www.samajalive.in
Tuesday, December 9, 2025
16.1 C
Bhubaneswar

ଜାମିନ ଶୁଣାଣିବେଳେ ଫାଦର ଷ୍ଟେନ୍ ସ୍ବାମୀଙ୍କ ଦେହାନ୍ତ

ପୁଣେ : ମାଓବାଦୀଙ୍କ ସହ ସମ୍ପର୍କ ଓ ମହାରାଷ୍ଟ୍ରର ଏଲଗାର ପରିଷଦ ମାମଲାରେ ଅଭିଯୁକ୍ତ ହୋଇ କାରାଗାରରେ ଥିବା ଝାଡ଼ଖଣ୍ଡର ଖ୍ରୀଷ୍ଟିଆନ ପାଦ୍ରୀ ତଥା ସାମାଜିକ କର୍ମୀ ଫାଦର ଷ୍ଟେନ୍‌ ସ୍ବାମୀଙ୍କର ଜାମିନ ଆବେଦନ ବିଚାରାଧୀନ ଥିବାବେଳେ ସୋମବାର ମୃତ୍ୟୁ ହୋଇଯାଇଛି। ତାଙ୍କୁ ୮୪ ବର୍ଷ ହୋଇଥିଲା। ସେ ବିଭିନ୍ନ ରୋଗରେ ପୀଡ଼ିତ ଥିଲେ। ଗତ ବର୍ଷ ସେ କରୋନା ସଂକ୍ରମଣରୁ ସୁସ୍ଥ ହୋଇଥିଲେ। ଶନିବାର ହୃଦ୍‌ଘାତ ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ସୋମବାର ବମ୍ବେ ଉଚ୍ଚ ନ୍ୟାୟାଳୟରେ ତାଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଚାଲିଥିଲାବେଳେ ସେ ଚିକିତ୍ସାଧୀନ ଥିବା ହୋଲୀ ଫ୍ୟାମିଲି ହସ୍ପିଟାଲର ଡାକ୍ତର ମୃତ୍ୟୁ ଖବର ଦେଇଥିଲେ। ଫାଦର ଷ୍ଟେନ୍‌ ସ୍ବାମୀଙ୍କ ମାମଲା ଲଢୁଥିବା ଆଇନଜୀବୀ ମିହିର ଦେଶାଇ ମଧ୍ୟ ଶୁଣାଣି ଆରମ୍ଭରୁ ଏ ସମ୍ପର୍କରେ ସୂଚନା ଦେବାକୁ ବିଚାରପତିଙ୍କୁ ନିବେଦନ କରିଥିଲେ। ସ୍ବାମୀଙ୍କ ମୃତ୍ୟୁକୁ ନେଇ ବିଚାରପତି ଏସ୍‌ଏସ୍‌ ସିନ୍ଧେ ଓ ବିଚାରପତି ଏନ୍‌ଜେ ଜମାଦାରଙ୍କ ପୀଠ ସମେତ ଆଇନଜୀବୀମା​‌େ​‌ନେ ଶୋକ ବ୍ୟକ୍ତ କରିଥିଲେ। ଆଇନଜୀବୀ ଦେଶାଇଙ୍କ ଅନୁରୋଧ କ୍ରମେ ତାଙ୍କ ମୃତଦେହକୁ ସେଣ୍ଟ୍ ଜାଭିୟର୍ସ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଫାଦର ଫ୍ରେଜର ମସ୍କାରେନେସ୍‌ଙ୍କୁ ପ୍ରଦାନ କରିବା ପାଇଁ ପୀଠ ନିର୍ଦେଶ ଦେଇଥିଲେ। ସ୍ବାମୀଙ୍କୁ ୨୦୨୦ ଅଗଷ୍ଟ ୮ରେ ୟୁଏପିଏ ଆଇନ ବଳରେ ଗିରଫ କରାଯାଇ ତାଲୋଜା କେନ୍ଦ୍ରୀୟ କାରାଗାରରେ ରଖାଯାଇଥିଲା। ସେ ତାଙ୍କ ବିରୋଧରେ ଏହି ଆଇନର ଉପଯୋଗିତା ବିରୋଧରେ ମାମଲା ଲଢ଼ୁଥିଲେ। ଅସୁସ୍ଥତା କାରଣରୁ ଉଚ୍ଚ ନ୍ୟାୟାଳୟ ନିର୍ଦେଶକ୍ରମେ ମେ’ ୩୦ରେ ତାଙ୍କୁ ଉପରୋକ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଜାତିସଂଘ ମାନବାଧିକାର ଆୟୋଗର ଜଣେ ଅଧିକାରୀ ମଧ୍ୟ ସ୍ବାମୀଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇଦେବାକୁ ନିବେଦନ କରିଥିଲେ। ୨୦୧୭ ଡିସେମ୍ବର ୩୧ରେ ମହାରାଷ୍ଟ୍ରର ପୁଣେ ନିକଟ ଭୀମା କୋରେଗାଓଁଠାରେ ଏଲଗାର ପରିଷଦ ପକ୍ଷରୁ ଅନୁଷ୍ଠିତ ଦଳିତ ସମୁଦାୟଙ୍କର ଏକ କାର୍ଯ୍ୟକ୍ରମରେ ହିଂସାକାଣ୍ଡ ଘଟିଥିଲା। ସ୍ବାମୀଙ୍କ ସହ ଦେଶର କିଛି ପ୍ରସିଦ୍ଧ ସାମାଜିକ କର୍ମୀ, କବି, ପ୍ରାଧ୍ୟାପକ ପ୍ରମୁଖ ଏଥିରେ ଯୋଗଦେଇ ହିଂସା ଉଦ୍ରେକକାରୀ ବକ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା। ସେମାନଙ୍କର ମାଓବାଦୀଙ୍କ ସମ୍ପର୍କ ଥିବା ମଧ୍ୟ ଅଭିଯୋଗ ହୋଇଥିଲା। ସେମାନଙ୍କ ମଧ୍ୟରେ ସ୍ବାମୀ ଅନ୍ୟତମ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories