www.samajalive.in
Monday, December 8, 2025
27.1 C
Bhubaneswar

ଅଲିମ୍ପିକ୍‌ସକୁ ଉଦ୍‌ଘାଟନ କରିବେ ଜାପାନ ସମ୍ରାଟ

ଟୋକିଓ: ଶୁକ୍ରବାର ଟୋକିଓ ଅଲିମ୍ପିକ୍‌ସର ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେବେ ଜାପାନ ସମ୍ରାଟ ନାରୁହିତୋ। ତେବେ ସାମ୍ରାଜ୍ଞୀ ମାସାକୋ ଉଦ୍‌ଘାଟନୀ ଉତ୍ସବକୁ ଆସିବେନାହିଁ। ପ୍ରାୟ ୧୦୦୦ ଅତି ମାନ୍ୟଗଣ୍ୟ ବ୍ୟକ୍ତି ଉଦ୍‌ଘାଟନୀ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ୬୧ ବର୍ଷ ବୟସ୍କ ସମ୍ରାଟ ନାରୁହିତୋଙ୍କ କୌଣସି ରାଜନୈତିକ କ୍ଷମତା ନାହିଁ। ତେବେ ସେ ଜାପାନର ଜଣେ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତିତ୍ବ। ନାରୁହିତୋ ଉଦ୍‌ଘାଟନୀ ଉତ୍ସବରେ ଭାଷଣ ଦେବେ କି ନାହିଁ; ତାହା ଜଣା ପଡ଼ିନାହିଁ। ସେ ଟୋକିଓ ଅଲିମ୍ପିକ୍‌ସର ସମ୍ମାନଜନକ ମୁଖ୍ୟ ପୃଷ୍ଠପୋଷକ।

ଗୁରୁବାର ଆନ୍ତର୍ଜାତିକ ଅଲିମ୍ପିକ୍‌ କମିଟି (ଆଇଓସି)ର ସଭାପତି ଥମାସ୍ ବାକ୍‌ ଓ ଅନ୍ୟ ସଦସ୍ୟ ଗୁରୁବାର ରାଜପ୍ରାସାଦକୁ ଯାଇ ସମ୍ରାଟ ନାରୁହିତୋକୁ ଉଦ୍‌ଘାଟନୀ ଉତ୍ସବର ମୁଖ୍ୟ ଅତିଥି ହେବାକୁ ଔପଚାରିକ ନିମନ୍ତ୍ରଣ ଦେବେ। ଶୁକ୍ରବାର ରାଜପ୍ରାସାଦରେ ସମ୍ରାଟ ନାରୁହିତୋ ବିଦେଶୀ ରାଜନେତା ଓ ଅତିଥିମାନଙ୍କୁ ଭୋଜିଦେବାର କାର୍ଯ୍ୟକ୍ରମ ରହିଛି। ନାରୁହିତୋଙ୍କ ପିତା ସମ୍ରାଟ୍‌ ଆକିହିତୋ ୧୯୯୮ ନାଗାନୋ ଶୀତକାଳୀନ ଅଲିମ୍ପିକ୍‌ସକୁ ଉଦ୍‌ଘାଟନ କରିଥିବା ବେଳେ ନାରୁହିତୋଙ୍କ ଜେଜେବାପା ସମ୍ରାଟ୍‌ ହିରୋହିତୋ ୧୯୬୪ ଟୋକିଓ ଅଲିମ୍ପିକ୍‌ସ ଓ ୧୯୭୨ ସାପୋରୋ ଶୀତକାଳୀନ ଅଲିମ୍ପିକ୍‌ସକୁ ଉଦ୍‌ଘାଟନ କରିଥିଲେ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories