www.samajalive.in
Monday, December 8, 2025
27.1 C
Bhubaneswar

ଗାଆଁକୁ ରାସ୍ତା କରିଦେବା ପାଇଁ ୩ କିଲୋମିଟର ଚାଲିଲେ ପାଟଣା ବିଧାୟକ

ପାଟଣା: ପାଟଣା ବ୍ଲକ ବାଉଁସୁଳି ପଞ୍ଚାୟତ ଭୁଲୁଦା ରାଜସ୍ବ ଗ୍ରାମର ଭାଲୁଘର ସାହି ନିକଟରୁ ଜଙ୍ଗଲ ରାସ୍ତାରେ ମାତ୍ର ତିନି କିଲୋମିଟର ରାସ୍ତା ନିର୍ମାଣ କରାଗଲେ ଏହି ରାସ୍ତା ପୁଟଳ ନିକଟରେ ୪୯ ନମ୍ବର ଜାତୀୟ ରାଜପଥ ସହ ଯୋଗାଯୋଗ ସମ୍ଭବ ହେବ। ଦୀର୍ଘ ବର୍ଷ ହେଲା ଭୁଲୁଦା ଗ୍ରାମ ବାସୀ ଏହି ନୂତନ ରାସ୍ତା ନିର୍ମାଣ ପାଇଁ ଦାବି କରି ଆସୁଥିବା ବେଳେ ସେମାନଙ୍କ ସ୍ବପ୍ନ ପୂରଣ ହେବାକୁ ଯାଉଛି।

ଗ୍ରାମବାସୀଙ୍କ ସହ ଆଜି ପାଟଣା ବିଧାୟକ ଜଗନ୍ନାଥ ନାଏକ, ବ୍ଲକ ଅଧ୍ୟକ୍ଷ ବିଶ୍ଵନାଥ ନାୟକ, ବିଡ଼ିଓ ଈଶ୍ୱର ଚନ୍ଦ୍ର ନାଏକ, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ପୁରୁଷୋତ୍ତମ ସାହୁ, କେନ୍ଦେଇପଶି ସମିତି ସଭ୍ୟ ମିତ୍ରଭାନୁ ମହାନ୍ତ ପ୍ରମୁଖ ଭାଲୁଘର ସାହି ଠାରୁ ଜଙ୍ଗଲ ରାସ୍ତାରେ ପୁଟଳ ପର୍ଯ୍ୟନ୍ତ ତିନି କିଲୋମିଟର ପାଦରେ ଚାଲି ଚାଲି ଯାଇ ରାସ୍ତା ନିର୍ମାଣ ଆବଶ୍ୟକତା ଅନୁଧ୍ୟାନ ସହ ଖୁବ୍ ଶୀଘ୍ର ଏହି ରାସ୍ତା ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହି ରାସ୍ତା ନିର୍ମାଣ ହେଲେ ଅଞ୍ଚଳ ବାସୀଙ୍କର ସଦର ବ୍ଲକର ଶଙ୍କିରି ପଞ୍ଚାୟତ ସହ ଅନ୍ୟ ଅଞ୍ଚଳ କୁ ଉତ୍ତମ ଯୋଗାଯୋଗ ହୋଇପାରିବ ବୋଲି ଗ୍ରାମବାସୀ ମତ ରଖିଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories