www.samajalive.in
Saturday, December 6, 2025
26.1 C
Bhubaneswar

ହୀରାକୁଦ ନଦୀବନ୍ଧ ଯୋଜନା: ସ୍ମୃତିର ସନ୍ତକ ସାଜିଛି ବାଉଁଶେନ ଗାଁର ଆମ୍ବତୋଟା

ରେଙ୍ଗାଲି: ବିଶ୍ୱ ପ୍ରସିଦ୍ଧ ହୀରାକୁଦ ବହୁମୁଖୀ ନଦୀ ବନ୍ଧ ଯୋଜନା ରେ ଅବିଭକ୍ତ ସମ୍ବଲପୁର ଜିଲ୍ଲା ର ୨୯୪ ଟି ସମୃଦ୍ଧ ରାଜସ୍ୱ ଗ୍ରାମ ଜଳମଗ୍ନ ହୋଇଗଲା। ସେଥିମଧ୍ୟରୁ ସମ୍ବଲପୁର ଜିଲ୍ଲା ରେଙ୍ଗଲି ବ୍ଳକ୍ ର ବାଉଁଶେନ ଗ୍ରାମ ଅନ୍ୟତମ। ଗାଁ ବୁଡିଗଲା ପରେ ଗ୍ରାମବାସୀ ଗାଁର ଅନତି ଦୂରରେ ପୁର୍ନବସତି ସ୍ଥାପନ କରି ବସବାସ କରୁଛନ୍ତି। ହୀରାକୁଦ ଜଳଭଣ୍ଡାରରେ ବାଉଁଶେନ ଗାଁ ଜଳମଗ୍ନ ହୋଇ ଯାଇଥିଲେ ମଧ୍ୟ ସେ ସମୟରେ ଗାଁର ଗୌନ୍ତିଆ ଗାଁ ପାଖରେ ଲଗାଇଥିବା ବିଶାଳ ଆମ୍ବ ତୋଟା (ବୁରେଇ) ଶତାଧିକ ବର୍ଷ ପରେ ମଧ୍ୟ ଜଳମଗ୍ନ ଗାଁର ସ୍ମୃତିର ସନ୍ତକ ସଦୃଶ ଏବେ ମଧ୍ୟ ବଞ୍ଚି ରହି ପୁରୁଣା ଗାଁ ବାଉଁଶେନର ସ୍ଥିତିକୁ ଜାହିର କରୁଛି। ପ୍ରାୟ ୧ଶହ ଏକର ଜମିରେ ପରିବ୍ୟାପ୍ତ ସାନ୍ ବୁରେଇ ଏବଂ ବଡ ବୁରେଇରେ ଏବେ ମଧ୍ୟ ପ୍ରାୟ ପାଞ୍ଚଶହ ସୁସ୍ୱାଦୁ ଆମ୍ବ ଗଛ ରହିଛି। ଅନେକ ବୁଢା ଗଛ ଭାଙ୍ଗି ମରି ଯାଇଥିବା ଦେଖିବାକୁ ମିଳୁଛି। ମରି ଯାଇଥିବା ଆମ୍ବ ଗଛ ବଦଳରେ ନୂତନ ଚାରା ରୋପଣର ଆବଶ୍ୟକତା ଥିଲେ ମଧ୍ୟ ଏଥିପ୍ରତି କାହାରି ନିଘା ନାହିଁ। ସମ୍ଭବତଃ ଅବିଭକ୍ତ ସମ୍ବଲପୁର ଜିଲାର ଏହା ଅନ୍ୟତମ ବୃହତ୍ତ୍ ଆମ୍ବ ତୋଟା ।

 

- Advertisement -

ଥୁଣ୍ଟିକତରବଗା, ବାଉଁଶେନ, ବାବୁଚକୁଲି ଆଦି ଗ୍ରାମର ଅନେକ ପରିବାର ପେଟପାଟଣାରେ ସହାୟକ ହୋଇ ପାରିଛି ଏବଂ ଆଖପାଖ ଗାଁର ଲୋକମାନଙ୍କର ଚାହିଦା ମେଣ୍ଟାଇ ପାରୁଛି ଏହି ଆମ୍ବତୋଟା। ସରକାର ବୃକ୍ଷରୋପଣ ପାଇଁ ପ୍ରୋତ୍ସାହନ ଦେବା ସହିତ ଉଦ୍ୟାନ କୃଷି ବିଶେଷତଃ ଫଳ ଚାଷ ପାଇଁ ସ୍ୱତନ୍ତ୍ର ଗୁରୁତ୍ୱ ଦେଉଥିବା ଦୃଷ୍ଟିରୁ ବାଉଁଶେନ ଗାଁ ପାଖରେ ଥିବା ହୀରାଜୁଦ ବୁଡି ଅଞ୍ଚଳର ସ୍ମୃତିର ସନ୍ତକ ହୋଇଥିବା ଏହି ବିଶାଳ ଆମ୍ବ ତୋଟା ର ସୁରକ୍ଷା ଏବଂ ରକ୍ଷଣା ବେକ୍ଷଣ ସକାଶେ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରି ବାକୁ ବିଭିନ୍ନ ମହଲ ରେ ଦାବୀ ହେଉଛି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories