www.samajalive.in
Sunday, December 7, 2025
15.1 C
Bhubaneswar

ମାଟ୍ରିକ ମୂଲ୍ୟାୟନ ଦ୍ୱନ୍ଦ ଦୂର ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ

କଟକ : ମାଟ୍ରିକ ମୂଲ୍ୟାୟନ ଦ୍ୱନ୍ଦ ଦୂର ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ବୋର୍ଡ ପକ୍ଷରୁ ଆଜି ସାମ୍ବାଦିକ ସମ୍ମିଳନୀ କରାଯାଇଛି। ଛାତ୍ରଛାତ୍ରୀ ଓ ଅଭିଭାବକ ଦ୍ୱନ୍ଦ ଦୂର ପାଇଁ ବୋର୍ଡର ସଭାପତି ଓ ଉପସଭାପତିଙ୍କ ପକ୍ଷରୁ ପ୍ରଚେଷ୍ଟା କରାଯାଇଛି। ଦ୍ୱନ୍ଦ ଦୂର ପାଇଁ ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇ କହିଛନ୍ତି , ମୂଲ୍ୟାୟନ ପଦ୍ଧତି ନେଇ ସବୁ କିଛି ବୋର୍ଡ ୱେବସାଇଟରେ ଥିଲା। ମୂଲ୍ୟାୟନ ନେଇ ଜିଲା ଶିକ୍ଷାଧିକାରୀଙ୍କ ସହ ଆଲୋଚନା ହୋଇଛି। ସ୍ୱତନ୍ତ୍ର କୋର କମିଟି ଗଠନ କରି ମୂଲ୍ୟାୟନ ହୋଇଛି। ୪ ବର୍ଷର ପ୍ରଦର୍ଶନକୁ ନେଇ ବିଚାର କରି ମୂଲ୍ୟାୟନ ହୋଇଛି। ୨୦୧୭,୨୦୧୮,୨୦୧୯,୨୦୨୦ ପ୍ରଦର୍ଶନକୁ ନେଇ ବିଚାର ହୋଇଛି। ସିବିଏସଇ ପଦ୍ଧତିକୁ ମଧ୍ୟ ଅନୁସରଣ କରାଯାଇଛି।
ଜଗତସିଂହପୁରର ୨୨ଟି ବିଦ୍ୟାଳୟର ପରୀକ୍ଷାଫଳ ପରିବର୍ତ୍ତନକୁ ନେଇ ସ୍ପଷ୍ଟୀକରଣ ରଖି କହିଛନ୍ତି, ନୂଆ କୋଡ୍‍ ପାଇଁ ସମସ୍ୟା ଥିବାରୁ ପରୀକ୍ଷାଫଳରେ ପରିବର୍ତ୍ତନ କରାଯାଇଥିଲା।
ଉଚ୍ଚମାନର ପରୀକ୍ଷାଫଳ ନେଇ ପରିସଂଖ୍ୟନ ଜରିଆରେ ଯୁକ୍ତି ରଖିଛନ୍ତି। ଗତବର୍ଷ ତୁଳନାରେ ଚଳିତ ବର୍ଷ ଏ-୧ରେ ୨ ଗୁଣା ଅଧିକ ଛାତ୍ରଛାତ୍ରୀ ପାସ କରିଛନ୍ତି। ସେହିପରି ଏ-୨ରେ ୩ ଗୁଣା ଅଧିକ ଛାତ୍ରଛାତ୍ରୀ ପାସ କରିଛନ୍ତି।
ନିର୍ଦ୍ଦିଷ୍ଟ ବିଦ୍ୟାଳୟରୁ ଆସିଥିବା ଅଭିଯୋଗ ନେଇ ସ୍ପଷ୍ଟୀକରଣ ରଖିଛନ୍ତି। କିଛି ସ୍କୁଲ କିପରି ନମ୍ବର ବଢାଇଛନ୍ତି ତାହା ଜଣାଇଛନ୍ତି। ବିଗତ ବର୍ଷ ତୁଳନାରେ ଯଥେଷ୍ଟ ମାର୍କ ବଢାଇଥିଲେ।

ବୋର୍ଡ କର୍ତ୍ତୃପକ୍ଷଙ୍କ ସୂଚନାନୁଯାୟୀ, ଶ୍ରେଣୀଗୃହ ପାଠପଢା ହୋଇନଥିବାରୁ ସେଥିପ୍ରତି ଧ୍ୟାନ ଦେଇ ପାଠ୍ୟକ୍ରମ କମା ଯାଇଥିଲା। ଶହେ ଦିନର ପାଠପଢା ପରେ ମେ ୩ ରେ ପରୀକ୍ଷା ହେବାର ଥିଲା। ଦ୍ୱନ୍ଦ ଦୂର ପାଇଁ ଅତିରିକ୍ତ କ୍ଲାସ କରାଯାଇଥିଲା। ପରୀକ୍ଷା ପର୍ଦଣ ନାଁରେ ଏକ ପ୍ରଶ୍ନ ପାର୍ଟନ ମଧ୍ୟ ଦିଆଯାଇଥିଲା। ୯୨ ଦିନ ପର୍ଯ୍ୟନ୍ତ ପଠାପଢାପରେ କରୋନା ପାଇ ସ୍କୁଲ ବନ୍ଦ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ଜୀବନର ସୁରକ୍ଷା ପାଇଁ ସରକାର ମାଟ୍ରିକ ପରୀକ୍ଷାକୁ ବାତିଲ କରିବା ସହ ବିକଳ୍ପ ବ୍ୟବସ୍ଥା କରିବାକୁ ବୋର୍ଡ କହିଥିଲେ। ମେ ୭ରେ ଉକ୍ତ ଗାଇଡଲାଇନକୁ ସାର୍ବଜନୀନ କରାଯାଇଥିଲା। ସେହି ଅନୁଯାୟୀ, ନବମ ଓ ଦଶମ ଶ୍ରେଣୀର ମାର୍କକୁ ଫଳାଫଳ ମୂଲ୍ୟାୟନ କରାଯାଇଥିଲା। ପରୀକ୍ଷା ବାତିଲ ପରେ ବୋର୍ଡ କର୍ତ୍ତୃପକ୍ଷ ଶିକ୍ଷାବିତ୍‍ , ଡିଇଓ ଓ କୋର କମିଟି ସହ ଆଲୋଚନା କରିଥିଲା। ନବମ ଶ୍ରେଣୀର ସର୍ବୋଚ୍ଚ ମାର୍କ ସହ ଆଲୋଚନା କରିଥିଲା। ନବମ ଶ୍ରେଣୀର ସର୍ବୋଚ୍ଚ ମାର୍କ ସହ ଦଶମର ୩ଟି ଅଭ୍ୟାସ ଟେଷ୍ଟର ୨ଟି ସର୍ବୋଚ୍ଚ ମାର୍କକୁ ନେଇ ଫଳ ପ୍ରକାଶିତ ହୋଇଛି। ସମସ୍ତ ମାର୍କକୁ ସ୍କୁଲ କର୍ତ୍ତୃପକ୍ଷ ଅପଲୋଡ କରିଥିଲେ। ଏହାପରେ ବିଗତ ୪ ବର୍ଷର ଫଳାଫଳ ମଧ୍ୟ ଦେଖାଯାଇଛି। ସୁରୁଖୁରୁରେ ପିଲାଙ୍କ ପରୀକ୍ଷାଫଳ ନେଇ ବୋର୍ଡ ପଦକ୍ଷେପ ନେଇଥିଲା।
ଯେଉଁମାନେ ପରୀକ୍ଷାଫଳକୁ ନେଇ ଅସନ୍ତୁଷ୍ଟ ସେମାନେ ଫର୍ମ ପୂରଣ କରି ଅଫଲାଇନ ପରୀକ୍ଷା ଦେଇପାରିବେ। ଜୁଲାଇ ୫ରେ ଅଫଲାଇନ ପରୀକ୍ଷା ପାଇଁ ଫର୍ମ ଫିଲଅପ ନୋଟିଫିକେସନ ହେବ। ଫର୍ମ ପୂରଣ ପାଇଁ ୧୦ ଦିନ ସମୟ ଦିଆଯିବ। ଜୁଲାଇ ମାସରେ ଅଫଲାଇନ ପରୀକ୍ଷା କରାଯିବ। ପରୀକ୍ଷାର ୧୫ ଦିନ ମଧ୍ୟରେ ପରୀକ୍ଷାଫଳ ବାହାରିବ। ସେହି ପରୀକ୍ଷାଫଳ ଅନୁଯାୟୀ, ଯୁକ୍ତ ୨ ପଢିବେ। ଅଫଲାଇନ ପରୀକ୍ଷା ମାର୍କକୁ ଚୁଡାନ୍ତ ମାର୍କ ଧରାଯିବ।

- Advertisement -

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories