www.samajalive.in
Monday, December 8, 2025
20.1 C
Bhubaneswar

ନିଦରୁ ଉଠିଲା ଜଙ୍ଗଲ ବିଭାଗ, ବସତି ସ୍ଥାପନର ୧୫ ବର୍ଷ ପରେ ଉଚ୍ଛେଦ ନାଁରେ ଅତ୍ୟାଚାର

ଧର୍ମଗଡ: ହଠାତ ନିଦରୁ ଉଠିଲା ଜଙ୍ଗଲ ବିଭାଗ। ଜବର ଦଖଲ ଉଚ୍ଛେଦ ନାଁରେ ୧୫ ବର୍ଷ ହେବ ଜଙ୍ଗଲ କାଟି ରହୁଥିବା ଲୋକଙ୍କ ଉପରେ କଲା ଅତ୍ୟାଚାର। ଘରଦ୍ୱାରା ଭାଙ୍ଗିବା ସହ ବ୍ୟାପକ ଧନଜୀବନ ନଷ୍ଟ କଲା। ଏନେଇ ଜଙ୍ଗଲରେ ରହୁଥିବା ୪୦ ପରିବାର ଆମପାଣି ଥାନାରେ ଲିଖିତ ଅଭିଯୋଗ କଲା ପରେ ପୁଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଦୀର୍ଘ ଦିନ ଧରି ଜଙ୍ଗଲରେ ନିଜ ପରିବାର ସହ ରହୁଥିବା ଲୋକ ଏବେ ଜଙ୍ଗଲରୁ ବିତାଡିତ ହେବା ପରେ ବେସହାରା ହୋଇଗଲେ। ଏବେ କିଏ ସ୍କୁଲ ବାରଣ୍ଡାରେ ଆଶ୍ରୟ ନେଇଛି ତ ଆଉ କିଏ ଅଙ୍ଗନୱାଡି ଗୃହ କିମ୍ବା କୋଉ ପରିତ୍ୟକ୍ତ ଗୃହରେ। ବର୍ଷା ଆରମ୍ଭରେ ଜଙ୍ଗଲ ବିଭାଗର ଏଭଳି କାରନାମାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ମିଳିଥିବା ସୁଚନାନୁଯାୟୀ ସାହାଜଖୋଲ ସଂରକ୍ଷିତ ଜଙ୍ଗଲର ଗୋତୋମୁଣ୍ଡା ଫରେଷ୍ଟ ଅଞ୍ଚଳରେ ଗତ ୧୫ ବର୍ଷ ହେବ ପଡୋଶୀ ନବରଙ୍ଗପୁର ଜିଲ୍ଳା ଝରିଗାଁ ବ୍ଳକ ଓ ଚାନ୍ଦାହାଣ୍ଡି ବ୍ଳକର କିଛି ଲୋକ ଆସି ବସତି ସ୍ଥାପନ କରିଥିଲେ। ଏହି ଲୋକମାନେ ଏଠାରେ ବ୍ୟାପକ ଜଙ୍ଗଲ କାଟି ଚାଷବାସ କରିବା ସହ ବସତି ସ୍ଥାପନ କରିଥିଲେ। ଏନେଇ ସେସମୟରେ ‘ସମାଜ’ ସମେତ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଜଙ୍ଗଲ ବିଭାଗ ତରଫରୁ କିଛି ଲୋକଙ୍କ ନାଁରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିଲା। ପରବର୍ତ୍ତି ସମୟରେ ଜଙ୍ଗଲ ବିଭାଗ ତରଫରୁ ଆଉ କୌଣସି ପଦକ୍ଷେପ ନିଆଯାଇନଥିଲା। ଫଳରେ ସେହି ଲୋକମାନେ କୋର୍ଟରୁ ଫେରି ନିର୍ଭୟରେ ଜଙ୍ଗଲ କାଟି ସେଠାରେ ଚାଷବାସ କରୁଥିଲେ। ବିଶେଷକରି ସେମାନେ ସେଠାରେ ମକା ଚାଷ କରୁଥିଲେ। ଝରିଗାଁ ଅଂଚଳରେ ରହୁଥିବା କିଛି ବଙ୍ଗାଳୀ ଓ ସାହୁକାର ଶ୍ରେଣୀୟ ଲୋକ ସେମାନଙ୍କୁ ଏଥିପାଇଁ ପ୍ରୋତ୍ସାହିତ କରୁଥିଲେ। ଧିରେଧିରେ ସେମାନେ ଗାଁ ଲୋକଙ୍କ ସହ ମିଶିବାକୁ ଆରମ୍ଭ କଲେ।

- Advertisement -

ଗୋତୋମୁଣ୍ଡା, ଚୋର୍ଣ୍ଣିଦ୍ୱାର, ବାଂଜିକୋଟ ଆଦି ଅଂଚଳର ଯାନିଯାତ୍ରାରେ ଏହି ଜବରଦଖଲକାରୀମାନେ ଚାନ୍ଦା ଦେଉଥିଲେ। ତେବେ ଗତ କିଛି ଦିନ ହେଲା ଏହି ଲୋକମାନଙ୍କୁ ଜଙ୍ଗଲ ଛାଡି ଚାଲିଯିବାକୁ ଜଙ୍ଗଲ ସୁରକ୍ଷା ସମିତି କହିଆସୁଥିଲା। ଗତ ୨୦/୬ରେ କୁଆଡେ ଏହି ଲୋକମାନେ ଜଙ୍ଗଲ ସୁରକ୍ଷା ସମିତି ପାଖରେ ୭ ଦିନ ମଧ୍ୟରେ ଜଙ୍ଗଲ ଛାଡି ଦେବାକୁ ଲିଖିତ ଜଣାଇଥିଲେ। କିନ୍ତୁ ଜଙ୍ଗଲ ଛାଡି ନଥିଲେ। ଗତ ୩୦ ତାରିଖ ଦିନ ୧ଟାବେଳେ ଜଙ୍ଗଲ ବିଭାଗରର କର୍ମଚାରୀ ସହ ଜଙ୍ଗଲ ସୁରକ୍ଷା ସମିତିର ସଦସ୍ୟମାନେ ସେମାନେ ରହୁଥିବା ସ୍ଥାନକୁ ଯାଇ ଜବରଦସ୍ତ ସେମାନଙ୍କୁ ଘର ଛାଡିବା ପାଇଁ ଧମକ ଦେବା ସହ ବାଡିଆପିଟା ବି କରିଥିବା ଅଭିଯୋଗ ହୋଇଛି। ଏପରିକି ଚାଷ ପାଇଁ ରଖାଯାଇତିବା ବିହନ, ଖତ ନଷ୍ଟ କରିବା ସହ ୨ଟି ଛେଳି, କୁକୁଡା ଆଦିକୁ ମାରି ଦେବା ସହ ଅସଦାଚରଣ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଜୀବନ ଭୟରେ କିଛି ଲୋକ ଜଙ୍ଗଲରେ ଲୁଚି ଥିବାବେଳେ କିଛି ଲୋକ ଜଙ୍ଗଲ ରାସ୍ତା ଦେଇ ପାଖ ଗାଁରେ ଆଶ୍ରୟ ନେଇଥିବା ଜଣାପଡିଛି। ଏନେଇ ଜବରଦଖଲ କରି ଜଙ୍ଗଲରେ ରହୁଥିବା ଆମପାଣି ଥାନାରେ ଲିଖିତ ଅଭିଯୋଗ କରିବା ପରେ ଶନିବାର ଧର୍ମଗଡ ଏସଡିପିଓ ଧୀରଜ କୁମାର ଚୋପଦାର ସମେତ ଆମପାଣି ଆଇଆଇସି ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ଏହି ଲୋକମାନେ ଜଙ୍ଗଲ କାଟୁଥିବା ବେଳେ ବନ ବିଭାଗର ନିଦ ଭାଙ୍ଗିଲା ନାହିଁ। ହଠାତ ୧୫ ବର୍ଷ ପରେ ନିଦରୁ ଉଠିଲା। ଏନେଇ ଧର୍ମଗଡ ରେଂଜରଙ୍କୁ ପଚାରିବାରୁ ଜଙ୍ଗଲ ସୁରକ୍ଷା ସମିତି ଖବର ଦେବା ପରେ ଜଙ୍ଗଲ ବିଭାଗର କିଛି କର୍ମଚାରୀ ଘଟଣାସ୍ଥଳକୁ ଯାଇ ତାଙ୍କ ଲିଖିତ ପ୍ରତିଶ୍ରୁତି ମୁତାବକ ସେମାନଙ୍କୁ ଜାଗା ଛାଡି ଦେବାକୁ କହିଥିଲେ ଏବଂ ବାଡିଆପିଟା ହୋଇ ନାହିଁ ବୋଲି ହାଲୁକା ଉତ୍ତର ଦେଇଥିଲେ।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories