www.samajalive.in
Monday, December 8, 2025
27.1 C
Bhubaneswar

ଦେଶରେ ୪୬ହଜାର ସିକ୍ୟୁଏନ୍ସିଂ ମଧ୍ୟରୁ ଓଡ଼ିଶାରୁ ପ୍ରାୟ ୧୧ଶହ, ଆଇଏଲଏସରେ କେବଳ ଗୋଟିଏ ଡେଲଟା ପ୍ଲସ ମ୍ୟୁଟେସନ ଚିହ୍ନଟ

ଭୁବନେଶ୍ବର: ଜିନମ ସିକ୍ୟୁଏନ୍ସିଂ, ଡେଲଟା ପ୍ଲସ ମ୍ୟୁଟେସନ ନେଇ ଭାରତୀୟ ଜୀବବିଜ୍ଞାନ ପ୍ରତିଷ୍ଠାନ(ଆଇଏଲଏସ) ପକ୍ଷରୁ ଅନୁଧ୍ୟାନ କରାଯାଉଛି। ଦେଶରେ ୪୬ହଜାର ସିକ୍ୟୁଏନ୍ସିଂ ମଧ୍ୟରୁ ଓଡ଼ିଶାରୁ ପ୍ରାୟ ୧୧ଶହ ଜିନମ ସିକ୍ୟୁଏନ୍ସିଂ କରାଯାଇଛି। ସେଥିମଧ୍ୟରୁ ଭୁବନେଶ୍ବର ଆଇଏଲଏସରେ କେବଳ ଗୋଟିଏ ଡେଲଟା ପ୍ଲସ ମ୍ୟୁଟେସନ ଚିହ୍ନଟ ହୋଇଛି। ଚିହ୍ନଟ ହୋଇଥିବା ମ୍ୟୁଟେସନର ପ୍ରଭାବ ନେଇ ଗବେଷଣା ଚାଲିଛି। ଟିକା ନେବା ପରେ କେତେ ସଂକ୍ରମିତ ହେଉଛନ୍ତି ତର୍ଜମା ଚାଲିଛି। ଟିକା ପରବର୍ତ୍ତୀ ସଂକ୍ରମଣ ଘଟଣାରେ ମାତ୍ର ଜଣେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ବୋଲି ସୂଚନା ଦିଆଯାଇଛି।

ଆଇଏଲଏସ ନିର୍ଦେଶକ ଅଜୟ ପରିଡ଼ା କହିଛନ୍ତି ଯେ ଡେଲଟା ପ୍ଲସ ସାଂଘାତିକ ନୁହେଁ; ଏହା ଗୋଟିଏ ମ୍ୟୁଟେସନ। ଡେଲଟା ପ୍ଲାସ ସାଂଘାତିକ ହୋଇଥିଲେ ସଂକ୍ରମଣ ବଢ଼ିଥାନ୍ତା। କିନ୍ତୁ ସେଭଳି ଦେଖିବାକୁ ମିଳିନାହିଁ। ଟିକା ନେବା ପରେ କେତେ ସଂକ୍ରମିତ ହେଉଛନ୍ତି ତର୍ଜମା ଚାଲିଛି। ଆଗାମୀ ଦିନରେ ଏହାର ପ୍ରଭାବ ନେଇ ଗବେଷଣା ଜାରି ରହିଛି।
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବଭାଗ ନିର୍ଦେଶକ କହିଛନ୍ତି ଯେ ଡେଲଟା ପ୍ଲସ ଚିହ୍ନିତ ବ୍ୟକ୍ତି ସୁସ୍ଥ ଅଛନ୍ତି। ଯେଉଁ ଜିଲାରେ ସଂକ୍ରମଣ ଅଧିକ ସେଠାରେ ସ୍ବତନ୍ତ୍ର ଷ୍ଟ୍ରାଟେଜି ନିଆଯାଉଛି। ଉଚ୍ଚକ୍ଷମତା ସମ୍ପନ୍ନ ବୈଠକ ବସି ଜୁନ ୩୦ ପରେ କ’ଣ ହେବ ନିଷ୍ପତ୍ତି ନିଆଯିବ।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories