www.samajalive.in
Monday, December 8, 2025
27.1 C
Bhubaneswar

ହାଇକୋର୍ଟର ମୁଖ୍ୟ ବିଚାରପତି ଉଦ୍‌ଘାଟନ କଲେ ୧୫ଟି ସ୍ବତନ୍ତ୍ର ଫାଷ୍ଟଟ୍ରାକ କୋର୍ଟ

କଟକ : ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍. ମୁରଲିଧର ଗୁରୁବାର ଆଭାସୀ ମାଧ୍ୟମରେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୫ଟି ସ୍ବତନ୍ତ୍ର ଫାଷ୍ଟଟ୍ରାକ୍ କୋର୍ଟ ଉଦଘାଟନ କରିଛନ୍ତି। ଏହାବ୍ୟତୀତ ଜଗତସିଂହପୁର ଜିଲ୍ଲାର ଏରସମା ଓ ଗଞ୍ଜାମ ଜିଲ୍ଲାର ପୋଲସରାରେ ୨ଟି ସିଭିଲ କୋର୍ଟ ମଧ୍ୟ ଉଦ୍‌ଘାଟନ କରିଛନ୍ତି।

କଟକ, ବାଲେଶ୍ବର, ଭଦ୍ରକ, ବଲାଙ୍ଗୀର, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡା, ଖୋର୍ଦ୍ଧା, କୋରାପୁଟ, କନ୍ଧମାଳ, ରାୟଗଡା, ସମ୍ବଲପୁର (ଖ)ରେ ଏହି ୧୫ଟି ସ୍ବତନ୍ତ୍ର ଫାଷ୍ଟଟ୍ରାକ୍ କୋର୍ଟ ଉଦଘାଟନ ହୋଇଛି। ଏହି ସବୁ କୋର୍ଟ୍ ପକ୍‌ସୋ ଆଇନ ଏବଂ ଦୁଷ୍କର୍ମ ସମ୍ବନ୍ଧୀୟ ମାମଲା ଗୁଡିକ ବିଚାର କରିବେ।

- Advertisement -

ଆଭାସୀ ମାଧ୍ୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ କୁମାରୀ ସଞ୍ଜୁ ପଣ୍ଡା, ଜଷ୍ଟିସ୍ ଏସ୍. କେ ମିଶ୍ର, ଜଷ୍ଟିସ୍ ସି.ଆର ଦାଶ, ଜଷ୍ଟିସ୍ ବିଶ୍ବଜିତ ମହାନ୍ତି, ଡକ୍ଟର ଜଷ୍ଟିସ୍ ବି. ଆର ଷଡଙ୍ଗୀ, ଜଷ୍ଟିସ୍ ଏସ. ପୂଜାହାରୀ, ଜଷ୍ଟିସ୍ ବିଶ୍ବନାଥ ରଥ, ଜଷ୍ଟିସ୍ ଏସ. କେ ସାହୁ,  ଜଷ୍ଟିସ୍ କେ.ଆର ମହାପାତ୍ର, ଜଷ୍ଟିସ୍ ବି.ପି ରାଉତରାୟ ଏବଂ  ଜଷ୍ଟିସ ଏସ.କେ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories