www.samajalive.in
Monday, December 8, 2025
27.1 C
Bhubaneswar

ଆସନ୍ତାକାଲି କାର୍ଯ୍ୟଭାର ଗ୍ରହଣ କରିବେ ସିଧୁ ଓ ୪ କାର୍ଯ୍ୟକାରୀ ସଭାପତି

ଚଣ୍ଡୀଗଡ଼ : ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟିର ନବନିଯୁକ୍ତ ସଭାପତି ନବଜୋତ ସିଂହ ସିଧୁ ଏବଂ ୪ଜଣ କାର୍ଯ୍ୟକାରୀ ସଭାପତି ଆସନ୍ତାକାଲି ଚଣ୍ଡୀଗଡ଼ସ୍ଥିତ ପାର୍ଟି କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ କାର୍ଯ୍ୟଭାର ଗ୍ରହଣ କରିବେ। ଶ୍ରୀ ସିଧୁ ବର୍ତ୍ତମାନର ସଭାପତି ସୁନୀଲ ଜାଖଡଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବେ।
କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଏହି ବୈଠକରେ ଯୋଗଦେବେ। ନବଜୋତ ସିଂହ ସିଧୁ ଓ କ୍ୟାପଟେନ ଅମରିନ୍ଦର ସିଂହଙ୍କ ମଧ୍ୟରେ ଗତ କିଛିଦିନ ହେଲା ମତଭେଦ ଜାରି ରହିଛି ଏବଂ ଶ୍ରୀ ସିଧୁଙ୍କୁ ରାଜ୍ୟଶାଖା ସଭାପତି ପଦରେ ନିଯୁକ୍ତିକୁ ସେ ବିରୋଧ କରିଛନ୍ତି। ଶ୍ରୀ ସିଧୁଙ୍କୁ ସଭାପତି ନିଯୁକ୍ତ କରାଯିବା ପରେ ଶ୍ରୀ ସିଂ କହିଛନ୍ତି ତାଙ୍କ ବିରୁଦ୍ଧରେ ଟ୍ୱିଟ୍‍ କରି ଅସମ୍ମାନଜନକ ମନ୍ତବ୍ୟ ଦେଇଥିବାରୁ କ୍ଷମା ନ ମାଗିଲା ପର୍ଯ୍ୟନ୍ତ ଶ୍ରୀ ସିଧୁଙ୍କୁ ସେ ସାକ୍ଷାତ କରିବେ ନାହିଁ। ଅନ୍ୟପକ୍ଷରେ ଆସନ୍ତାକାଲିର ସମାରୋହ ପାଇଁ ଶ୍ରୀ ସିଧୁ କ୍ୟାପଟେନ ଅମରିନ୍ଦର ସିଂହଙ୍କୁ ଆମନ୍ତ୍ରଣ କରିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories