www.samajalive.in
Monday, December 8, 2025
17.1 C
Bhubaneswar

ବିବାହିତା ମହିଳାଙ୍କୁ ଖରାପ ବ୍ୟବହାର ; ଅଭିଯୁକ୍ତ ଗିରଫ

ମୋହନା : ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ରାଇପଙ୍କା ପଂଚାୟତର ଗୁଡୁରିପଙ୍କା ଗ୍ରାମର ହେମନ୍ତ ବେହେରା(୪୦) ଗ୍ରାମରେ ଜଣେ ବିବାହିତ ମହିଳା ଗାଧେଇବାକୁ ଯାଉଥିବାବାବେଳେ ତାଙ୍କୁ ଏକୁଟିଆ ଦେଖି ଅଶୋଭନୀୟ ବ୍ରବହାର ପ୍ରଦର୍ଶନ କରିଥିଲେ। ଯାହାଫଳରେ ମହିଳା ଜଣକ ନିଜ ସ୍ୱାମୀଙ୍କୁ ଏ ସଂପର୍କରେ ଜଣାଇଥିଲେ। ସ୍ୱାମୀ କାର୍ଜି ଧନ ନାୟକ ଏହା ଜାଣିବା ପରେ ଗ୍ରାମବାସୀଙ୍କୁ ଘଟଣା ବିଷୟରେ ଜଣାଇବା ସହ ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ। ଅଭିଯୋଗକୁ ଭିତ୍ତି କରି ଅଡ଼ବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ରଙ୍କ ନିର୍ଦେଶରେ ଏସଆଇ ରବିନ୍ଦ୍ର ପାତ୍ର ଓ ଟିମ ଗାଁରେ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛନ୍ତି।  ତାଙ୍କୁ ଶୀଘ୍ର କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories