www.samajalive.in
Monday, December 8, 2025
17.1 C
Bhubaneswar

ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍ ଫାଇନାଲ : ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ଆଗୁଆ

ସାଉଥାମ୍ପଟନ : ଚଳିତ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ ଫାଇନାଲ ମ୍ୟାଚ୍‌ର ପ୍ରଥମ ୪ ଦିନରୁ ମାତ୍ର ୨ ଦିନର ଖେଳ ସମ୍ଭବ ହୋଇଥିବା ବେଳେ ମଙ୍ଗଳବାର ୫ମ ଦିନର ଖେଳ ଶେଷ ଯାଏ ହୋଇଥିଲା। ଏହିଦିନ ମଧ୍ୟ ବଲ୍‌ ସ୍ବିଙ୍ଗ୍ କରିବା ଜାରି ରହିଥିଲା। ନ୍ୟୁଜିଲାଣ୍ଡ ପାଇଁ ଅଧିନାୟକ କେନ୍ ୱିଲିୟମ୍‌ସନ ଗୋଟିଏ ପଟେ ଲଢ଼ିଥିଲେ। ଅନ୍ୟ ବ୍ୟାଟ୍‌ସମ୍ୟାନ୍ କିଛି ଉପଯୋଗୀ ଯୋଗଦାନ କରିଥିଲେ। ମହମ୍ମଦ ସାମି ଓ ଈଶାନ୍ତ ଶର୍ମା ଚମତ୍କାର ବୋଲିଂ କରି ନ୍ୟୁଜିଲାଣ୍ଡ ଇନିଂସକୁ ରୋକି ପାରିଥିଲେ। ତଥାପି ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୩୨ ରନ୍‌ରେ ଆଗୁଆ ହୋଇଛି। ଭାରତର ପ୍ରଥମ ଇନିଂସ ସ୍କୋର୍ ୨୧୭ ରନ୍‌ ଜବାବରେ ମଙ୍ଗଳବାର ୫ମ ଦିନରେ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୨୪୯ ରନ୍‌କରି ଅଲ୍ଆଉଟ ହୋଇ ଯାଇଥିଲା। ବୁଧବାର ହେଉଛି ମ୍ୟାଚ୍‌ର ୬ଷ୍ଠ ତଥା ଅତିରିକ୍ତ ଦିବସ।
୫ମ ଦିନର ଚା’ପାନ ବିରତି ପୂର୍ବରୁ ନ୍ୟୁଜିଲାଣ୍ଡର ପ୍ରଥମ ଇନିଂସ ସମାପ୍ତ ହୋଇଥିଲା। ପରେ ସର୍ବଶେଷ ସମ୍ବାଦ ମିଳିବା ବେଳକୁ ଭାରତ ୨ୟ ଇନିଂସରେ ୨ ୱିକେଟ ହରାଇ ୬୪ ରନ୍ କରିଛି। ଭାରତୀୟ ଓପ୍‌ନିଂ ଯୋଡ଼ି ରୋହିତ ଶର୍ମା ଓ ଶୁବ୍‌ମାନ ଗିଲ୍‌ ସତର୍କତାର ସହ ଇନିଂସ ଆରମ୍ଭ କରିଥିଲେ। ଗିଲ୍‌ ୮ ରନ୍‌କରି ଟିମ୍ ସାଉଦିଙ୍କ ବଲ୍‌ରେ ଆଉଟ ହୋଇଥିଲେ। ରୋହିତ ଶର୍ମା ମଧ୍ୟ ୩୦ ରନ୍ କରି ସାଉଦିଙ୍କ ବଲ୍‌ରେ ଆଉଟ ହୋଇଥିଲେ। ଚେତେଶ୍ବର ପୂଜାରା ୧୨ ଏବଂ ଅଧିନାୟକ ବିରାଟ କୋହଲି ୮ ରନ୍‌କରି ବ୍ୟାଟିଂ କରୁଛନ୍ତି।
୩ୟ ଦିନରେ ନ୍ୟୁଜିଲାଣ୍ଡ ୨ ୱିକେଟ ହରାଇ ୧୦୧ ରନ୍ କରିଥିଲା। ୫ମ ଦିନ ପ୍ରାରମ୍ଭରୁ ଅଧିନାୟକ କେନ୍ ୱିଲିୟମ୍‌ସନ ଓ ରସ୍ ଟେଲର ବେଶ୍‌ କିଛି ସମୟ କ୍ରିଜ୍‌ରେ ରହି ଧିମା ବ୍ୟାଟିଂ କରିଥିଲେ। ଏକ ଉଚ୍ଚା ଡ୍ରାଇଭ୍ ମାରି ରସ୍ ଟେଲର ୨ଟି ଚୌକା ସହ ୧୧ ରନ୍‌କରି ଆଉଟ ହୋଇଥିଲେ। ପରେ ୧୮ ରନ୍‌ରେ ନ୍ୟୁଜିଲାଣ୍ଡ ୩ଟି ୱିକେଟ ହରାଇଥିଲା। ମହମ୍ମଦ ସାମି ଓ ଈଶାନ୍ତ ଶର୍ମା ଚମତ୍କାର ସ୍ବିଙ୍ଗ୍‌ ବୋଲିଂର ପ୍ରଦର୍ଶନ କରିଥିଲେ। ନିର୍ଭରଯୋଗ୍ୟ ହେନ୍‌ରି ନିକୋଲ୍‌ସ ମାତ୍ର ୭ ରନ୍‌କରି ସ୍ଲିପ୍‌ରେ କ୍ୟାଚ୍ ଦେଇଥିଲେ। ଜୀବନର ଅନ୍ତିମ ଟେଷ୍ଟମ୍ୟାଚ୍‌ ଖେଳୁଥିବା ବି.ଜେ. ୱାଟ୍‌ଲିଙ୍ଗ୍‌ ୧ ରନ୍‌କରି ଆଉଟ ହୋଇଥିଲେ। ନ୍ୟୁଜିଲାଣ୍ଡ ୧୩୫ ରନ୍‌ରେ ୫ଟି ୱିକେଟ ହରାଇଥିଲେ ହେଁ ତଳ ଅର୍ଡର ବ୍ୟାଟ୍‌ସମ୍ୟାନଙ୍କ ଉପଯୋଗୀ ଇନିଂସ ବଳରେ ଭାରତୀୟ ସ୍କୋର୍‌କୁ ଅତିକ୍ରମ କରିଥିଲା। କଲିନ୍ ଡି ଗ୍ରାଣ୍ଡହୋମ୍ ୧୩ ରନ୍ କରିଥିଲେ। ୭ମ ୱିକେଟ ପାଇଁ କାଏଲ୍‌ ଜେମିସନ୍‌ ଓ ୱିଲିୟମ୍‌ସନ ୩୦ ରନ୍ ଯୋଡ଼ିଥିଲେ ହେଁ ଜେମିସନ୍‌ଙ୍କ ଯୋଗଦାନ ଥିଲା ୨୧ ରନ୍‌। ପରେ ଟିମ୍ ସାଉଦି ମଧ୍ୟ ଉପଯୋଗୀ ବ୍ୟାଟିଂ କରିଥିଲେ। ୮ମ ବ୍ୟାଟ୍‌ସମ୍ୟାନ୍ ଭାବେ ଆଉଟ ହୋଇଥିବା କେନ୍ ୱିଲିୟମ୍‌ସନ ୧୭୭ ବଲ୍‌ରୁ ୬ଟି ଚୌକା ସହ ୪୯ ରନ୍ କରିଥିଲେ। ଟିମ୍ ସାଉଦି ୪୬ ବଲ୍‌ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୩୦ ରନ୍ କରିଥିଲେ। ମହମ୍ମଦ ସାମି ୪ଟି, ଈଶାନ୍ତ ଶର୍ମା ୩ଟି, ରବିଚନ୍ଦ୍ରନ ଅଶ୍ବିନ ୨ଟି ଓ ରବୀନ୍ଦ୍ର ଜାଡ଼େଜା ଗୋଟିଏ ୱିକେଟ ପାଇଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories