www.samajalive.in
Monday, December 8, 2025
14.1 C
Bhubaneswar

ଉଚ୍ଚ ନ୍ୟାୟାଳୟକୁ ଗଲା ‘ନନ୍ଦିଘୋଷ’ ଗଡ଼ିବା ପ୍ରସଙ୍ଗ

କେନ୍ଦୁଝରଗଡ଼ : କେବଳ ପୁରୀକୁ ବାଦ୍‍ ଦେଇ ରାଜ୍ୟର ଅନ୍ୟକୌଣସି ସ୍ଥାନରେ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ରଥଯାତ୍ରାକୁ ରାଜ୍ୟ ସରକାର ଅନୁମତି ପ୍ରଦାନ ନକରିବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏହାକୁ ବିରୋଧ କରି ତୀବ୍ର ପ୍ରତିକ୍ରିୟା ପକାଶ ପାଇଛି। କରୋନା ମହାମାରୀ ସମୟରେ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ଯଦି ସମ୍ଭବ ହୋଇପାରୁଛି ତାହେଲେ ରାଜ୍ୟର ଅନ୍ୟ ପ୍ରମୁଖ ବହୁ ପୁରାତନ ରଥଯାତ୍ରା ଅନୁଷ୍ଠିତ ହେବାରେ ଅସୁବିଧା କେଉଁଠି ବୋଲି କେନ୍ଦୁଝରର ରାଷ୍ଟ୍ର ଦେବତା ବଳଦେବଜୀଉ ମନ୍ଦିରର ସେବାୟତମାନେ ପ୍ରଶ୍ନ କରିଛନ୍ତି। ଏଭଳି ସ୍ଥିତିରେ ସୋମବାର ମନ୍ଦିରର ପହଣ୍ଡିଆ ସେବାୟତ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ଅନ୍ୟପକ୍ଷରେ ଉଭୟ ବଳଦେବଜୀଉ ଓ ମାଉସୀମା ମନ୍ଦିର ସମ୍ମୁଖରେ ଶ୍ରଦ୍ଧାଳୁମାନେ ପ୍ରତୀକାତ୍ମକ ଧାରଣା ସହ ଘଣ୍ଟବାଡ଼ାଇ ପ୍ରତିବାଦ ଜଣାଇଛନ୍ତି। ଏହି ଘଟଣା ଏଠାରେ ସାଧାରଣରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ପୁରୀ ରଥଯାତ୍ରା ଭଳି ପରମ୍ପରା ଅନୁସାରେ କେନ୍ଦୁଝରର ୪୫୦ବର୍ଷର ବହୁ ପୁରାତନ ରଥଯାତ୍ରାର ସାମଞ୍ଜସ୍ୟ ରହିଥିବା ବେଳେ ଏହି ରଥ ଯାତ୍ରାରେ ଆଦିବାସୀଙ୍କ ପ୍ରଥା, ପରମ୍ପରା ଓ ସଂସ୍କୃତି ଜଡିତ ରହିଛି।

କେନ୍ଦୁଝରର ରାଷ୍ଟ୍ରଦେବ ବଳଦେବଜୀଉ ହୋଇଥିଲେ ହେଁ ରଥର ନାମ ପ୍ରଭୁ ଜଗନ୍ନାଥଙ୍କ ନାମରେ ‘ନନ୍ଦିଘୋଷ’ ଏବଂ ଏହି ଗୋଟିଏ ରଥରେ ତିନି ଠାକୁର ରଥାଋଢ଼ ହୋଇ ମାଉସୀ ମା’ ମନ୍ଦିର ବିଜେ କରିବା ଦୃଶ୍ୟ ଖୁବ୍‍ ନିଆରା। ୭୨ଫୁଟ ଉଚ୍ଚ ଓ ୪୫ ଫୁଟ ପ୍ରସ୍ଥ ଏବଂ ୧୬ ଚକ ବିଶିଷ୍ଟ କେନ୍ଦୁଝର ରଥ ‘ନନ୍ଦିଘୋଷ’କୁ ଗ୍ଲୋବାଲ ରେକର୍ଡସ, ଏସିଆ ପାସିଫିକ୍‍ ରେକର୍ଡସ୍‍, ଇଣ୍ଡିଆସ ନ୍ୟାସନାଲ ରେକର୍ଡସ୍‍, ବ୍ରିଟେନର ୱାଣ୍ଡର ବୁକ୍‍ ଅଫ୍‍ ରେକର୍ଡସ୍‍ ଇଣ୍ଟରନ୍ୟାସନାଲ ଓ ଲିମକା ବୁକ୍‍ ଅଫ୍‍ ରେକର୍ଡସ୍‍ ପକ୍ଷରୁ ବିଶ୍ୱର ଉଚ୍ଚତମ ରଥ ଭାବେ ମାନ୍ୟତା ମିଳିବା ସହ ଗିନିଜ୍‍ ବୁକ୍‍ ଅଫ୍‍ ୱାଲ୍ଡ ରେକର୍ଡରେ ସ୍ଥାନ ପାଇଁ ମଧ୍ୟ ଆବେଦନ କରିସାରିଛି। ସରକାରଙ୍କ କରୋନା କଟକଣା ମଧ୍ୟରେ ପୁରୀ ଭଳି କେନ୍ଦୁଝରରେ ମଧ୍ୟ ବିନାଭକ୍ତରେ ରଥଯାତ୍ରା ସମ୍ପୂର୍ଣ୍ଣ ଦାବିରେ ରବିବାର ସନ୍ଧ୍ୟାରେ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ପ୍ରଙ୍ଗଣରେ ଶତାଧିକ ଜଗନ୍ନାଥ ପ୍ରେମୀ ଦ୍ୱୀପ ଦାନ ସହ ପ୍ରତୀକାତ୍ମକ ଧାରଣା ପ୍ରଦର୍ଶନ କରିଥିଲେ। କରୋନା କଟକଣା ମଧ୍ୟରେ କେନ୍ଦୁଝରରେ ମଧ୍ୟ ରଥଯାତ୍ରା ସମ୍ପର୍ଣ୍ଣ ସହ ବିଶ୍ୱର ସର୍ବୋଚ୍ଚ ରଥ ‘ନନ୍ଦିଘୋଷ’ ଗଡିବା ଦାବିରେ ଠାକୁରଙ୍କ ପହଣ୍ଡିଆ ସେବାୟତ ପ୍ରିୟପଦ ମିଶ୍ର ଓ ଅର୍ନ୍ତଯ୍ୟାମୀ ପତି ଏବଂ ବୁଦ୍ଧିଜୀବୀ ସୋମନାଥ ସେଠୀ ସୋମବାର ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି। ତେବେ ହାଇକୋର୍ଟ ଏ ସମ୍ପର୍କରେ କେଉଁ ପ୍ରକାର ରାୟ ଶୁଣାଉଛନ୍ତି ସେଥିନେଇ ହଜାର ହଜାର ଶ୍ରଦ୍ଧାଳୁ ଉତ୍ସୁକତାର ସହ ଚାହିଁ ରହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories