www.samajalive.in
Tuesday, December 9, 2025
16.1 C
Bhubaneswar

ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଥିବା ସମସ୍ତ କ୍ରୀଡ଼ାବିତଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ଆଜି ଅଲିମ୍ପିକ୍ ଦିବସରେ ବିଭିନ୍ନ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଥିବା ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, କ୍ରୀଡ଼ା କ୍ଷେତ୍ରରେ ସେମାନଙ୍କର ଅବଦାନ ପାଇଁ ଦେଶ ଗର୍ବିତ। ଶ୍ରୀ ମୋଦୀ କହିଛନ୍ତି, ଆଜି ଅଲିମ୍ପିକ୍ ଦିବସରେ ମୁଁ ସମସ୍ତଙ୍କୁ ପ୍ରଶଂସା କରୁଛି ଯେଉଁମାନେ ବର୍ଷ ବର୍ଷ ଧରି ବିଭିନ୍ନ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି। କ୍ରୀଡା ପ୍ରତି ସେମାନଙ୍କର ଅବଦାନ ଏବଂ ଅନ୍ୟ କ୍ରୀଡ଼ାବିତଙ୍କୁ ଉତ୍ସାହିତ କରିବା ପାଇଁ ସେମାନଙ୍କର ଉଦ୍ୟମ ପାଇଁ ଆମ ଦେଶ ଗର୍ବିତ।


ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ଯେ କିଛି ସପ୍ତାହ ମଧ୍ୟରେ ଟୋକିଓ ଅଲିମ୍ପିକ୍ସ ୨୦୨୦ ଆରମ୍ଭ ହେବ ଓ ସେଥିପାଇଁ ସେ ଆମ ଦେଶର ଖେଳାଳୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆମର ସର୍ବୋତ୍ତମ କ୍ରୀଡ଼ାବିତମାନଙ୍କୁ ନେଇ ଗଠିତ ଦଳକୁ ଶ୍ରୀ ମୋଦୀ ସ୍ୱାଗତ କରିଛନ୍ତି। ଏହି ଅବସରରେ ମାଇଁ ଗଭ ପୋର୍ଟାଲରେ ଏକ ଆକର୍ଷଣୀୟ କୁଇଜ୍ ଅଛି ଓ ସେଥିରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ବିଶେଷ ଭାବରେ ଦେଶର ଯୁବ ବନ୍ଧୁମାନେ ଏଥିରେ ଭାଗ ନେବାକୁ ସେ ଆହ୍ୱାନ ଦେଇଛନ୍ତି।https://quiz.mygov.in/quiz/road-to-tokyo-2020/ରେ କ୍ଲିକ କରି ଏହି କ୍ୱିଜରେ ଭାଗ ନେଇହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories