ଭଞ୍ଜନଗର: ବନ୍ଦ ଘର ଭିତରୁ ମହିଳା ଯନ୍ତ୍ରୀଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ଲଣ୍ଡେଇ ସାହିରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ପୁଲିସ ଉଦ୍ଧାର କରିଛି। ଘର ଭିତରୁ ଦୁର୍ଗନ୍ଧ ଆସିବାରୁ ପୁଲିସକୁ ଖବର ପଡ଼ୋଶୀ ଦେଇଥିଲେ। ମୃତ ମହିଳା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗରେ କନିଷ୍ଠ ଯନ୍ତ୍ରୀ ଥିଲେ। ମହିଳାଙ୍କ ମୃତ୍ୟୁ ୪/୫ଦିନ ତଳୁ ହୋଇଥିବା ପୁଲିସ ସନ୍ଦେହ କରୁଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ମୃୃତଦେହ ଜବତ କରି ପୁଲିସ ପକ୍ଷରୁ ତଦନ୍ତ ପ୍ରକିୟା ଆରମ୍ଭ କରାଯାଇଛି।
Popular Categories



