www.samajalive.in
Monday, December 8, 2025
27.1 C
Bhubaneswar

ମା’ କନ୍ଧୁଣୀ ଦେବୀଙ୍କ କଣ୍ଟାପିଡ଼ା ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ

ବ୍ରହ୍ମପୁର: ସୋରଡ଼ାର ପ୍ରସିଦ୍ଧ ମା’ କନ୍ଧୁଣୀ ଦେବୀଙ୍କ କଣ୍ଟାପିଡ଼ା ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି । ପରମ୍ପରା ଭାବେ ପ୍ରତ୍ୟେକ ବର୍ଷ ଗହ୍ମା ପୂର୍ଣ୍ଣିମାରେ ଶୁଭଖୁଣ୍ଟି ସ୍ଥାପନ କରାଯାଏ । ପୂର୍ବାହ୍ନ ୧୧ ଟା ସମୟରେ ସୋରଡ଼ା କନ୍ଧୁଣୀ ଦେବୀଙ୍କ ମନ୍ଦିର ଠାରୁ ପୂଜାର୍ଚ୍ଚନା କରାଯିବା ସହ ଏକ ବିରାଟ ପଟୁଆରରେ ମାଙ୍କ ଠାରୁ ଆଜ୍ଞାମାଳ ଅଣାଯାଇଥିଲା । ପରେ ଶୁଭଖୁଣ୍ଟିକୁ ଗ୍ରାମ ପରିକ୍ରମା କରାଯାଇ ମାଙ୍କ ଅସ୍ଥାୟୀ ମଣ୍ଡପ ଠାରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଥିଲା । ଯାତ୍ରା ପରିଚାଳନା କମିଟିର ସଭାପତି ତଥା ସ୍ଥାନୀୟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ସଂପାଦକ ଦୁର୍ଗା ଚରଣ ଶତପଥୀ, ସହ-ସଂପାଦକ କୈଳାସ ଚନ୍ଦ୍ର ପଣ୍ଡା, କୋଷାଧ୍ୟକ୍ଷ ପ୍ରମୋଦ ଅଧିକାରୀ, ମନ୍ଦିର ପରିଚାଳନା କମିଟି ସଭାପତି ଶିବ ପ୍ରସାଦ ସୁଆର ପ୍ରମୁଖଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଉତ୍ସବରେ ସ୍ଥାନୀୟ ତହସିଲଦାର ଅମର କୁମାର ବସନ୍ତରାୟ ଓ ସୋରଡ଼ା ଥାନା ଅଧିକାରୀଙ୍କ ସମେତ ସ୍ଥାନୀୟ ବୁଦ୍ଧିଜୀବୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଏଥିରେ ଉପସ୍ଥିତ ରହିଥିଲେ । ଏହି ଯାତ୍ରା ଆସନ୍ତା ସେପ୍ଟେମ୍ବର ୨୧ ତାରିଖରେ ବାଲିଯାତ୍ରା ହୋଇଥିବା ବେଳେ ୨୨ ତାରିଖରୁ କଣ୍ଟାପିଡ଼ା ଯାତ୍ରାର ସମସ୍ତ କାର୍ୟ୍ୟକ୍ରମ ଯଥାରୀତିରେ ଆରମ୍ଭ ହେବ । ସେପ୍ଟେମ୍ବର ୨୮ ତାରିଖରୁ ମହୋତ୍ସବ ଆରମ୍ଭ ହୋଇ ଅକ୍ଟୋବର ୧ ତାରିଖରେ ସମାପନ ହେବା କାର୍ୟ୍ୟକ୍ରମ ରହିଛି । ଅକ୍ଟୋବର ୨ ତାରିଖରେ କଣ୍ଟା ଦୋଳିରେ ମା କନ୍ଧୁଣୀ ଦେବୀ ଝୁଲିଝୁଲି ଅଗଣିତ ଭକ୍ତମାନଙ୍କୁ ଶେଷ ଦର୍ଶନ ଦେଇ ନିଜ ମନ୍ଦିରକୁ ଫେରିବା ପରେ ଯାତ୍ରା ଉଦଯାପନ ହେବ ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories