଥା ବ୍ଲକ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଅଞ୍ଚଳରେ ଦାବି ହେଉଛି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories