www.samajalive.in
Monday, December 8, 2025
27.1 C
Bhubaneswar

ପ୍ରମୋଦଙ୍କୁ ଖେଳରତ୍ନ, ଦୀପ୍‌ ଗ୍ରେସ୍‌ଙ୍କୁ ଅର୍ଜୁନ ପାଇଁ ସୁପାରିସ

କଟକ : ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ଲାଗି ପାରା ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଏବଂ ଅର୍ଜୁନ ପୁରସ୍କାର ଲାଗି ଭାରତୀୟ ମହିଳା ହକି ଦଳର ଉପଅଧିନାୟିକା ଦୀପ୍‌ ଗ୍ରେସ୍‌ ଏକ୍କାଙ୍କ ନାମ ସୁପାରିସ କରାଯାଇଛି। ଓଡ଼ିଶା ସରକାର ରବିବାର କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟକୁ ଉଭୟ ପ୍ରମୋଦ ଓ ଦୀପ୍ ଗ୍ରେସ୍‌ଙ୍କ ନାମ ସୁପାରିସ କରିଛନ୍ତି। ପୂର୍ବରୁ ରାଜ୍ୟ ସରକାର ଚମ୍ପିଆନ୍‌ ଧାବିକା ଅଲିମ୍ପିଆନ୍ ଦୂତି ଚାନ୍ଦଙ୍କ ନାମ ରାଜୀବ ଗାନ୍ଧି ଖେଳରତ୍ନ, ଭାରତୀୟ ପୁରୁଷ ହକି ଦଳର ଉପଅଧିନାୟକ ଓଡ଼ିଶାର ବୀରେନ୍ଦ୍ର ଲାକ୍ରାଙ୍କ ନାମ ଅର୍ଜୁନ, ବିଗତଦିନର ମହିଳା ହର୍ଡଲର ଅନୁରାଧା ବିଶ୍ବାଳଙ୍କ ନାମ ଧ୍ୟାନଚାନ୍ଦ, ବରିଷ୍ଠ ହକି ପ୍ରଶିକ୍ଷକ କାଳୁଚରଣ ଚୌଧୁରୀଙ୍କ ନାମ ଦ୍ରୋଣାଚାର୍ଯ୍ୟ ଏବଂ କିଟ୍ ଓ ଓଡ଼ିଶା ଖଣି ନିଗମ (ଓଏମ୍‌ସି)ର ନାମ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ଲାଗି ରାଜ୍ୟ ସରକାର ସୁପାରିସ କରିଥିଲେ।
କେବଳ ରାଜ୍ୟ ସରକାର ନୁହଁନ୍ତି; ପାରା ସ୍ପୋର୍ଟସ ଆସୋସିଏସନ୍‌ ଅଫ୍ ଓଡ଼ିଶା ମଧ୍ୟ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ଲାଗି ପ୍ରମୋଦ ଭଗତଙ୍କ ନାମ ସୁପାରିସ କରିଛି ବୋଲି ଏହାର ସମ୍ପାଦକ ଲୋକନାଥ ମହାନ୍ତି ଜଣାଇଛନ୍ତି। ପ୍ରମୋଦ ଏବେ ବିଶ୍ବର ୧ ନମ୍ବର ପୁରୁଷ ପାରା ବ୍ୟାଡ୍‌ମିଣ୍ଟନ ଖେଳାଳି। ଗତ ୪ ବର୍ଷରେ ସେ ଅଦ୍ୟାବଧି ୩୬ଟି ଆନ୍ତର୍ଜାତିକ ପଦକ ଜିତିଛନ୍ତି। ଏଥରୁ ପ୍ରମୋଦ ୨ଟି ସ୍ବର୍ଣ୍ଣ ବିଶ୍ବ ଚମ୍ପିଆନ୍‌ସିପ୍‌ରେ ଓ ଗୋଟିଏ ରୌପ୍ୟ ଏସୀୟ ପାରା କ୍ରୀଡ଼ାରେ ଜିତିଛନ୍ତି। ଆସନ୍ତା ଟୋକିଓ ପାରା ଅଲିମ୍ପିକ୍‌ସ​ରେ‌ର ପ୍ରମୋଦ ଭାରତର ପ୍ରତିନିଧିତ୍ବ କରିବାକୁ ଯାଉଛନ୍ତି। ଏଥିରେ ପଦକ ଜିତିବାକୁ ପ୍ରମୋଦ ବଡ଼ ଦାବିଦାର। ୨୦୧୯ରେ ପ୍ରମୋଦ ଅର୍ଜୁନ ପୁରସ୍କାର ପାଇଥିଲେ। ହକି ଇଣ୍ଡିଆ ଏକାଧିକ ଜାତୀୟ ହକି ଖେଳାଳିଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ କରିଥିବା ବେଳେ ସେମାନଙ୍କ ମଧ୍ୟରେ କେହି ଓଡ଼ିଆ ନଥିଲେ। ରାଜ୍ୟ ସରକାର ଏବେ ଅର୍ଜୁନ ପୁରସ୍କାର ଦୀପ୍ ଗ୍ରେସ୍ ଏକ୍କାଙ୍କ ନାମ ସୁପାରିସ କରିଛନ୍ତି। ସୁନ୍ଦରଗଡ଼ର ଦୀପ୍‌ ଗ୍ରେସ୍‌ଙ୍କୁ ଛାଡ଼ି ଟୋକିଓ ଅଲିମ୍ପିକ୍‌ସ ପାଇଁ ଭାରତୀୟ ମହିଳା ହକି ଦଳରେ ଆଉ କୌଣସି ଓଡ଼ିଆ ଖେଳାଳି ନାହାନ୍ତି। ଅଭିଜ୍ଞ ଡିଫେଣ୍ଡର ଦୀପ୍ ଗ୍ରେସ୍‌ ଗତ ଏକ ଦଶନ୍ଧି ହେଲା ଭାରତୀୟ ସିନିୟର ଦଳ ପାଇଁ ଖେଳି ଆସୁଛନ୍ତି। ତାଙ୍କ ସମୟରେ ଭାରତୀୟ ଦଳ ଆନ୍ତର୍ଜାତିକ ସ୍ତରରେ ବହୁ ସଫଳତା ହାସଲ କରିଛି।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories