www.samajalive.in
Tuesday, December 9, 2025
17.1 C
Bhubaneswar

ରାଜ୍ୟ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ନେଇ ରାଜନୈତିକ ସରଗରମ, ପ୍ରଦୀପଙ୍କୁ ମିଳିପାରେ ଗୁରୁତ୍ୱପୁର୍ଣ୍ଣ ଦାୟିତ୍ୱ !

ବୌଦ୍ଧ: କେନ୍ଦ୍ର ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ ପରେ ଏବେ ରାଜ୍ୟ ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ ନେଇ କଳ୍ପନା ଜଳ୍ପନା ଜୋର ଧରିବାରେ ଲାଗିଛି। ନବୀନଙ୍କ ମନ୍ତ୍ରୀ ମଣ୍ଡଳରୁ କେଉଁ କେଉଁ ମନ୍ତ୍ରୀ ବିଦା ହେବେ ଓ କେଉଁମାନେ ମନ୍ତ୍ରୀ ହେବାର ସୁଯୋଗ ପାଇବେ ତାହାକୁ ନେଇ ମଧ୍ୟ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ପ୍ରଦୀପ ପାଣିଗ୍ରାହୀ ଦଳରୁ ବିଦା ହେଲା ପରେ ପୌର ନିର୍ବାଚନ ପୂର୍ବରୁ ଗଂଜାମ ରାଜନୀତିକୁ ସକ୍ରିୟ କରିବାକୁ ବରିଷ୍ଠ ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ବାଚସ୍ପତି ପଦବିରୁ ହଟାଇ ମନ୍ତ୍ରୀ ଭାବରେ ଦାୟିତ୍ୱ ଦିଆଯାଇପାରେ। ସେହିପରି ଦୁଇଥର ବାଚସ୍ପତି,ଅର୍ଥ ମନ୍ତ୍ରୀ,ଖଣି ଓ ଇସ୍ପାତ ମନ୍ତ୍ରୀ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ତୁଲାଇ ସାରିଥିବା ଓଡ଼ିଶା ବିଧାନସଭାର ଅନ୍ୟତମ ବରିଷ୍ଠ ବିଧାୟକ ପ୍ରଦୀପ କୁମାର ଅମାତଙ୍କୁ ନବୀନ ତାଙ୍କର ନୂତନ କ୍ୟାବିନେଟରେ ସୁଯୋଗ ଦେବା ଏକପ୍ରକାର ସ୍ଥିର ହୋଇସାରିଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଗତଥର ଅର୍ଥମନ୍ତ୍ରୀ ପଦବୀ ପରେ ଅଧାରୁ ପୁଣିଥରେ ଦ୍ୱିତିୟଥର ପାଇଁ ବାଚସ୍ପତି ଭାବରେ ଦାୟିତ୍ୱ ଦେଇ ନବୀନ ପ୍ରଦୀପଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲେ। ତେଣୁ ଲଗାତାର ଭାବରେ ଚତୁର୍ଥ ଥର ପାଇଁ ବୌଦ୍ଧରୁ ବିଜୟୀ ହୋଇ ରାଜ୍ୟ ବିଧାନସଭାକୁ ପ୍ରତିନିଧିତ୍ୱ କରୁଥିବା ଶ୍ରୀ ଅମାତ ନିର୍ବାଚନ ପରେ ପ୍ରମୁଖ ମନ୍ତ୍ରୀ ପଦବୀ ପାଇବେ ବୋଲି ଜିଲାବାସୀ ତଥା ତାଙ୍କର ସମର୍ଥକମାନେ ଆଶାବାନ୍ଧି ବସିଥିବାବେଳେ ସମସ୍ତଙ୍କୁ ବିସ୍ମିତ କରି ନବୀନ ତାଙ୍କର ନୂତନ ମନ୍ତ୍ରୀ ମଣ୍ଡଳରୁ ପ୍ରଦୀପଙ୍କୁ ବାଦ ଦେଇଥିଲେ। ପଡ଼ୋଶୀ ସୁବର୍ଣ୍ଣପୁର ଜିଲାରୁ ଦୁଇ ଦୁଇଜଣ ବିଧାୟକଙ୍କୁ ମନ୍ତ୍ରୀପଦ ମିଳିଥିବାବେଳେ ପ୍ରଦୀପଙ୍କୁ ସେତେବେଳେ କାହିଁକି ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ମିଳିପାରିଲାନାହିଁ ତାହା ଏବେ ମଧ୍ୟ ବୌଦ୍ଧବାସୀଙ୍କ ମନରେ ଏକ ବଡ ପ୍ରଶ୍ନବାଚୀ ହୋଇ ରହିଛି। ତେବେ ବର୍ତମାନ କେନ୍ଦ୍ର ପରେ ରାଜ୍ୟ ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣର ସମ୍ଭାବନା ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ବରିଷ୍ଠ ବିଧାୟକ ଶ୍ରୀ ଅମାତ ପୁଣିଥରେ ରାଜ୍ୟ କ୍ୟାବିନେଟ୍ ରେ ସ୍ଥାନ ପାଇବା ସମ୍ଭାବନା ନେଇ ରାଜନୈତିକ ମହଲରେ ଆଲୋଚନା ଜୋର ଧରିଛି।

 

- Advertisement -

ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଆସୁଥିବାବେଳେ ତାହା ପୂର୍ବରୁ ରାଜ୍ୟରେ ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ ହେବାର ସମ୍ଭାବନା ରହିଛି। ବରିଷ୍ଠ ବିଧାୟକ ଭାବରେ ଶ୍ରୀ ଅମାତଙ୍କ ବିଜେଡିରେ ଅନେକ କାଟତି ରହିଥିବାବେଳେ ବତର୍ମାନ କୌଣସି ପ୍ରମୁଖ ପଦବୀରେ ନଥିଲେ ମଧ୍ୟ ଜିଲାର ଉନ୍ନୟନ କାର୍ଯ୍ୟରେ କୌଣସି ପ୍ରତିବନ୍ଧକ ସୃଷ୍ଟି ହୋଇନାହିଁ। ବୌଦ୍ଧ ଏନଏସିରେ ଅନେକ ବିକାଶମୂଳକ କାର୍ଯ୍ୟ ହାତକୁ ନେଇ ପୌର ନିର୍ବାଚନ ପୂର୍ବରୁ ବିଜେଡି ଅଧିକ ସଂଗଠିତ ହୋଇଥିବାବେଳେ ସଂପୁର୍ଣ୍ଣ ହେବାକୁ ଯାଉଥିବା ମର୍ଜାକୁଦ ସେତୁ ପ୍ରଦିପଙ୍କ ରାଜନୈତିକ ଜୀବନ ପାଇଁ ଏକ ବଡ ସଫଳତା। ସେହିପରି ବୌଦ୍ଧଠାରେ ବାଇପାଶ ରାସ୍ତା, ଧଳପୁର ଆଠମଲ୍ଲିକ ସେତୁ, ଐତିହାସିକ ଜଗନ୍ନାଥ ସଡକର ଉନ୍ନତିକରଣ, ସହରର ପ୍ରମୁଖ ରାସ୍ତାର ସଂପ୍ରସାରଣ, ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରେ ଶ୍ରୀଜଗନ୍ନାଥ ମନ୍ଦିରର ଉନ୍ନତିକରଣ, ବୌଦ୍ଧ ବଘିଆପଡା ରାସ୍ତାର ପ୍ରଶସ୍ତିକରଣ ସମେତ ଅନେକ ଉନ୍ନୟନ କାର୍ଯ୍ୟ ପାଇଁ ଅର୍ଥ ଜୁଟାଇବାରେ ସଫଳ ହୋଇ ଶ୍ରୀଅମାତ ନିଜର ରାଜନୈତିକ ମୂଳଦୁଆକୁ ଅଧିକ ମଜଭୁତ କରିବାରେ ସଫଳ ହୋଇଛନ୍ତି। ତେଣୁ ଶ୍ରୀଅମାତଙ୍କୁ ପୁଣିଥରେ ମନ୍ତ୍ରୀ ପଦ ମିଳିଲେ ପୌର ଓ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଜିଲାରେ ବିଜେଡି ଅଧିକ ମଜଭୁତ ହୋଇପାରିବ ବୋଲି ଦଳୀୟ ନେତା ଓ କର୍ମୀମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories