www.samajalive.in
Wednesday, December 10, 2025
18.1 C
Bhubaneswar

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଟାଙ୍ଗିଆରେ ହାଣି ବୃଦ୍ଧଙ୍କୁ ହତ୍ୟା, ଅଭିଯୁକ୍ତକୁ ଧରି ପୁଲିସ ଜିମା ଦେଲେ ଗ୍ରାମବାସୀ

ବୌଦ୍ଧ : ବୌଦ୍ଧ ଜିଲା ଆମ୍ଭଝରୀ ପଞ୍ଚାତୟର ବଏଲବେଡା ଗ୍ରାମରେ ମଙ୍ଗଳବାର ଅପରାହ୍ନରେ ଏକ ଜଘଣ୍ୟ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ, ଗ୍ରାମର ବୀର ମନହୀରା(୭୦) ଓ ଗ୍ରାମର ପୂଜକ ଗୁଡୁ ଝାଙ୍କର(୬୫)ଙ୍କ ମଧ୍ୟରେ ଦୀର୍ଘଦିନ ହେବ ଶତ୍ରୁତା ଲାଗି ରହିଥିଲା। ମଙ୍ଗଳବାର ଦିନ ପୂଜକ ଗୁଡୁ ନିଜ ଜମିରେ ଏକ ବୋଦା ବଳୀ ଦେଇ ମାଟି ମାଆକୁ ପୂଜା କରି ସନ୍ଧ୍ୟା ପ୍ରାୟ ୫ ଘଣ୍ଟା ସମୟରେ ଘରକୁ ଫେରୁଥିଲେ। ଏହି ସମୟରେ ଗ୍ରାମର ବୀର ମନହୀରାଙ୍କ ନିଜ ଘର ବାରିପଟେ ବସିଥିଲେ। ପୂର୍ବ ଶ୍ରତୁତାକୁ କେନ୍ଦ୍ର କରି ଗୁଡୁ ଧରିଥିବା ଟାଙ୍ଗିରେ ବୀରକୁ ଗଳା ଓ ବିଭିନ୍ନ ସ୍ଥାନରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ବୀରର ମୃତ୍ୟୁ ହୋଇଯିବାପରେ ଗୁଡୁ ଗ୍ରାମରୁ ଫେରାର ହେବାକୁ ଉଦ୍ୟମ କରୁଥିବାବେଳେ ଗ୍ରାମବାସୀମାନେ ତାଙ୍କୁ ଅଟକ ରଖିବା ସହିତ ପୋଲିସକୁ ସୂଚନା ଦେଇଥିଲେ।

ସୂଚନା ପାଇ ବୌଦ୍ଧଥାନା ଅଧିକାରୀ ତପସ୍ୱିନୀ କହଁର ଓ ବଘିଆପଡା ଫାଣ୍ଡି ଅଧିକାରୀ ତପନ କୁମାର ସ୍ୱାଇଁ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ଗ୍ରାମବାସୀଙ୍କ କବଳରୁ ଅଭିଯୁକ୍ତକୁ ଆଣିବା ସହ ହତ୍ୟାକାଣ୍ଡର କାରଣ ସଂପର୍କରେ ଅଧିକ ତଦନ୍ତ ଚଳାଇଥିବା ଜଣାପଡିଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories