www.samajalive.in
Monday, December 8, 2025
27.1 C
Bhubaneswar

ଜନ୍ମଦିନ କେକ୍‍ ପାଇଁ ବାଘ ଠାରୁ ବଞ୍ଚିଲା ୨ ଭାଇଙ୍କ ଜୀବନ

ମଧ୍ୟପ୍ରଦେଶରେ ଜନ୍ମଦିନରେ ମଗେଇଥିବା କେକ୍‍ ୨ ଭାଇଙ୍କର ଜୀବନ ବଞ୍ଚାଇଛି। କଥାଟି କାନକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ। ଏହି ଘଟଣା ମଧ୍ୟପ୍ରଦେଶର ବୁରହାନପୁରରେ ଜଣେ ବ୍ୟକ୍ତି ଓ ତାଙ୍କ ଭାଇ, ନିଜ ପୁଅର ଜନ୍ମଦିନ ଅବସରରେ ପାର୍ଟିର ଆୟୋଜନର ପ୍ରସ୍ତୁତି କରାଯାଉଥିବା ସମୟରେ ହଠାତ ଆଖୁ କ୍ଷେତରୁ ଏକ ଚିତାବାଘ ଆସି ପହଞ୍ଚିବା ପରେ ସେଠାରେ ୨ ଭାଇ ଭୀଷଣ ଭୟଭୀତ ହୋଇଯାଇଥିଲେ।
ଘଟଣାକ୍ରମେ ୨ ଭାଇ ପୁଅର ଜନ୍ମଦିନ ପାଇଁ କେକ୍‍ ଆଣିବାକୁ ଯାଇଥିଲେ। ଉଭୟ ବାଇକରେ କେକ୍‍ ନେଇ ଫେରୁଥିବା ସମୟରେ ହଠାତ ଆଖୁ କ୍ଷେତରୁ ଏକ ଚିତାବାଘ ଆସି ତାଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ୨ ଭାଇ ଭୟରେ ଥରିବା ସହ କିଛି ରାସ୍ତା ପାଇନଥିଲେ। ସେହି ସମୟରେ ୨ ଭାଇ କେକ୍‍ ଡବାଟିକୁ ବାଘ ଉପରକୁ ପକାଇ ଦେଇଥିଲେ।
କେକ୍‍ ଟି ବାଘ ଶରୀର ଚାରିଆଡେ ହେବା ସହ ସେ ଭୟରେ ପୁନଃ ଆଖୁ କ୍ଷେତ ମଧ୍ୟକୁ ପଳାଇଥିଲା। ୨ ଭାଇଙ୍କ କହିବା ଅନୁଯାୟୀ, ବାଘ ପ୍ରାୟ ୫୦୦ ମିଟର ସେମାନଙ୍କ ପିଛା କରିଥିଲା ଓ କେକ୍‍ ପାଇଁ ସେମାନେ ନିଜ ଜୀବନ ରକ୍ଷା କରିଥିଲେ ।
ଅଧିକାରୀଙ୍କ କହିବାନୁଯାୟୀ ୨ ଭାଇ ମଧ୍ୟପ୍ରଦେଶରେ ବାଘ ନିକଟରୁ ରକ୍ଷା ପାଇବା ପାଇଁ ଜନ୍ମଦିନ କେକ୍‍ କୁ ବ୍ୟବହାର କରି ଜୀବନ ରକ୍ଷା କରିଥିଲେ।
ବିଷେଷଜ୍ଞଙ୍କ କହିବାନୁଯାୟୀ ଲୋକେ ବିପଦରେ ପ୍ରଥମେ ନିଜକୁ ରକ୍ଷା କରିବାକୁ ଉପାୟ ଖୋଜିଥାଆନ୍ତି। ତାହାର କେକ୍‍ ହେଉ ଅଥବା ଅନ୍ୟ ଜିନିଷ। ବାଘ ବୟସ୍କଙ୍କୁ ଆକ୍ରମଣ କରିବା ବ୍ୟତୀତ ପିଲାଙ୍କ ପାଇଁ ଅଧିକ ବିପଦପୂର୍ଣ୍ଣ। ଗତମାସରେ କାଶ୍ମୀରରେ ଏକ ବଗିଚାରୁ ୪ ବର୍ଷର ଏକ ଶିଶୁକୁ ବାଘ ଆକ୍ରମଣ କରିବା ଫଳରେ ଶିଶୁଟିର ମୃତ୍ୟୁ ହୋଇଥିଲା।
ଭାରତରେ ଚିତାବାଘ ସଂଖ୍ୟା ୨୦୧୪ରୁ ୨୦୧୮ ପର୍ଯ୍ୟନ୍ତ ୬୦ % ବୃଦ୍ଧି ପାଇବା ସହ ୧୩୦୦୦ ହୋଇଛି। ମଧ୍ୟପ୍ରଦେଶରେ ସବୁଠାରୁ ଅଧିକ ସଂଖ୍ୟକ ବାଘ ରହିଛନ୍ତି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories