ନୂଆଦିଲ୍ଲୀ: କରୋନାର ପ୍ରଥମ ଓ ଦ୍ବିତୀୟ ପରେ ବିଶ୍ବ ତୃତୀୟ ଲହର କରୋନା ସଂକ୍ରମଣ ଆଡ଼କୁ ବଢୁଛି। ଏସିଆ, ୟୁରୋପ, ଆଫ୍ରିକାରେ ତୃତୀୟ ଲହର ଆରମ୍ଭ ହୋଇଗଲାଣି। ସ୍ପେନ୍ରେ ସପ୍ତାହକ ମଧ୍ୟରେ ମାମଲା ୬୪ ପ୍ରତିଶତ ବୃଦ୍ଧି ପାଇଲାଣି। ନେଦରଲାଣ୍ଡରେ ସପ୍ତାହକ ମଧ୍ୟରେ ୩ଶହ ପ୍ରତିଶତ ମାମଲା ବଢ଼ିଲାଣି। ଇଣ୍ଡୋନେସିଆ, ବାଂଲାଦେଶ, ମାଲେସିଆ, ଥାଇଲାଣ୍ଡରେ ମଧ୍ୟ ମାମଲା ବଢୁଛି ବୋଲି ନୀତି ଆୟୋଗ ସ୍ବାସ୍ଥ୍ୟ ସଦସ୍ୟ ଡା.ଭି.କେ.ପଲଙ୍କ ସୂଚନା ଦେଇଛନ୍ତି। ଅପରପକ୍ଷରେ ଭାରତରେ ସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି, ଆଗକୁ ଖରାପ ହୋଇପାରେ। କେମିତି ପରିସ୍ଥିତି ଖରାପ ନ ହେବ, ତାହା ଆମ ଉପରେ ନିର୍ଭର କରେ। ଆମେ ଠିକ ଭାବେ କୋଭିଡ ନିୟମ ପାଳନ କଲେ ତୃତୀୟ ଲହରକୁ ଏଡ଼ାଇ ପାରିବା ବୋଲି ଡା.ଭି.କେ.ପଲ ପ୍ରକାଶ କରିଛନ୍ତି।
ରାଜ୍ୟ ସରକାରଙ୍କ ପକ୍ଷରୁ କରୋନାର ତୃତୀୟ ଲହର ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି। ଓଡ଼ିଶାକୁ କରୋନାର ତୃତୀୟ ଲହର ଆସୁ କି ନ ଆସୁ ଆମେ ପ୍ରସ୍ତୁତ ରହିଛୁ। ଏହାର କିଭଳି କଡ଼ା ମୁକାବିଲା କରାଯିବ ସେଥିନେଇ ମଧ୍ୟ ଯୋଜନା ପ୍ରସ୍ତୁତ ହୋଇଛି ବୋଲି ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି।



