www.samajalive.in
Monday, December 8, 2025
27.1 C
Bhubaneswar

ଡିଏମ୍‍କେ ସୁପ୍ରିମୋ ଦାୟିତ୍ୱ ନେଲେ ଷ୍ଟାଲିନ୍‍

ଚେନ୍ନାଇ: ତାମିଲନାଡ଼ୁର ଡିଏମ୍‍କେ ସୁପ୍ରିମୋ ଭାବେ ଏମ୍‍ କେ ଷ୍ଟାଲିନ୍‍ ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏମ୍‍ କରୁଣାନିଧି ଅସୁସ୍ଥ ହେବା ପରେ ଗତ ୧ ବର୍ଷ ଧରି ଷ୍ଟାଲିନ୍‍ ଅସ୍ଥାୟୀ ଭାବେ ଦଳୀୟ କାର୍ଯ୍ୟଭାର ସମ୍ଭାଳି ଆସୁଥିଲେ। କରୁଣାନିଧିଙ୍କ ଦେହାନ୍ତ ପରେ ପାର୍ଟି ସୁପ୍ରିମୋ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମୃତ୍ୟୁର ବହୁ ଦିନ ପୂର୍ବରୁ କରୁଣାନିଧି ଷ୍ଟାଲିନ୍‍ଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବେ ଘୋଷଣା କରିଥିଲେ। କିନ୍ତୁ ଏହି ପଦରେ ଅଧିଷ୍ଠିତ ହେବାକୁ ଚାହୁଁଥିବା କରୁଣାନିଧିଙ୍କ ବଡ଼ପୁଅ ଏମ ଆଲାଗିରି ବାପାଙ୍କ ନିଷ୍ପତ୍ତିର ପ୍ରତିବାଦ କରିଥିଲେ। ଫଳରେ ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଆଲାଗିରିଙ୍କୁ ଡିଏମକେରୁ ବହିଷ୍କାର କରାଯାଇଥିଲା। କିନ୍ତୁ କରୁଣାନିଧିଙ୍କ ମୃତ୍ୟୁ ପରେ ଆଲାଗିରି ପୁଣି ଥରେ ଡିଏମ୍‍କେରେ ଥିବା ତାଙ୍କ ସମର୍ଥକଙ୍କ ଜରିଆରେ ଦଳ ଭିତରେ ପ୍ରବେଶ କରିବେ ବୋଲି ଆଲୋଚନା ଜୋର ଧରିଥିଲା। ଏହାପରେ ଡିଏମ୍‍କେ ସୁପ୍ରିମୋ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା ଜୋରଦାର ହେବ ବୋଲି କୁହାଯାଉଥିଲା। କିନ୍ତୁ ଜଣେ ମାତ୍ର ପ୍ରାର୍ଥୀ ଭାବେ ଷ୍ଟାଲିନ୍‍ ପ୍ରାର୍ଥିପତ୍ର ଦାଖଲ କରିଥିବାରୁ ଦଳୀୟ ସୁପ୍ରିମୋ କିଏ ହେବ ତାହା ସ୍ପଷ୍ଟ ହୋଇଯାଇଥିଲା। ମଙ୍ଗଳବାର ଏ ସମ୍ପର୍କରେ ବିଧିବଦ୍ଧ ଘୋଷଣା କରାଯିବା ପରେ ଷ୍ଟାଲିନ୍‍ ଆଜି ଚେନ୍ନାଇ ସ୍ଥିତ ଦଳର ମୁଖ୍ୟ କାର୍ଯ୍ୟାଳୟ ଆନ୍ନା ଆରିଭାଲାୟାମ୍‍ରେ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ୬୫ ବର୍ଷ ବୟସ୍କ ଏମ୍‍ ଷ୍ଟାଲିନ୍‍ କର୍ଣ୍ଣାଟକର ଦୁଇ ଦୁଇଥର ମେୟର ପଦବୀରେ ରହିବା ସହିତ ଥରେ ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ନିର୍ବାହ କରିଛନ୍ତି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories