www.samajalive.in
Monday, December 8, 2025
27.1 C
Bhubaneswar

ଭାଙ୍ଗିଗଲା ଟିଡିପି-ବିଜେପି ମେଣ୍ଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ଏନ୍‌ଡିଏ ଗଠନ କରି ମିତ୍ର ସହଯୋଗୀଙ୍କ ସମର୍ଥନରେ ସରକାର ୪ବର୍ଷ ପୂର୍ଣ୍ଣ ହୋଇଛି। ଆଗାମୀ ନିର୍ବାଚନ ପାଇଁ ମଧ୍ୟ ବିଜେପି ସମେତ ଅନ୍ୟାନ୍ୟ ରାଜନୈତିକ ଦଳ ସେମାନଙ୍କ ରଣନୀତି ପ୍ରସ୍ତୁତ କରିବାକୁ ଆରମ୍ଭ କରିଛନ୍ତି। ତେବେ ଏନ୍‌ଡିଏ ସରକାର ତା’ର ଚୂଡ଼ାନ୍ତ ଅଧ୍ୟାୟ ଅତିକ୍ରମ କରିବା ପୂର୍ବରୁ ଟିଡିପି ପରି ସହଯୋଗୀ ଦଳର ସମର୍ଥନ ହରାଇଛି। ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ନ ଦିଆଯିବାରୁ ଟିଡିପି ନେତା ଚନ୍ଦ୍ରବାବୁ ନାଇଡ଼ୁ ଏଭଳି ପଦକ୍ଷେପ ନେଇଥିବା ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ଶୁକ୍ରବାର ଟିଡିପି ନେତା ଚନ୍ଦ୍ରବାବୁ ନାଇଡ଼ୁ ଏନ୍‌ଡିଏକୁ ଦେଇଥିବା ସମର୍ଥନ ଫେରାଇ ନେବା ସହ ସଂସଦରେ ମୋଦି ସରକାରଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିବାକୁ ସୋମବାର ଉଦ୍ୟମ କରିବାକୁ ସ୍ଥିର କରିଛି ଟିଡିପି।
ଏଆଇଏମ୍‌ଆଇଏମ୍‌ ଦଳର ନେତା ଅସଦୁଦ୍ଦିନ୍‌ ଓବେସୀ ସର୍ବପ୍ରଥମେ ସଂସଦ ମଧ୍ୟରେ ଅବିଶ୍ୱାସ ପ୍ରସ୍ତାବକୁ ସମର୍ଥନର ଘୋଷଣା କରିଥିଲା। ଓବେସୀଙ୍କ ସ୍ୱରରେ ସ୍ୱର ମିଳେଇବ ବୋଲି ଟିଏମସି ମଧ୍ୟ ଘୋଷଣା କରିଛି। ଏମାନଙ୍କ ବ୍ୟତୀତ କଂଗ୍ରେସ ମଧ୍ୟ ଅବିଶ୍ୱାସ ପ୍ରସ୍ତାବକୁ ସମର୍ଥନ କରିବ ବୋଲି ଘୋଷଣା କରିଛି।

Hot this week

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

Related Articles

Popular Categories