www.samajalive.in
Monday, December 8, 2025
20.1 C
Bhubaneswar

ସମ୍ବଲପୁର ବିଶ୍ବ ବିଦ୍ୟାଳୟର ପୂର୍ବତନ କୂଳପତି ପ୍ରଫେସର ଡ. ଧ୍ରୁବରାଜ ନାୟକଙ୍କୁ ହତ୍ୟା

ଝାରସୁଗୁଡ଼ା :ସମ୍ବଲପୁର ବିଶ୍ବ ବିଦ୍ୟାଳୟର ପୂର୍ବତନ କୂଳପତି ପ୍ରଫେସର ଡ. ଧ୍ରୁବରାଜ ନାୟକଙ୍କୁ ହତ୍ୟା କରାଯାଇଛି । ଲଇକେରା ଥାନା ଅନ୍ତର୍ଗତ କୁଅଁରମାଲ (ସରଗିଗୁଡା)ଠାରେ ଏଭଳି ଅଭାବନୀୟ ଘଟଣା ଘଟିଯାଇଛି। ମଦ ପିଇବା ପାଇଁ ୧୦୦ ଟଙ୍କା ନଦେବାରୁ ଜଣେ ମଦ୍ୟପ ହତ୍ୟା କରିଛିବୋଲି ଜଣାପଡ଼ିଛି ।
ସୂଚନା ଯୋଗ୍ୟ, ଅନ୍ଧାରୀ ଜଙ୍ଗଲର ସଂରକ୍ଷକ, ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା ସୁନାମଧନ୍ୟ ଆଦର୍ଶ ପରିବେଶ କର୍ମୀ ପ୍ରଫେସର ଧ୍ରୁବରାଜ ନାୟକ ଆଉ ନାହାନ୍ତି । ଆଜି ସକାଳେ ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକ ଅନ୍ତର୍ଗତ କୁଅଁରମାଲ ଗ୍ରାମର ଜଣେ ଦୁର୍ବୃତ୍ତଙ୍କ ଟାଙ୍ଗିଆ ଚୋଟରେ ସେ ମୃତ୍ୟୁବରଣ କରିଛନ୍ତି। ରିମିତ ଧୁରୁଆ ନାମକ ଦୁର୍ବୃତ୍ତ ସକାଳେ ତାଙ୍କ ଘରକୁ ଯାଇ ମଦ୍ୟପାନ କରିବା ଲାଗି ୧୦୦ଟଙ୍କା ମାଗିଥିଲା । ଏହାକୁ ନେଇ ଦୁର୍ବୃତ୍ତଓ ପ୍ରଫେସର ନାଏକଙ୍କ ମଧ୍ୟରେ ସାମାନ୍ୟ ଯୁକ୍ତିତର୍କ ହେବା ପରେ ଦୁର୍ବୃତ୍ତ ଜଣଙ୍କ ଟାଙ୍ଗିଆରେ ଗୋଟିଏ ଚୋଟ ମାରିଥିଲା । ଗୁରୁତର ଅବସ୍ଥାରେ ପ୍ରଫେସର ନାଏକଙ୍କୁ ପରିବାର ଲୋକେ ଝାରସୁଗୁଡା ସହର ସ୍ଥିତ ଏକ ନର୍ସିଂ ହୋମରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଖବର ପ୍ରଚାରିତ ହେବା ମାତ୍ରେ ପଶ୍ଚିମ ଓଡିଶା ସମେତ ରାଜ୍ୟର ଶିକ୍ଷା ଜଗତରେ ଶୋକର ଛାୟା ଖେଳିଯାଇଛି। ଅଭିଯୁକ୍ତ ରିମିତ ଧୁରୁଆଙ୍କୁ ପୁଲିସ ଗିରଫ କରିଛି ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories