www.samajalive.in
Monday, December 8, 2025
17.1 C
Bhubaneswar

ହୀରାକୁଦ ଜଳଭଣ୍ଡାର: ସେକେଣ୍ଡ ପ୍ରତି ୫୫.୭୯୦ ଘନଫୁଟ ଜଳ ପ୍ରବେଶ, ୫୨.୮୬୪ ଘନଫୁଟ ଜଳ ନିଷ୍କାସିତ

ହୀରାକୁଦ: ହୀରାକୁଦ ନଦୀବନ୍ଧରୁ ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ରବିବାର ପୂର୍ବାହ୍ନ ୧୧ଟା ସମୟରେ କରାଯାଇଛି। ନଦୀବନ୍ଧର ବାମପାର୍ଶ୍ବ ସ୍ପିଲୱେ ଅନ୍ତର୍ଗତ ଦୁଇଟି ଫାଟକ ଦେଇ ମହାନଦୀକୁ ଜଳ ନିଷ୍କାସନ ଆରମ୍ଭ କରାଯାଇଥିଲା। ଏହା ପୂର୍ବରୁ ପରମ୍ପରା ଅନୁଯାୟୀ ମଙ୍ଗଳ କାମନାପୂର୍ବକ ପୂଜାର୍ଚ୍ଚନା କରାଯାଇଥିଲା। ପ୍ରଥମେ ୭ ନମ୍ବର ଫାଟକ ଖୋଲାଯାଇଥିଲା। ଏହି ସମୟରେ ନଦୀବନ୍ଧର ଜଳସ୍ତର ୬୦୯.୪୭ ଫୁଟ ରହିଥିଲା। ଏହାପରେ ୮ ନମ୍ବର ଫାଟକ ଖୋଲା ଯାଇଥିଲା। ସର୍ବୋଚ୍ଚ ଯନ୍ତ୍ରୀ ସୁନୀଲ କୁମାର ନାୟକ ଏବଂ ସମ୍ବଲପୁର ଆରକ୍ଷୀ ନୀରିକ୍ଷକ ବି ଗଙ୍ଗାଧର ନଡ଼ିଆ ଭାଙ୍ଗି ପ୍ରଥମ ଫାଟକ ଖୋଲିବା ପ୍ରକ୍ରିୟା ଆରମ୍ଭ କରିଥିଲେ। ଏହି ସମୟରେ ହୀରାକୁଦ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ୫୫ ହଜାର ୭୯୦ ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ ସେକେଣ୍ଡ ପ୍ରତି ୫୨ ହଜାର ୮୬୪ ଘନଫୁଟ ଜଳ ନିଷ୍କାସିତ ହେଉଥିଲା। ପ୍ରତି ସେକେଣ୍ଡରେ ସ୍ପିଲୱେକୁ ୨୯୬୨୮ ଘନଫୁଟ, ପାୱାର ଚେନାଲକୁ ୧୮୬୬୪ ଘନଫୁଟ, ଶିଳ୍ପକୁ ୨୭୨ ଘନଫୁଟ ଏବଂ କେନାଲକୁ ୪୩୦୦ ଘନଫୁଟ ଜଳ ନିଷ୍କାସିତ ହେଉଥିବା ଜଣାପଡ଼ିଛି। ଖୋଲାଯାଇଥିବା ଦୁଇଟି ସ୍ଲୁଇସ ଗେଟରୁ ୧୬ ହଜାର ଘନଫୁଟ ଲେଖାଏ ଜଳ ମହାନଦୀକୁ ଛଡ଼ାଯାଉଛି। ରବିବାର ସକାଳ ସୁଦ୍ଧା ପୂର୍ବ ୨୪ ଘଣ୍ଟା ମଧ୍ୟରେ ନଦୀବନ୍ଧ ଉପରମୁଣ୍ଡରେ ୧.୨୬ ମିଲିମିଟର ଓ ତଳମୁଣ୍ଡରେ ୦.୩୪ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି। ନଦୀବନ୍ଧରୁ ଜଳ ଛଡ଼ା ଯାଉଥିବାରୁ ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ମହାନଦୀ ଓ ଶାଖା ନଦୀଗୁଡ଼ିକୁ ନଯିବା ପାଇଁ ଜନସାଧାରଣଙ୍କୁ ସତର୍କ କରାଇଛନ୍ତି। ଫାଟକ ଖୋଲିବା ସମୟରେ ସର୍ବୋଚ୍ଚ ଯନ୍ତ୍ରୀ ଇଂ. ନାୟକ, ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିରାକାର ବିଶି, ନିର୍ବାହୀ ଯନ୍ତ୍ରୀ ସୁଧୀର କୁମାର ସାହୁ, ନିର୍ବାହୀ ଯନ୍ତ୍ରୀ (ମେକାନିକାଲ) ପ୍ରିୟରଞ୍ଜନ ପଣ୍ଡା ପ୍ରମୁଖଙ୍କ ସହ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର, ପିଡି-ଡିଆରଡିଏ ତଥା ନିର୍ବାହୀ ଜିଲାପାଳ ସୁକାନ୍ତ କୁମାର ତ୍ରିପାଠୀ, ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ ସଚିବ ଭିନସେଣ୍ଟ ପୁନମକାନ୍ତ ଏକ୍କା, ହୀରାକୁଦ ଏସଡ଼ିପିଓ ସତ୍ୟବ୍ରତ ଦାଶ, ହୀରାକୁଦ ଥାନାଧିକାରୀ ଚିତ୍ତରଞ୍ଜନ ନାଏକ ଉପସ୍ଥିତ ଥିଲେ। କୋଭିଡ କଟକଣା ଯୋଗୁ ଗଣମାଧ୍ୟମ ଓ ଜନସାଧାରଣଙ୍କୁ ଭିତରକୁ ଛଡ଼ା ଯାଇନଥିଲା।

ସୂଚନାଯୋଗ୍ୟ ଯେ, ଗତବର୍ଷ ଜୁନ ୨୫ ତାରିଖରେ ଜଳସ୍ତର ୬୧୮.୧୦ ଫୁଟ ଥିବାବେଳେ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିଲା। ୨୦୧୯ ମସିହାରେ ଅଗଷ୍ଟ ୧୪ରେ ପ୍ରଥମ ବନ୍ୟାଜଳ ନିଷ୍କାସନ ହୋଇଥିବାବେଳେ ୨୦୧୮ରେ ଜୁଲାଇ ୭, ୨୦୧୭ରେ ଜୁଲାଇ ୭, ୨୦୧୬ରେ ଅଗଷ୍ଟ ୫, ୨୦୧୫ରେ ଜୁଲାଇ ୧୩ ଏବଂ ୨୦୧୪ରେ ଜୁଲାଇ ୨୪ ତାରିଖ ଦିନ ନିଷ୍କାସନ କରାଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories