www.samajalive.in
Monday, December 8, 2025
13.1 C
Bhubaneswar

୧୪ ବର୍ଷ ମଧ୍ୟରେ ପୃଥିବୀ ଉତ୍ତାପ ଦ୍ୱିଗୁଣିତ ହୋଇଛି

ନ୍ୟୁୟର୍କ: ପୃଥିବୀ ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି ଏବଂ ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ୱ ପାଇଁ ସବୁଠାରୁ ଗଭୀର ଚିନ୍ତାଜନକ ଏବଂ ସମ୍ବେଦନଶୀଳ ବଷୟ ହୋଇଥିବାବେଳେ ପୃଥିବୀର ତାପମାତ୍ରା ବୃଦ୍ଧିକୁ ନେଇ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’ ଯେଉଁ ତଥ୍ୟ ଦେଇଛି, ତାହା ସମସ୍ତଙ୍କ ବୁଦ୍ଧି ହଜିଯିବା ଭଳି ହୋଇଛି। ନାସା ପକ୍ଷରୁ କୁହାଯାଇଛି ଯେ ପୃଥିବୀ ପୃଷ୍ଠର ତାପମାତ୍ରା ଦ୍ରୁତ ବୃଦ୍ଧି ପାଇବାରେ ଲାଗିଛି। ଗତ ୧୪ ବର୍ଷ ମଧ୍ୟରେ ଏହା ଦ୍ୱିଗୁଣିତ ହୋଇଛି। ନାସା ଏବଂ ଆମେରିକାର ନ୍ୟାସନାଲ ଓସନିକ ଆଣ୍ଡ ଆଟମୋସ୍ପିଅରିକ ଆଡମିନିଷ୍ଟ୍ରେସନ (ଏନଓଏଏ)ର ବୈଜ୍ଞାନିକମାନେ ଦୀର୍ଘ ଅଧ୍ୟୟନରୁ ଜାଣିବାକୁ ପାଇଛନ୍ତି। ପୃଥିବୀ ବାୟୁମଣ୍ଡଳର ତାପମାତ୍ରା ୨୦୦୫ରୁ ୨୦୧୯ ମଧ୍ୟରେ ଦୁଇଗୁଣ ହୋଇଛି। ଆଗାମୀ ଦଶନ୍ଧିରେ ଯଦି ଏହିଭଳି ଧାରା ଜାରିରହେ ତେବେ ତାହା ଜଳବାୟୁ ପାଇଁ ଅତ୍ୟନ୍ତ ବିପଜ୍ଜନକ ସାବ୍ୟସ୍ତ ହେବ।
ନାସାର ସିଇଆରଇଏସରେ ମୁଖ୍ୟ ଗବେଷକ ଥିବା ନର୍ମାନ ଲୋଏବ କହିଛନ୍ତି, ସେମାନେ ଅଧ୍ୟୟନ ସମୟରେ ପୃଥିବୀ ପୃଷ୍ଠର ତାପମାତ୍ରା ବୃଦ୍ଧିକୁ ନେଇ ଯେଉଁ ଧାରା ଲକ୍ଷ୍ୟ କରିଛନ୍ତି ତାହା ସମସ୍ତଙ୍କ ପାଇଁ ଗଭୀର ଚିନ୍ତାର ବିଷୟ ହୋଇଛି। ତାଙ୍କ କହିବା ଅନୁଯାୟୀ ତାପମାତ୍ରା ବୃଦ୍ଧି ଏତେ କ୍ଷିପ୍ର ହେବା ସଂପୂର୍ଣ୍ଣ ଭାବରେ ଅପ୍ରତ୍ୟାଶିତ ଘଟଣା। ତାଙ୍କ ସହିତ ଅନ୍ୟ ଗବେଷକମାନେ କହିଛନ୍ତି, ପୃଥିବୀ ପୃଷ୍ଠଭାଗ ଧରି ରଖୁଥିବା ୯୦% ତାପମାତ୍ରା ସମୁଦ୍ର ମଧ୍ୟକୁ ଯାଉଥିବାରୁ ସମୁଦ୍ର ଜଳର ତାପମାତ୍ରା ମାତ୍ରାଧିକ ଭାବରେ ବୃଦ୍ଧିପାଉଛି ଏବଂ ଏହା ବଡଧରଣର ବିପଯର୍ଯ୍ୟୟ ସୃଷ୍ଟିକରିବ। ଚଳିତ ସମୟରେ ମେରୁ ଅଂଚଳରେ ବରଫ ତରଳିବା ଏହାର ଅନ୍ୟତମ ମୁଖ୍ୟ କାରଣ। ସେମାନେ କହିଛନ୍ତି, ସବୁଜ ଗୃହ ବାଷ୍ପ ନିଗର୍ମନ ଏଥିପାଇଁ ମୁଖ୍ୟତଃ ଦାୟୀ। ତାହାସହିତ ପୃଥିବୀ ବାୟୁମଣ୍ଡଳରେ ଅଧିକ ପରିମାଣରେ ଜଳୀୟବାଷ୍ପ ରହୁଥିବାରୁ ତାହା ଅଧିକ ପରିମାଣରେ ସୂର୍ଯ୍ୟ କିରଣର ଉତ୍ତାପକୁ ଧରି ରଖୁଛି ଏବଂ ତାହା ବାୟୁମଣ୍ଡଳ ତାପମାତ୍ରା ବୃଦ୍ଧିର କାରଣ ହୋଇଛି।

Hot this week

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

Related Articles

Popular Categories