www.samajalive.in
Saturday, December 6, 2025
26.1 C
Bhubaneswar

ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀଙ୍କ ଅତାବିରା ପରିଦର୍ଶନ ଓ ସମ୍ବର୍ଦ୍ଧନା ସଭା

ରେଙ୍ଗାଲିକେମ୍ପ : ଆଜି ଅତାବିରା ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟକୁ ବରଗଡ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁ ପରିଦର୍ଶନ କରିଥିଲେ। ଏହି ପରିଦର୍ଶନ ସମୟରେ ଅତାବିରାର ନୋଡାଲ ଉଚ୍ଚ ବିଦ୍ୟାଳୟ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ଲାଦେରପାଳି ୟୁ ଜି ଏଚ୍ ଏସ ଏହି ତିନୋଟି ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଡକାଇ ଅତିରିକ୍ତ ଶିକ୍ଷାଅଧିକାରୀ ସମସ୍ତ କାଗଜ ପତ୍ର ତର୍ଜମା କରିଥିଲେ। କରୋନା ସମୟରେ ଚାଲିଥିବା ୟୁଟ୍ୟୁବ ପାଠପଢାରେ ପିଲାଙ୍କର ଉପସ୍ଥିତିର ହାର, ପିଲାମାନଙ୍କ ଖାତାର ମୂଲ୍ୟାଙ୍କନ କରିବା, ଦୁଇଟି ପର୍ୟ୍ୟାୟରେ ଚାଲୁଥିବା ଅନଲାଇନ୍ ପାଠପଢ଼ାରେ ଅନୁପସ୍ଥିତ ଥିବା ପିଲାଙ୍କର ସମସ୍ୟା ଆଦି ବୁଝି ତାଙ୍କୁ ଲିଙ୍କକୁ ଆଣିବାର ବ୍ୟବସ୍ଥା ଆଦି ଉପରେ ତର୍ଜମା କରିବା ସହ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ତାର ତଥ୍ୟ ପଚାରି ବୁଝିଥିଲେ।

ଅନେକ ପିଲାଙ୍କ ପାଖରେ ଏନ୍ ରଏଡ଼ ମୋବାଇଲ ନାହିଁ ତେଣୁ ସେମାନଙ୍କୁ ଏହି ଶିକ୍ଷାଦାନରେ ଯୋଗ କରା ଯାଇପାରୁ ନାହିଁ। ତେଣୁ ଏହାର ବିକଳ୍ପ ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା । ଶିକ୍ଷକମାନେ ପିଲାମାନଙ୍କ ପାଖକୁ ପହଞ୍ଚି ବା ଫୋନ ମାଧ୍ୟମରେ ଯୋଗାଯୋଗ କରି ସେମାନେ ଲିପିବଦ୍ଧ କରିଥିବା ପ୍ରତି ଦିନର ପାଠପଢାକୁ ଦେଖିବେ ଯେ ପ୍ରକୃତରେ ପିଲାଟି ଲିଙ୍କରେ ଆସୁଥିବା ପାଠକୁ ଧ୍ୟାନ ସହକାରେ ପଢୁଛି ନା ନାହିଁ। ଯଦି ସେ ନ ପଢୁଛି ତେବେ ତାର କାରଣ ବୁଝି ତାକୁ ସମାଧାନ କରିବାର ବିକଳ୍ପ ପ୍ରୟାସ ଶିକ୍ଷକମାନେ କରନ୍ତୁ ବୋଲି ଶ୍ରୀ ସାହୁ କହିଥିଲେ। ଏହି ଅବସରରେ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ପକ୍ଷରୁ ନୂତନ ଭାବରେ ଦାୟିତ୍ଵ ନେଇଥିବା ଶ୍ରୀ ସାହୁଙ୍କ ସ୍ଵାଗତ ଉଦ୍ଦେଶ୍ୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁରେନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ଏକ ସଭା ହୋଇଥିଲା। ଏଥିରେ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହିମାଂଶୁ ଶେଖର ସାହୁ, ଅତାବିରା ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ ମଂଚାସୀନ ଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସାହୁଙ୍କୁ ଉପଢୌକନ ଦେଇ ସ୍ବାଗତ ସମ୍ମାନ କରାଯାଇଥିଲା । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଏହି ପରିଦର୍ଶନ ବେଳେ ଅତାବିରା ଏନ୍ ଏ ସି ଅନ୍ତର୍ଗତ ତିନୋଟି ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା କର୍ମଚାରୀ ଉପସ୍ଥିତ ଥିଲେ ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories