www.samajalive.in
Thursday, December 11, 2025
27.1 C
Bhubaneswar

ଆଫଗାନିସ୍ତାନରେ କମାଣ୍ଡ ହସ୍ତାନ୍ତର କଲେ ଆମେରିକାର ସେନା ଜେନେରାଲ; ଆଫଗାନ ସହର ଘଜନିକୁ ଘେରି ରହିଛନ୍ତି ତାଲିବାନ ଆତଙ୍କି

କାବୁଲ: ଆଫଗାନିସ୍ତାନରୁ ଆମେରିକା ନିଜ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ପ୍ରାୟତଃ ଶେଷ କରିଥିବାବେଳେ ଆଫଗାନିସ୍ତାନରେ ଥିବା ଆମେରିକାର ସେନା ଜେନେରାଲ ଅଷ୍ଟିନ ମିଲର ସୋମବାର କମାଣ୍ଡ ହସ୍ତାନ୍ତର କରିଛନ୍ତି । ସୂଚନାଯୋଗ୍ୟ ଯେ ଅଷ୍ଟିନ ୨୦୧୮ରୁ ଆଫଗାନିସ୍ତାନରେ ଆମେରିକୀୟ ସୈନ୍ୟଙ୍କର ନେତୃତ୍ୱ ନେଇଆସୁଥିଲେ । ଆମେରିକାର ଇତିମଧ୍ୟରେ ୮୦%ରୁ ଅଧିକ ସୈନ୍ୟଙ୍କୁ ନିଜ ଦେଶକୁ ଫେରାଇ ନେଇଥିବାବେଳେ ଅଗଷ୍ଟ ଶେଷସୁଦ୍ଧା ସଂପୂର୍ଣ୍ଣ ଭାବରେ ସୈନ୍ୟ ପ୍ରତ୍ୟାହାର କରିବାକୁ ଘୋଷଣା କରିଛି ।
ଅନ୍ୟପକ୍ଷରେ ଆମରେିକା ସୈନ୍ୟଙ୍କ ଅପସାରଣ ପରେ ଆଫଗାନିସ୍ତାନରେ ତାଲିବାନ ଆତଙ୍କି ଗୋଷ୍ଠୀଙ୍କର ପ୍ରଭାବ ଯଥେଷ୍ଟ ବୃଦ୍ଧିପାଇଛି । ଦେଶର ଅଧିକାଂଶ ଭାଗକୁ ତାଲିବାନ ନିଜ ଦଖଲକୁ ନେବା ସହିତ ସେଠାରେ କଠୋର ଇସଲାମୀୟ ଆଇନ ଲାଗୁ କରିବା ଆରମ୍ଭ କରିଛି । ଦେଶରେ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ଆଦିକୁ ବନ୍ଦ କରିଦିଆଯାଇଛି । ଏଥିସହିତ ସରକାରୀ କାର୍ଯ୍ୟାଳୟ ଓ ସ୍ଥଳଗୁଡିକୁ ତାଲିବାନ ଅଧିକୃତ ଅଞ୍ଚଳରେ ଆତଙ୍କିମାନେ ନିଜ ଅକ୍ତିଆରକୁ ନେଇସାରିଛନ୍ତି । ଗତ ମଇ ମାସରୁ ଇତିମଧ୍ୟରେ ଆଫଗାନିସ୍ତାନରେ ଥିବା ପ୍ରାୟ ୨୫୦୦ ଆମେରିକୀୟ ସୈନ୍ୟଙ୍କ ମଧ୍ୟରୁ ଅଧିକାଂଶ ସ୍ୱଦେଶ ଫେରିସାରିଛନ୍ତି । ଆମେରିକା ମଧ୍ୟ ବାଗ୍ରାମ ବାୟୁସେନା ଘାଟି ଆଫଗାନ ସୈନ୍ୟଙ୍କୁ ପୂର୍ବରୁ ହସ୍ତାନ୍ତର କରିସାରିଛି । ଆମେରିକାର କାବୁଲସ୍ଥିତ କୂଟନୈତିକ କାର୍ଯ୍ୟାଳୟକୁ ସୁରକ୍ଷା ଦେବା ପାଇଁ ସେଠାରେ ପ୍ରାୟ ୬୫୦ ଆମେରିକୀୟ ସୈନ୍ୟ ରହିବା ଆଶା କରାଯାଉଛି । କଡା ସୁରକ୍ଷା ବଳୟ ମଧ୍ୟରେ ଥିବା ଏକ ଅଞ୍ଚଳରେ ସୋମବାର ଦିନ କମାଣ୍ଡ ହସ୍ତାନ୍ତର ଉତ୍ସବରେ ଆଫଗାନିସ୍ତାନ ଏବଂ ଆମେରିକାର ସାମରିକ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଅନ୍ୟଏକ ଉଲ୍ଲେଖନୀୟ ଘଟଣାକ୍ରମରେ ତାଲିବାନ ଆତଙ୍କିମାନେ ଆଫଗାନିସ୍ତାନର ଘଜନି ସହରକୁ ଘେରି ରହିଥିବା ଖବର ମିଳିଛି । ଏପରିକି ସେମାନେ ସାଧାରଣ ଲୋକଙ୍କର ଘର ଜବର ଦଖଲ କରିବା ସହିତ ସେଠାରେ ଲୁଚି ରହି ଆଫଗାନ ସୈନ୍ୟଙ୍କ ସହିତ ଲଢେଇ କରୁଛନ୍ତି । ଘଜନି ପରିସ୍ଥିତି ଅତ୍ୟନ୍ତ ଜଟିଳ ହୋଇପଡିଛି ବୋଲି ଘଜନି ପ୍ରାଦେଶିକ ପରିଷଦର ଜଣେ ସଦସ୍ୟ ହାସନ ରେଜାୟି କହିଛନ୍ତି । ସୂଚନାଯୋଗ୍ୟ ଯେ କାବୁଲ ଓ କାନ୍ଦାହାର ସହରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଘଜନି ଅବସ୍ଥିତ । ତାଲିବାନ ଆତଙ୍କିମାନେ ଗତ ଚାରିଦିନ ହେଲା କାନ୍ଦାହାର ଉପରେ ମଧ୍ୟ ଆକ୍ରମଣ ଜାରି ରଖିଛନ୍ତି । ସେହି ସମୟରେ ତାଲିବାନ ଏବଂ ଆଫଗାନ ସରକାରଙ୍କ ମଧ୍ୟରେ କାତାରା ରାଜଧାନୀ ଦୋହାଠାରେ ଶାନ୍ତି ଆଲୋଚନା ଜାରି ରହିଛି ।

Hot this week

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

Related Articles

Popular Categories