www.samajalive.in
Monday, December 8, 2025
17.1 C
Bhubaneswar

ଓଟିଇଟି ପାସ୍‌ କରି ନ ଥିବା ଗଣଶିକ୍ଷକଙ୍କ ଚାକିରି ନିୟମିତ ପ୍ରସଙ୍ଗ, ହଟିଲା ରହିତା‌ଦେଶ

କଟକ: ଓଟିଇଟି ପାସ୍‌ କରି ନଥିବା ଗଣଶିକ୍ଷକଙ୍କ ଚାକରି ନିୟମିତ ପ୍ରସଙ୍ଗରେ ‌ରୋକ ଲଗାଇ ୨୦୧୮, ଏପ୍ରିଲ ୨୪ରେ ଉଚ୍ଚନ୍ୟାୟାଳୟ ପ୍ରଦାନ କରିଥିବା ଅନ୍ତରୀଣ ନିର୍ଦେଶ ଆଜି ହଟିଛି। ମୁଖ୍ୟ ବିଚାରପତି ଡକ୍ଟର ଏସ.ମୁରଲୀଧର ଓ ବିଚାରପତି ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ତପୀଠରେ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଏ ସମ୍ପର୍କିତ ଜନସ୍ବାର୍ଥ ଆବେଦନ ପ୍ରତ୍ୟାହାର କରାଯାଇଥିଲା। ଖଣ୍ଡପୀଠ ମାମଲାର ଶୁଣାଣିରେ ଅନ୍ତ ଘଟାଇବା ସହିତ ୨୦୧୮, ଏପ୍ରିଲ ୨୪ରେ ପ୍ରଦାନ କରାଯାଇଥିବା ଅନ୍ତରୀଣ ନିର୍ଦେଶକୁ ଉଠାଇବାକୁ ନିର୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ରାଜ୍ୟ ସରକାର ୨୦୧୬, ଡିସେମ୍ବର ୨୨ରେ ବିଜ୍ଞପ୍ତି ପ୍ରକାଶ କରି ଜଣେ ଗଣଶିକ୍ଷକ ଓଟିଇଟି ପାସ୍‌ କରି ନଥିଲେ ମଧ୍ୟ ତାଙ୍କ ଚାକିରି ନିୟମିତ କରାଯାଇ ପାରିବ ଓ ତାଙ୍କୁ ସହକାରୀ ଶିକ୍ଷକ ଭାବେ ନିଯୁକ୍ତି ଦିଆଯିବ ବୋଲି ସ୍ପଷ୍ଟ କରିଥିଲେ; କିନ୍ତୁ ତାଙ୍କୁ ୨୦୧୯, ମାର୍ଚ୍ଚ ୩୧ ସୁଦ୍ଧା ଓଟିଇଟି ପାସ୍‌ ଯୋଗ୍ୟତା ହାସଲ କରିବାକୁ ପଡ଼ିବ।
ଯଦି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସେ ଓଟିଇଟି ପାସ୍‌ କରିବାରେ ବିଫଳ ହୁଅନ୍ତି ତେବେ ତାଙ୍କୁ ଆଉ ଇନ୍‌କ୍ରିମେଣ୍ଟ ମିଳିବ ନାହିଁ ବୋଲି ବିଜ୍ଞପ୍ତିରେ କୁହାଯାଇଥିଲା। ଏପରି ବିଜ୍ଞପ୍ତି ନିୟମ ଉଲ୍ଲଙ୍ଘନ କରୁଛି ‌ବୋଲି ଦର୍ଶାଇ ଆବେଦନକାରୀ ଉଚ୍ଚନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ। ସହକାରୀ ଶିକ୍ଷକ ପଦ ପାଇଁ ଓଟିଇଟି ପାସ୍‌ ସର୍ବନିମ୍ନ ଯୋଗ୍ୟତା ହୋଇଥିବା ବେଳେ ଏହି ବିଜ୍ଞପ୍ତି ଆଇନ ଅନୁସାରେ ଗ୍ରହଣୀୟ ନୁହେଁ।

- Advertisement -

ଉଚ୍ଚନ୍ୟାୟାଳୟ ମାମଲାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ନୋଟିସ୍‌ ଜାରି କରିବା ସହିତ ୨୦୧୮, ଏପ୍ରିଲ ୨୪ରେ ଓଟିଇଟି ପାସ୍‌ କରି ନଥିବା ଗଣଶିକ୍ଷକଙ୍କ ଚାକରି ନିୟମିତ କରାଯାଇ ପାରିବ ନାହିଁ ବୋଲି ଅନ୍ତରୀଣ ନିର୍ଦେଶ ଦେଇଥିଲେ।
ଓଡ଼ିଶା ଷ୍ଟେଟ୍‌ ପ୍ରାଇମେରୀ ଟିଚର୍ସ ଲେଭଲ-୫(ଏକ୍ସ କ୍ୟାଡର) ମହାସଂଘ ପକ୍ଷରୁ ଇଣ୍ଟରଭେନସନ୍‌ ପିଟିସନରେ ଦର୍ଶାଯାଇଥିଲା ଯେ ଗଣଶିକ୍ଷକମାନେ ୨୦୦୮ରେ ନିଯୁକ୍ତି ପାଇଥିବା ବେଳେ ଏହି ଓଟିଇଟି ବାଧ୍ୟତାମୂଳକ ନିୟମ ସେମାନଙ୍କ ପାଇଁ ଲାଗୁ ନୁହେଁ। ଗଣଶିକ୍ଷକ ମହାସଂଘ ତରଫରୁ ଆଇନଜୀବୀ ପ୍ରସନ୍ନ କୁମାର ନନ୍ଦ ମାମଲା ପରିଚାଳାନା କରୁଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories