www.samajalive.in
Monday, December 8, 2025
20.1 C
Bhubaneswar

୨ଟି ବୃହତ୍‍ ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ

ଚୌଦ୍ୱାର: ଚୌଦ୍ୱାର ପୌରପାଳିକା ୧୭ ନମ୍ବର ୱାର୍ଡ଼ ଅନ୍ତର୍ଗତ ନୂଆସାହିରେ ଏକ ଭୁପୃଷ୍ଟ ଜଳ ଭଣ୍ଡାରର ଶିଳାନ୍ୟାସ ଅନୁଷ୍ଠିତ ହୋଇ ଯାଇଛି। ଚୌଦ୍ୱାର ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚୌଦ୍ୱାର କଟକ ବିଧାୟକ ସୌଭିକ୍‍ ବିଶ୍ୱାଳ ଅତିଥି ଭାବେ ଯୋଗଦେଇ ୨କୋଟି ୭୬ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୫ଲକ୍ଷ ଲିଟର ଜଳ କ୍ଷମତା ସମ୍ପନ୍ନ ଏକ ଜଳଭଣ୍ଡାର, ବିଦ୍ୟୁତ୍‍ ଟ୍ରାନ୍ସଫରମଣର ଓ ପାଇପ୍‍ ବିଛାଇବା କାର୍ଯ୍ୟର ଶିଳାନ୍ୟାସ କରିଥିଲେ।ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ଶମ୍ଭୁନାଥ ସେଠୀ, ଚୌଦ୍ୱାର ବିଜେଡ଼ି କାର୍ଯ୍ୟକାରୀ ସଭାପତି କରୁଣାକର ସାହୁ, ଯୁବ ସଭାପତି ଅର୍ଜୁନ ପଣ୍ଡା, ଛାତ୍ରନେତା ଭରତ ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ୱାର୍ଡ଼ ସଭାପତି ଆଶୁତୋଷ ଦାସ, ପୂର୍ବତନ କାଉନସିଲର ଗିରିଧାରୀ ଦଳେଇ,କେଶବ ଚନ୍ଦ୍ର ସାହୁ, କବିତାରାଣୀ ଲେଙ୍କା, ସୁବାସ ବାରିକ, ଧନେଶ୍ୱର ବିଶ୍ୱାଳ, ଅଜୟ ଶର୍ମା, ରଶ୍ମୀ ରଞ୍ଜନ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନୁରୂପଭାବେ ୯ନମ୍ବର ୱାର୍ଡ଼ରେ ମ୍ୟୁନିସିପାଲ ପାଠାଗାର ନିକଟରେ ୧କୋଟି ୭୩ ହଜାର ଟଙ୍କା ବ୍ୟୟ ଅଟକଳରେ ଏକ ବୃହତ୍‍ ଜଳ ବିଶୋଧନାଗାର, କଳିଙ୍ଗ ଛକ ଠାରୁ ଭୁପୃଷ୍ଟ ଜଳ ଭଣ୍ଡାର ପର୍ଯ୍ୟନ୍ତ ପାଇପ୍‍ ସଂଯୋଗିକରଣ ଓ ପାଇପ୍‍ ବିଛାଇବା ପ୍ରକଳ୍ପର ବିଧାୟକ ଶ୍ରୀ ବିଶ୍ୱାଳ ଶିଳାନ୍ୟାସ କରିଥିଲେ।ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପୌରାଞ୍ଚଳର ୩,୪ ଓ ୫ ନମ୍ବର ୱାର୍ଡ଼ରେ ପାନୀୟ ଜଳ ସମସ୍ୟା ସମ୍ପୂର୍ଣ୍ଣଭାବେ ଦୂରିଭୁତ ହୋଇ ପାରିବ ବୋଲି ସହକାରୀ ଯନ୍ତ୍ରୀ ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମକୁ ୱାର୍ଡ଼ ସଭାପତି ଅଶୋକ କୁମାର ମହାନ୍ତି, ବୈଷ୍ଣବ ଚରଣ ଦାସ, ବିମଳ ବେଉରା ପ୍ରମୁଖ ପରିଚାଳନା କରିଥିଲେ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories