ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟିର ବିର୍ଲା ସ୍କୁଲ ଅଫ କମ୍ୟୁନିକେସନର ବିଏଜେଏମସି (ସମ୍ମାନ) ବିଦାୟ ଏବଂ ଏମଏଜେଏମସି ସିନିୟରମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଶନିବାର ଆୟୋଜିତ ଏକ ଭର୍ଚୁଆଲ ଉତ୍ସବରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କନିଷ୍ଠ ଛାତ୍ରଛାତ୍ରୀମାନେ ବରିଷ୍ଠ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିଥିଲେ। ଭର୍ଚୁଆଲ ପଦ୍ଧତିରେ ଆୟୋଜିତ ହୋଇଥିଲେ ମଧ୍ୟ ଏଥିରେ ଛାତ୍ରଛାତ୍ରୀଙ୍କର ଆଗ୍ରହ ସ୍ପଷ୍ଟ ବାରିହୋଇପଡୁଥିଲା। କିଛି ବରିଷ୍ଠ ଛାତ୍ରଛାତ୍ରୀ କ୍ୟାମ୍ପସରେ ସେମାନଙ୍କର ଅନୁଭୂତି ବର୍ଣ୍ଣନା କରିବା ସମୟରେ କାର୍ଯ୍ୟକ୍ରମରେ ବେଶ୍ ଭାବପ୍ରବଣ ମୁହୂର୍ତ୍ତ ସୃଷ୍ଟି ହୋଇଥିଲା। ସ୍କୁଲ ଅଫ କମ୍ୟୁନିକେସନ ଡିନ୍ ପ୍ରଫେସର ଡ. ସାମସନ ମହାରଣା ଏବଂ ଅନ୍ୟ ଅଧ୍ୟାପକ ମଣ୍ଡଳୀ ସଦସ୍ୟ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ। ଏଥିସହିତ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରାଯାଇଥିଲା।
Popular Categories



