www.samajalive.in
Monday, December 8, 2025
27.1 C
Bhubaneswar

“ମୋତେ ବରବାଦ କରିଦେଲା ରିଙ୍କି” – ଭୀମଟାଙ୍ଗୀ ମହିଳା ହତ୍ୟାକାଣ୍ଡ ଅଭିଯୁକ୍ତର ପରିବାର ପାଇଁ ଥିଲା ଶେଷ ବାର୍ତ୍ତା

ଭୁବନେଶ୍ୱର ଭୀମଟାଙ୍ଗୀ ଅଂଚଳର ଏକ ବନ୍ଦ କୋଠରୀ ମଧ୍ୟରୁ ଗତକାଲି ପ୍ରିୟଙ୍କା ନାମ୍ନୀ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ପରେ ଏହି ଘଟଣା ପଛର କାହାଣୀ ପଦାକୁ ଆସିବାରେ ଲାଗିଛି। ସେହି ବନ୍ଦ କୋଠରୀ ମଧ୍ୟରୁ ଯାଜପୁର ଅଂଚଳର ଜଗନ୍ନାଥ ନାମକ ଜଣେ ଯୁବକକୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ସୂଚନା ମୁତାବକ ସମ୍ପୃକ୍ତ ଯୁବକ ଏହି ହତ୍ୟାକାଣ୍ଡ ଘଟାଇ ଥାଇ ପାରନ୍ତି କିନ୍ତୁ ଏବେ ସେ ବୟାନ ଦେବା ପରିସ୍ଥିତିରେ ନ ଥିବାରୁ, ସେ ସୁସ୍ଥ ହେବା ପର୍ଯ୍ୟନ୍ତ ପୁଲିସ ଅପେକ୍ଷା କରିଛି।

ଚିକିତ୍ସିତ ହେଉଥିବା ଜଗନ୍ନାଥ ତାର ମୋବାଇଲରୁ ଘର ଲୋକଙ୍କ ନିକଟକୁ ପଠାଇ ଥିବା ହ୍ଵାଟ୍ସଆପ ବାର୍ତ୍ତା ଏବେ ପଦାକୁ ଆସିଛି। ସେ ତାର ଘର ଲୋକଙ୍କୁ କହିଛି ଯେ ରିଙ୍କି ମୋତେ ବରବାଦ କରିଦେଲା। ଆଉ ରାଗିବେନି ମୋ ଉପରେ, ମୁଁ ଦୁନିଆ ଛାଡି ଯାଉଛି। ରିଙ୍କିକୁ ମୁଁ ବହୁତ ଭଲ ପାଉଥଲେ କିନ୍ତୁ ସେ ମୋତେ ବରବାଦ କରିଦେଲା। ମୁଁ ମାନସିକ ଭାରସାମ୍ୟ ହରାଇ ବସିଛି, ମୁଁ ଆଉ ଫେରିବିନି। ମୋ ପାଖରେ ଆଉ କିଛି ରାସ୍ତା ନାହିଁ, ମୋତେ କ୍ଷମା କରିଦେବ। ନିଜ ଭାଇମାନଙ୍କୁ ସେ କ୍ଷମା ମାଗିବା ସହ ଫାଇନାନ୍ସରେ କିଣିଥିବା ବାଇକର ବଳକା ଅର୍ଥ ଦେବାକୁ ମଧ୍ୟ କହିଛନ୍ତି।

- Advertisement -

ଆଜି ମୃତ ପ୍ରିୟଙ୍କାଙ୍କ ଶବଦାହ ନିଜ ଶାଶୂଘର ଯାଜପୁରରେ ସମ୍ପନ୍ନ ହୋଇଥିବା ବେଳେ କମିସନରେଟ ପୁଲିସର ଏକ ଉଚ୍ଚ ସ୍ଥରୀୟ ଦଳ ଯାଜପୁର ଧର୍ମଶାଳା ବ୍ଲକ ଅନ୍ତର୍ଗତ ବଡ ମଙ୍ଗଳପୁର ଗ୍ରାମରେ ପହଂଚିଛନ୍ତି। ସେମାନେ ଜଗନ୍ନାଥର ମା’ ଓ ବାପାଙ୍କୁ ପଚରାଉଚୁରା କରୁଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଭୀମଟାଙ୍ଗୀରେ ମହିଳାଙ୍କୁ ହତ୍ୟା ଯୋଜନାବଦ୍ଧ ଥିଲା ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ କହିଛନ୍ତି। ହତ୍ୟାକାଣ୍ଡସ୍ଥଳରୁ ମିଳିଥିବା ଅଭିଯୁକ୍ତର ହାତଲେଖା ଚିଠି ଅନୁଯାୟୀ, ଅଭିଯୁକ୍ତ ପ୍ରଥମେ ୩ ବର୍ଷର ପୁଅକୁ ହତ୍ୟା କରିଥାନ୍ତା କିନ୍ତୁ ସେହି ସମୟରେ ସେ ପଡୋଶୀଙ୍କ ଘରେ ଥିଲା। ତେବେ ଅଭିଯୁକ୍ତ ସମ୍ପୃକ୍ତ ମହିଳାଙ୍କ ଘରେ ଜବରଦସ୍ତ ପ୍ରବେଶ କରିନଥିବା ଡିସିପି କହିଛନ୍ତି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories