ଖୋର୍ଦ୍ଧା: ଖୋର୍ଦ୍ଧା ନିକଟ କୁମାରବସ୍ତ ପ୍ରଧାନସାହି ଗ୍ରାମରୁ ଗୁରୁବାର ଏକ ଅଜଗର ସାପକୁ ଉଦ୍ଧାର କରାଯାଇଛି। ପାଖ ଜଙ୍ଗଲରୁ ସାପଟି ଗାଁ ଭିତରକୁ ପସିଆସି ଥିଲା। ଛୋଟ ଛୁଆ ଓ ଗୃହପାଳିତ ପ୍ରାଣୀଙ୍କ ପାଇଁ ବିପଦ ଥିବାରୁ ସାପଟିକୁ ଗ୍ରାମବାସୀମାନେ ଧରି ବନବିଭାଗକୁ ଖବର ଦେଇଥିଲେ। ସାପଟିର ଲମ୍ବ ୧୩ ଫୁଟ। ବନବିଭାଗ କର୍ମଚାରୀମାନେ ଆସିବା ପରେ ସାପଟିକୁ ଗ୍ରାମବାସୀ ହସ୍ତାନ୍ତର କରିଥିଲେ। ଅଜଗର ପ୍ରାଥମିକ ଚିକିତ୍ସା କରାଯିବାରୁ ସେ ସୁସ୍ଥ ଥିବା ଜଣାପଡିଥିଲା। ଉଦ୍ଧାର ଅଜଗରକୁ ବରୁଣେଇ ଜଙ୍ଗଲରେ ଛଡା ଯାଇଥିବା ଖୋର୍ଦ୍ଧା ରେଞ୍ଜର ଅସିତ ମିଶ୍ର ସୂଚନା ଦେଇଛନ୍ତି। ବିଲୁପ୍ତ ହୋଇଯାଉଥିବା ଏହି ଅଜଗର ସାପକୁ ନମାରି ସୁରକ୍ଷା ଦେଇଥିବାରୁ ଗ୍ରାମବାସୀଙ୍କୁ ବନ କର୍ମଚାରୀମାନଙ୍କ ପକ୍ଷରୁ ପ୍ରଶଂସା କରାଯାଇଛି।
Popular Categories



