www.samajalive.in
Monday, December 8, 2025
17.1 C
Bhubaneswar

ବାଂଲାଦେଶ ନାରାୟଣଗଞ୍ଜ କାରଖାନା ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୫୨କୁ ବୃଦ୍ଧି

ନାରାୟଣଗଞ୍ଜର ଶେଜାନ ଜୁସ କାରଖାନାରେ ଅଗ୍ନିକାଣ୍ଡରେ ଅତି କମରେ ୫୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଗୁରୁବାର ସନ୍ଧ୍ୟାରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ୫୨ ଜଣ ପ୍ରାଣ ହରାଇଥିବା ଢାକା ଟ୍ରିବ୍ୟୁନ୍ ରିପୋର୍ଟ କରିଛି।

ଅନେକ କର୍ମଚାରୀ ଏହି ଅଗ୍ନିକାଣ୍ଡରୁ ରକ୍ଷା ପାଇବାକୁ ଛ’ ମହଲାରୁ ତଳକୁ ଡେଇଁ ପଡିଥିଲେ। ନିଆଁ ଲିଭାଇବା ପାଇଁ ୧୮ଟି ଅଗ୍ନିଶମ ଗାଡି ନିୟୋଜିତ ହୋଇଥିଲା। ପ୍ରାଥମିକ ସୂଚନା ଅନୁଯାୟୀ, ଏହି ୬ ମହଲା କୋଠାର ତଳ ମହଲାରେ ନିଅଁ ଲାଗିଥିଲା ଏବଂ ସେଠାରେ ରାସାୟନିକ ପଦାର୍ଥ ଏବଂ ପ୍ଲାଷ୍ଟିକ ବୋତଲ ଥିବାରୁ ନିଅଁ ଶୀଘ୍ର ଉପର ମହଲଗୁଡିକୁ ବ୍ୟାପି ଯାଇଥିଲା।

- Advertisement -

ନାରାୟଣଗଞ୍ଜ ଜିଲ୍ଲା ଅଗ୍ନିଶମ ସେବା ବିଭାଗର ସହକାରୀ ନିର୍ଦ୍ଦେଶକ ଅବଦୁଲ୍ଲା ଅଲ ଆରେଫିନ କହିଛନ୍ତି ଯେ କେତେ କ୍ଷୟକ୍ଷତି ହୋଇଛି ଏବଂ ଅଗ୍ନିକାଣ୍ଡର କାରଣ ସଠିକ୍ ଭାବରେ କହିବା ସମ୍ଭବ ନୁହେଁ। ଏହି ଘଟଣାର ତଦନ୍ତ ପାଇଁ ଜିଲ୍ଲା ପ୍ରଶାସନ ଏକ ପାଞ୍ଚ ଜଣିଆ ତଦନ୍ତ କମିଟି ଗଠନ କରିଛନ୍ତି।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories