www.samajalive.in
Sunday, December 7, 2025
13.1 C
Bhubaneswar

୫ବର୍ଷ ହେଲା ଚାଷୀଙ୍କ ବୀମା ରାଶିକୁ ନେଇ ସେବା ସମବାୟ ସମିତି କରୁଛି ବେପାର, ଟଙ୍କା ପାଇଁ ରାଜରାସ୍ତାରେ ଗର୍ଜିଲେ ଚାଷୀ

କଣ୍ଟାମାଳ: କୃଷି ଓ କୃଷକଙ୍କ ସ୍ୱାର୍ଥ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ କାର୍ଯ୍ୟ କରୁଥିବା ନେଇ ଡିଣ୍ଡିମ ପିଟୁଥିବା ବେଳେ ବୀମା କମ୍ପାନୀ ପ୍ରଦାନ କରିଥିବା ବୀମା ରାଶି ଦୀର୍ଘ ୫ ବର୍ଷ ହେଲା ଆସି କଣ୍ଟାମାଳ ସେବା ସମବାୟ ସମିତିରେ ଗଚ୍ଛିତ ରହିଥିଲେ ହେଁ ଚାଷୀଙ୍କୁ ପ୍ରଦାନ କରାଯାଇ ନାହିଁ। ଗତ ଦେଢ ମାସ ହେଲା ଶତାଧିକ ଚାଷୀ ସେମାନଙ୍କ ପ୍ରାପ୍ୟ ପାଇଁ ସେବା ସମବାୟ ସମିତି, ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କ ଓ ଥାନାର ଦ୍ୱାରସ୍ଥ ହୋଇଥିଲେ ହେଁ ସେମାନଙ୍କୁ ଏହି ଅର୍ଥ ରାଶି ମିଳିପାରିନାହିଁ। ଫଳରେ ଆଜି ପୂର୍ବାହ୍ନରେ ଶତାଧିକ ଚାଷୀ ୪୧ ନଂ ରାଜ୍ୟ ରାଜପଥର କଣ୍ଟାମାଳ ବସଷ୍ଟାଣ୍ଡଠାରେ ରାସ୍ତା ଅବରୋଧ କରି ପ୍ରତିବାଦ କରିଥିଲେ।

ସୂଚନା ପ୍ରକାରେ, ୨୦୧୫ ଖରିଫ ଚାଷର ବୀମା ପାଇଁ ମୋଟ ୧୦୭୪ ଜଣ ଚାଷୀଙ୍କ ବୀମା ରାଶି ବାବଦକୁ ମୋଟ ୫୩ ଲକ୍ଷ ୬୩ ହଜାର ୬୮୨ ଟଙ୍କା କଣ୍ଟାମାଳ ସେବା ସମବାୟ ସମିତିର ଜମା ଖାତାରେ ଜମା ହୋଇଥିଲେ ହେଁ ଦୀର୍ଘ ୫ ବର୍ଷ ପରେ ବି ଚାଷୀ ଏହି ବୀମା ରାଶି ପାଇ ନ ଥିବା ଅଭିଯୋଗ କରି ଆସୁଛନ୍ତି। ଶତାଧିକ ଚାଷୀ ଗତ ଜୁନ ମାସରୁ ନିୟମିତ ଭାବେ ସପ୍ତାହକ ବ୍ୟବଧାନରେ ସେବା ସମବାୟ ସମିତି, ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କ, ତହସିଲ, ଥାନା ସମ୍ମୁଖରେ ଧାରଣା ଦେଇ ଆସୁଥିଲେ ହେଁ ଏଯାବତ ସେମାନଙ୍କୁ ଏହି ପ୍ରାପ୍ୟ ରାଶି ମିଳିନଥିବା ଜଣାଯାଇଛି। ଚାଷୀଙ୍କ ବୀମା ଛାଡ ଅର୍ଥ ରାଶି ଚାଷୀଙ୍କୁ ଏଯାବତ ପ୍ରଦାନ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରିବା ସହ ଏହି ଅର୍ଥକୁ କୁଆଡେ ସମିତି ନିଜ ବ୍ୟବସାୟରେ ଖଟାଇଥିବା ଅଭିଯୋଗ ହେଉଛି। ଏହି ଅର୍ଥ ରାଶି ମିଳିନଥିବା ହେତୁ ଅସନ୍ତୋଷରେ ଉତ୍ତେଜିତ ଚାଷୀ ରାସ୍ତା ଅବରୋଧ ସହ ସମବାୟ ସମିତି କାର୍ଯ୍ୟାଳୟରେ ତାଲା ଝୁଲାଇ ଦେଇଥିବା ଦେଖିବାକୁ ମିଳିଥିଲା। ଚାଷୀମାନଙ୍କ ଅସନ୍ତୋଷ ଏବଂ ରାସ୍ତା ଅବରୋଧକୁ ଦେଖି ସ୍ଥାନୀୟ ଆଇଆଇସି ଅଶ୍ୱୀନି ଭିତିରିଆ, ଲିପସା ସେଠୀ ଓ ଆଇ.ଆର.ବି ଫୋର୍ସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଶାନ୍ତ କରି ଯାତୟାତକୁ ସ୍ୱଭାବିକ କରିଥିଲେ। ଚାଷୀଙ୍କ ଅଭିଯୋଗ ପରେ ଗତ ଜୁନ ୨୫ ତାରିଖରେ ଘଟଣାର ସତ୍ୟାସତ ପାଇଁ ବୌଦ୍ଧସ୍ଥିତ ଉପ ନିବନ୍ଧକ କଣ୍ଟାମାଳ ଆସି କଡା ସୁରକ୍ଷା ମଧ୍ୟରେ ଘଟଣାର ତଦନ୍ତ କରି ଫେରିଥିଲେ। ତଦନ୍ତ ପରେ ଚାଷୀଙ୍କୁ ସେମାନଙ୍କ ବୀମା ରାଶି ୫ ବର୍ଷର ସୁଧ ସହିତ ପ୍ରଦାନ କରାଯିବ ବୋଲି ଉପନିବନ୍ଧକ କହିଥିଲେ ହେଁ ତଦନ୍ତର ୪ ସପ୍ତାହ ପରେ ବି ଅର୍ଥ ରାଶି ନମିଳିବାରୁ ଆଜି ଚାଷୀ ବାଧ୍ୟ ହୋଇ ପୁନର୍ବାର ଆଜି ରାଜରାସ୍ତାରେ ଧାରଣା ଦେଇଥିଲେ।

- Advertisement -

ଗତ ୧୬ ତାରିଖରେ ମଧ୍ୟ ଚାଷୀ କଣ୍ଟାମାଳ ତହସିଲ ବାରଣ୍ଡାରେ ଦୀର୍ଘ ୩ ଘଣ୍ଟା ଧରି ଧାରଣା ଦେବା ପରେ ବୌଦ୍ଧ ଉପ ନିବନ୍ଧକ ଓ ପ୍ରଶାସକଙ୍କ ସହ କଥା ହୋଇ କ।ମାଳ ତହସିଲଦାର ଅର୍ଜ୍ଜୁନ ପ୍ରଧାନ ଚାଷୀଙ୍କ ବକେୟା ବୀମା ରାଶି ସପ୍ତାହକ ମଧ୍ୟରେ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେବା ପରେ ଚାଷୀ ଧାରଣାରୁ ଓହରି ଯାଇଥିଲେ। ମାତ୍ର ପ୍ରତିଶୃତିର ସାତଦିନ ପରେ ବି ଚାଷୀଙ୍କୁ ସେମାନଙ୍କ ପ୍ରାପ୍ୟ ନମିଳିବା ହେତୁ ରାସ୍ତା ଅବରୋଧରୁ ଓହରି ଚାଷୀ ସେବା ସମବାୟ ସମିତିରେ ତାଲା ପକାଇ ଦେଇଥିବା ଜଣାଯାଇଛି। ତାଲା ପଡିଥିବା ହେତୁ ଚାଷୀ ପଞ୍ଜିକରଣ ଓ ସାର ନେବାକୁ ଆସିଥିବା ଚାଷୀ ନିରାଶରେ ଫେରି ଯାଇଥିବା ପ୍ରକାଶ। ଚାଷୀଙ୍କ ହକ୍‍ ଦେବାରେ ସେବା ସମବାୟ ସମିତି ଏଭଳି କାଳକ୍ଷେପଣ ନୀତି ଅବଲମ୍ବନ କରୁଥିଲେ ହେଁ ଜିଲ୍ଲା ସମବାୟ ବିଭାଗର ପ୍ରଶାସନିକ ଅଧିକାରୀଙ୍କ ନୀରବତା ଚାଷୀ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି କରୁଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories