www.samajalive.in
Saturday, December 6, 2025
26.1 C
Bhubaneswar

କୋଭିଡ ଯୋଦ୍ଧା ଗଣମାଧ୍ୟମ ପ୍ରତିନିଧି ଅଶୋକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ସହାୟତା ପ୍ରଦାନ 

ଯାଜପୁର : ରାଜ୍ୟ ସରକାର ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସହଯୋଗ ମୋ ପରିବାର ମୁହଁରେ ହସ ଫୁଟାଇ ପାରିଚ୍ଥି ବୋଲି କହିଚ୍ଥନ୍ତି କୋଭିଡ ଯୋଦ୍ଧା ଅଶୋକଙ୍କ ବିଧବା ପତ୍ନୀ ସ୍କୃତି ସାହୁ। ଯାଜପୁର ଜିଲା ଯାଜପୁର ବ୍ଲକ ଖଇରାବାଦ ଗ୍ରାମ ନିବାସୀ ୫୫ ବର୍ଷୀୟ ଅଶୋକ ସାହୁ ଦୈନିକ ଓଡିଆ ସମ୍ୱାଦ ପତ୍ର ମନ୍ଥନର ଜଣେ ସାମ୍ୱାଦିକ ଥିଲେ । ତେବେ କାର୍ୟ୍ୟରତ ଅବସ୍ଥାରେ ସେ କୋଭିଡ ଆକ୍ରାନ୍ତ ହେଲେ ଓ ଚିକିତ୍ସାବସ୍ଥାରେ ମୃତ୍ୟୁବରଣ କଲେ । ରାଜ୍ୟ ସରକାର କାର୍ୟ୍ୟରତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କୋଭିଡ ଯୋଦ୍ଧାର ମାନ୍ୟତା ଦେଇଥିବାରୁ ଅଶୋକଙ୍କର ଚିକିତ୍ସା ସୁବିଧା ମଧ୍ୟ କରାଯାଇଥିଲା । ତେବେ ତାଙ୍କର ମୃତ୍ୟୁ ପରେ ରାଜ୍ୟ ସରକାର ପୂର୍ବ ଘୋଷଣା ମୁତାବକ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ତାଙ୍କ ପରିବାରକୁ ପ୍ରଦାନ କରିଚ୍ଥନ୍ତି । ମୋର ଦୁଇଟି ପୁଅ । ସେମାନେ ପଢୁଚ୍ଥନ୍ତି । ତେଣୁ ଏହି ଅର୍ଥ ସେମାନଙ୍କର ପଢାରେ ବହୁତ ସାହାଯ୍ୟ କରିବ । ସେହିପରି ମୋ ସ୍ୱାମୀଙ୍କ ମୃତ୍ୟୁ ପରେ ପରିବାର ଘୋର ଆର୍ଥିକ ଅନାଟନରେ ଗତି କରୁଥିଲା । ଏହି ଅର୍ଥ ମୋ ପରିବାରକୁ ବିଶେଷ ସହଯୋଗ ଦେବ ବୋଲି ସ୍ମୃତି କହିବା ସହ ଏହି ସହାୟତା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଓଡିଶା ସରକାରଙ୍କୁ ଗଭୀର କୃତଜ୍ଞତା ଓ ଅଶେଷ ଧନ୍ୟବାଦ ଅର୍ପଣ କରିଚ୍ଥନ୍ତି । ଏହି ଅର୍ଥ ରାଶି ଯାଜପୁର ଜିଲାପାଳଙ୍କ ମାର୍ପଂତରେ ସ୍କୃତି ସାହୁଙ୍କ ଆକାଉଣ୍ଟକୁ ପ୍ରଦାନ କରାଯାଇଚ୍ଥି ।

ଜିଲାପାଳ ଚକ୍ରୱାରୀ ସିଂ ରାଠୋର, ଅତିରିକ୍ତ ଜିଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ଶ୍ରୀମତୀ ସାହୁଙ୍କୁ ଏହି ଅର୍ଥ ପ୍ରଦାନ ସଂପର୍କରେ ସୂଚୀତ କରିଥିଲେ । ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଯାଜପୁର ତହସିଲଦାର ଜ୍ୟୋତିକାନ୍ତ ଭୂଜବଳ ଓ ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସ୍କୃତିଙ୍କ ଘରକୁ ଯାଇ ଏହି ସହାୟତା ପ୍ରଦାନ କରିଥିଲେ । ଅପର ପକ୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ମଧ୍ୟ କାର୍ୟ୍ୟରତ ଗଣମାଧ୍ୟମ ପ୍ରତିନିଧି ଓ ସେମାନଙ୍କ ପରିବାରର ୫ ଜଣ ସଦସ୍ୟଙ୍କୁ ୨ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ସୁବିଧା ଯୋଗାଇ ଦିଆଯାଉଚ୍ଥି ବୋଲି ଜିଲା ସୂଚନା ଓ ଲୋକ ସଂପର୍କ କାର୍ୟ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଚ୍ଥି ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories