www.samajalive.in
Tuesday, December 9, 2025
16.1 C
Bhubaneswar

ବନ୍ଦ ହେଲା ବୋଲବମ ଯାତ୍ରା, ନିର୍ଦେଶ ଜାରି କଲେ ଏସ୍‌ଆରସି

ଭୁବନେଶ୍ବର: ଏ ବର୍ଷ ମଧ୍ୟ ବୋଲବମ୍‌ରେ ରୋକ ଲଗାଇଲେ ସରକାର। ଗତବର୍ଷ ଭଳି ଏ ବର୍ଷ ବି ବୋଲବମ ଉପରେ ଲାଗିଲା କଟକଣା। ବୋଲବମ କଟକଣା ନେଇ ଏସଆରସିଙ୍କ ପକ୍ଷରୁ ନିର୍ଦେଶନାମା ଜାରି କରାଯାଇଛି। କରୋନା ପାଇଁ ବୋଲବମ ଉପରେ ସରକାର କଟକଣା ଲଗାଇଛନ୍ତି। କୌଣସି ଧାର୍ମିକ ସ୍ଥାନରୁ ଜଳ ଉଠାଇ ପାରିବେନି କାଉଡ଼ିଆ। ସର୍ବସାଧାରଣ ରାସ୍ତାରେ ପାଣିଧରି ଯାଇପାରିବେନି କାଉଡ଼ିଆ। ପାଣି ନେଇ କାଉଡ଼ିଆମାନେ କୌଣସି ଶିବ ମନ୍ଦିରକୁ ଯାଇପାରିବେନାହିଁ।

 

- Advertisement -

ରାଜ୍ୟ ସରକାର ଚଳିତ ବର୍ଷ ମଧ୍ୟ ବୋଲବମ୍ ଉପରେ ରୋକ୍ ଲଗାଇଛନ୍ତି। ଶ୍ରାବଣ ମାସ ପାଇଁ ରାଜ୍ୟ ସରକାର ଏହି ନିୟମ ଲାଗୁ କରିଛନ୍ତି। ଫଳରେ ଜୁଲାଇ ଓ ଅଗଷ୍ଟ ମାସରେ କାଉଡ଼ିଆ ଯାତ୍ରା ବନ୍ଦ ରହିବ। ରାଜ୍ୟରେ କୋଭିଡ-୧୯ ସ୍ଥିତିରେ ସୁଧାର ଆସି ନଥିବାର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାରଙ୍କ ଗାଇଡଲାଇନ୍ ଅନୁସାରେ କାଉଡ଼ିଆମାନେ କୌଣସି ଧାର୍ମିକ ସ୍ଥାନରୁ ଜଳଧରି ଯାତ୍ରା କରିପାରିବେ ନାହିଁ। ରାସ୍ତାରେ କଳସ ଧରି ମନ୍ଦିର ଅଭିମୁଖେ ଯାଇପାରିବେ ନାହିଁ ବୋଲି ଆଜି ଏସ୍‌ଆରସିଙ୍କ ପକ୍ଷରୁ ନିର୍ଦେଶନାମା ଜାରି କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories