www.samajalive.in
Monday, December 8, 2025
17.1 C
Bhubaneswar

ରୋଷ୍ଟର ଡ୍ୟୁଟି ପ୍ରତ୍ୟାହାର କଲା ଉଚ୍ଚଶିକ୍ଷା ବିଭାଗ, ଏଣିକି ୟୁନିଭର୍ସିଟି ଓ କଲେଜ ଆସିବେ ସବୁ କର୍ମଚାରୀ

ଭୁବନେଶ୍ବର: କରୋନା କଟକଣା ପାଇଁ ରାଜ୍ୟର ସମସ୍ତ ୟୁନିଭର୍ସିଟି ଓ କଲେଜରେ ଲାଗୁ ହୋଇଥିବା ରୋଷ୍ଟର ଡ୍ୟୁଟିକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରତ୍ୟାହାର କରି ନିଆଯାଇଛି। ତେଣୁ ଏଣିକି ୟୁନିଭର୍ସିଟି ଓ କଲେଜ ଆସିବେ ସବୁ କର୍ମଚାରୀ। ଉଚ୍ଚ ଶିକ୍ଷାନୁଷ୍ଠାନର ସମସ୍ତ ଟିଚିଂ ଓ ନନ୍‌ଟିଚିଂ ଷ୍ଟାଫଙ୍କୁ କଲେଜ ଓ ୟୁନିଭର୍ସିଟି ଆସିବାକୁ ନିର୍ଦେଶ ଦିଆଯାଇଛି। ଜୁଲାଇ ୬ ତାରିଖରୁ ସମସ୍ତେ କଲେଜ ଓ ବିଶ୍ବବିଦ୍ୟାଳୟ ଆସିବାକୁ ନିର୍ଦେଶ ରହିଛି। ପୂର୍ବରୁ କୋଭିଡ ପାଇଁ ଜାରି ୫୦% ଷ୍ଟାଫଙ୍କୁ ନେଇ ରୋଷ୍ଟର ଡ୍ୟୁଟି ରାଜ୍ୟ ସରକାର ପ୍ରତ୍ୟାହାର କରି ନେଇଛନ୍ତି। ଆଗକୁ ୟୁଜି/ପିଜି ପରୀକ୍ଷା ଥିବାରୁ ସମସ୍ତ ଷ୍ଟାଫ କଲେଜ ଆସିବା ଦରକାର ବୋଲି କୁହାଯାଇଛି। ଏଥିନେଇ ବିଶ୍ବବିଦ୍ୟାଳୟର କୁଳପତି ଓ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ସଚିବ ଚିଠି ଲେଖି ଜଣାଇଥିବା ସୂଚନା ମିଳିଛି।

 

- Advertisement -

ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ ହ୍ରାସ ପାଉଛି। ତାଲାବନ୍ଦ ଓ ସପ୍ତାହନ୍ତ ସଟଡାଉନ କଟକଣା ମଧ୍ୟ କୋହଳ ହୋଇଛି। ତେଣୁ ସବୁ କର୍ମଚାରୀ କଲେଜ ଓ ବିଶ୍ୱବିଦ୍ୟାଳୟକୁ ଆସି କାର୍ଯ୍ୟରେ ଯୋଗଦେବେ। ଜୁଲାଇ ୬ ତାରିଖରୁ ସମସ୍ତ ଟିଚିଂ ଓ ନନ୍‌ଟିଚିଂ ଷ୍ଟାଫ୍ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟକୁ ଆସି କାମରେ ଯୋଗଦେବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।
କରୋନା ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ ଥିବା ବେଳେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କେବଳ ଅଫିସିଆଲ କାମ କରାଯାଉଥିଲା। ହେଲେ ଆସନ୍ତାକାଲିଠାରୁ ସବୁ କର୍ମଚାରୀ କାମରେ ଯୋଗଦେବା ପାଇଁ ଉଚ୍ଚ ଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଆଜି ବିଶ୍ୱବିଦ୍ୟାଳୟ କୁଳପତି ଓ ଡ଼ିଗ୍ରୀ କଲେଜର ଅଧ୍ୟକ୍ଷଙ୍କୁ ଚିଠି ଲେଖି ନିର୍ଦେଶ ଦେଇଛନ୍ତି । ସମସ୍ତ ଟିଚିଂ ଓ ନନ୍‌ଟିଚିଂ ଷ୍ଟାଫ କରୋନା କଟକଣା ମାନି ମାସ୍କ ପିନ୍ଧି ସାମାଜିକ ଦୂରତା ରଖି କାର୍ଯ୍ୟ କରିବେ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories