www.samajalive.in
Monday, December 8, 2025
27.1 C
Bhubaneswar

ଉତ୍ତରପ୍ରଦେଶ,ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବଜ୍ରଘାତରେ ୭୦ ମୃତ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ,ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବଜ୍ରଘାତରେ ଗୋଟିଏ ଦିନରେ ୭୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଉତ୍ତରପ୍ରଦେଶରେ ୪୦,ରାଜସ୍ଥାନରେ ୨୦ରୁ ଅଧିକ, ମଧ୍ୟପ୍ରଦେଶରେ ୭ରୁ ଅଧିକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।
ସୂଚନା ଯୋଗ୍ୟ, ରବିବାର ସନ୍ଧ୍ୟାରେ ୟୁପିରେ ପ୍ରବଳ ବର୍ଷା ସହିତ ଝଡ ତୋଫାନ ସହ ବଜ୍ରପାତ ହୋଇଥିଲା। ବଜ୍ରପାତରେ ପ୍ରୟାଗରାଜରେ ୧୪, କାନପୁରରେ ୫, ଫିରୋଜାବାଦ ଏବଂ କୌଶମ୍ବୀରେ ୩ ଜଣ ଲେଖାଏଁ, ଉନ୍ନାଓ ଏବଂ ଚିତ୍ରକୋଟରେ ୨ ଜଣ ବଜ୍ରପାତରେ ମୃତ୍ୟୁ ବରଣ କରିଛନ୍ତି। ଏହାସହ ପ୍ରାୟ ୨୨ ଜଣ ଲୋକ ବଜ୍ରପାତରେ ନିଆଁ ଲାଗି ଜୀବନ୍ତ ଦଗ୍ଧ ହୋଇଛନ୍ତି। ୨୦୦ରୁ ଅଧିକ ଗୋରୁ ମଧ୍ୟ ପ୍ରାଣ ହରାଇଛନ୍ତି।
ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ସହାୟତା ଯୋଗାଇବାକୁ ଜିଲ୍ଲାପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର କାନପୁର, ପ୍ରତାପଗଡ,ଆଗ୍ରା,ବାରାଣାସୀ ଏବଂ ରାଏବରେଲିରେ ମଧ୍ୟ ବଜ୍ରପାତରେ ମୃତ୍ୟୁ ଘଟିଛି। ଅଧିକାଂଶ ମୃତ୍ୟୁ ରାଜଧାନୀ ଜୟପୁରରେ ଘଟିଛି। ଜୟପୁରରେ ୧୬ ଜଣ, ଘୋଲପୁରରେ ୩, କୋଟାରେ ୪, ଝାଲାୱାଡା ଏବଂ ବାରାଂରେ ଜଣେ ଲେଖାଏଁ ଆଖି ବୁଜିଛନ୍ତି। ଜୟପୁରର ଆମେର ପାଲେସ ସମ୍ମୁଖରେ ସେଲଫି ନେବା ସମୟରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି।
ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ ଯୋଗେ ଜଣାଇଛନ୍ତି, ରାଜସ୍ଥାନର କିଛି ଅଞ୍ଚଳରେ ବଜ୍ରପାତରେ ମୃତ୍ୟୁ ବରଣ କରିଥିବା ପରିବାରକୁ ୨ ଲକ୍ଷ ଲେଖାଏଁ ଟଙ୍କା ଓ ଆହତଙ୍କୁ ୫୦,୦୦୦ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ପ୍ରତ୍ୟେକ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି ବୋଲି ସୂଚନା ମିଳିଛି।

 

Hot this week

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

Related Articles

Popular Categories