www.samajalive.in
Wednesday, December 10, 2025
18.1 C
Bhubaneswar

ଗୋପବନ୍ଧୁ ବିଜ୍ଞାନ କଲେଜର ପ୍ରତିଷ୍ଠା ଦିବସ

ଆଠଗଡ଼ : ଆଠଗଡ଼ ଅଞ୍ଚଳର ସର୍ବ ପୁରାତନ ଉଚ୍ଚ ଶିକ୍ଷାନୁଷ୍ଠାନ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟର ୫୯ତମ ପ୍ରତିଷ୍ଠା ଦିବସ କୋଭିଡ କଟକଣା ମଧ୍ୟରେ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି। କଲେଜର ଅଧ୍ୟକ୍ଷ ଡଃ ଲୋକନାଥ ସାହୁ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ କଲେଜର ପ୍ରତିଷ୍ଠାତ ଡଃ ରାଧାନାଥ ରଥଙ୍କର ଏହି ଅନୁଷ୍ଠାନ ପ୍ରତି ଅବଦାନ ସଂପର୍କରେ ଆଲୋକପାତ କରିବା ସହ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ କଲେଜର ୫୯ବର୍ଷର ସ୍ମରଣୀୟ ଅତୀତ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରିବା ସହ ଅଧ୍ୟକ୍ଷ ଶ୍ରୀ ସାହୁ ମହାବିଦ୍ୟାଳୟର ଶୈକ୍ଷିକ ବାତାବରଣକୁ ଆହୁରି ଉନ୍ନତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଅଧ୍ୟକ୍ଷ ଡଃ ସାହୁ ନୂତନ ଶିକ୍ଷାନୀତି ସଂପର୍କରେ ଅବତାରଣା କରିବା ସହ କଲେଜର ବିଭିନ୍ନ ସମସ୍ୟା କିପରି ସମାଧାନ କରାଯିବ ସେ ଦିଗରେ ପଦକ୍ଷେପ ନେବା ପାଇଁ ଉଦ୍ୟମ କରାଯାଉଥିବା ପ୍ରକାଶ କରିଥିଲେ। ବିଶେଷକରି କଲେଜର ଭିତ୍ତିଭୂମି ବିକାଶ ଦିଗରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖାଦ୍ୟଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅନେକ ପଦକ୍ଷେପ ଗ୍ରହଣ କରିଥିବା ଅଧ୍ୟକ୍ଷ ସୂଚନା ଦେଇଥିଲେ। ବରିଷ୍ଠ ଅଧ୍ୟାପକ ବିଜୟ କୁମାର ତ୍ରିପାଠୀ, ଡଃ ଅଞ୍ଜନ ନନ୍ଦ, ଦିଲ୍ଲୀପ ପଟ୍ଟନାୟକ, ଶୁଭଦର୍ଶନ ମହାପାତ୍ର, ପ୍ରାଧ୍ୟାପିକା ପ୍ରଭାତି ଦେବୀ, ଅଧ୍ୟାପିକା ମଳୟ ମଞ୍ଜରୀ ଦାସ, ଛାୟା ମହାପାତ୍ର, ବିଷ୍ଣୁପ୍ରିୟା ପଣ୍ଡା, ପ୍ରୀତି ପ୍ରିୟଦର୍ଶିନୀ ପ୍ରମୁଖ ଉଦ୍‍ବୋଧନ ଦେଇଥିଲେ। ପ୍ରାରମ୍ଭରେ ଅଧ୍ୟକ୍ଷ ଓ ସମସ୍ତ ଅଧ୍ୟାପକ/ଅଧ୍ୟାପିକା କଲେଜ ପରିସରରେ ପ୍ରତିଷ୍ଠିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଏବଂ ପଦ୍ମଭୂଷଣ ଡଃ ରାଧାନାଥ ରଥଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ। ଅଧ୍ୟାପିକା ଡଃ ଗାୟତ୍ରୀ ତ୍ରିପାଠୀ ସର୍ବଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories