www.samajalive.in
Monday, December 8, 2025
20.1 C
Bhubaneswar

ମ୍ୟାଲେରିଆରେ ଛଟପଟ ପଞ୍ଚାୟତବାସୀ

ବୌଦ୍ଧ: ବୌଦ୍ଧ ଜିଲା ହରଭଙ୍ଗା ବ୍ଳକର ଆଦିବାସୀ ଅଧ୍ୟୁଷିତ ବଣପାହାଡ ଘେରା ପଞ୍ଚାୟତ ତଳଗାଁ। ପଞ୍ଚାୟତଟି ୪୨ ଗୋଟି ଗାଁକୁ ନେଇ ଗଠିତ କିନ୍ତୁ ଆଜିବି ପଞ୍ଚାୟତରେ ଲୋକମାନଙ୍କୁ ବିଶୁଦ୍ଧ ପାଣି ମଧ୍ୟ ମିଳିପାରିନାହିଁ। ଗାଁ ଗୁଡିକରେ ସରକାରଙ୍କ ସପ୍ଳାଇ ପାଣି ମଧ୍ୟ ଯୋଗାଇଦିଆଯାଇପାରିନାହଁ। ଫଳରେ ପଞ୍ଚାୟତବାସୀ ବାଧ୍ୟ ହୋଇ ନାଳ, ଝରଣ।, ପୋଖରୀ ଆଦିର ପାଣି ପିଇ ବହୁ ସମୟରେ ମ୍ୟାଲେରିଆରେ ପିଡିତ ହେବା ସହ ମୃତ୍ୟମୁଖରେ ପଡୁଛନ୍ତି। ଗତ ୧୫ ଦିନ ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମ୍ୟାଲେରିଆ ଦମନ ପାଇଁ ଗାଁ ଗାଁ ବୁଲି ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା କରିଥିଲେ। ସେଥିମଧ୍ୟରୁ ଲୁଣ୍ଡୁରୀଜୋରୀ ଗ୍ରାମରୁ ୫ ଜଣ, ସାନଖଜୁରୀ ବଡଖଜୁରୀରୁ ୨୬, ବାନ୍ଦିଗାଡୁରୁ ୫ , ଗୁଣ୍ଡୁରିସାହିରୁ ୪୨, କଣ୍ଟିସରରୁ ୫ ଓ ଡମକୋଚରୁ ୨ ଜଣ ମ୍ୟାଲେରିଆ ପଜିଟିଭ ବାହରିଥିବା ଜଣାପଡିଛି।

ଫଳରେ ପଞ୍ଚାୟତର ଗ୍ରାମଗୁଡିକ ବଣପାହାଡ ଓ ଜଙ୍ଗଲି ଅଞ୍ଚଳରେ ରହୁଥିବା ଯୋଗୁଁ ଅନ୍ୟ ଗ୍ରାମଗୁଡୀକରେ ମଧ୍ୟ ପରୀକ୍ଷା କରାଗଲେ ଏହାର ସଂଖ୍ୟା ଆହୁରି ବଢିପାରେ। ଗୋଟିଏ ପଟେ ବୌଦ୍ଧ ଜିଲାକୁ ମ୍ୟାଲେରିଆ ମୁକ୍ତ ବୋଲି ଡିଣ୍ଡିମ ପିଟୁଥିବା ବେଳେ ଅନ୍ୟପଟେ ମ୍ୟାଲେରିଆରେ ତଳଗାଁ ପଞ୍ଚାୟତବାସୀ ଛଟପଟ ହେଉଛନ୍ତି। ପଞ୍ଚାୟତର ଅଧିକାଂଶ ଲୋକ ଗରୀବ ଶ୍ରେଣୀର ହୋଇଥିବାରୁ ଠିକ ଭାବେ ମଧ୍ୟ ଚିକତ୍ସିତ ହୋଇପାରୁନାହାନ୍ତି। ଏଣୁ ପ୍ରଶାସନ ପକ୍ଷରୁ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦିଆନଗଲେ ଆଗକୁ ଲୋକମାନେ ମୃତ୍ୟୁ ମୁଖରେ ପଡିବା ନିଶ୍ଚିତ ହୋଇଯିବ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories