www.samajalive.in
Saturday, December 6, 2025
26.1 C
Bhubaneswar

ରୂପେଲୀ ପରଦାରେ ରାକ୍ଷୀ

ଭୁବନେଶ୍ୱର : ଭଉଣୀର ବିଶ୍ୱାସ ଓ ଭାଇର କର୍ତ୍ତବ୍ୟର ପର୍ବ ରାକ୍ଷୀ ପୂର୍ଣ୍ଣିମା। ଏହି ଦିନରେ ସବୁ ଭଉଣୀ ଭାଇର ହାତରେ ନିଜର ସୁରକ୍ଷାର କବଚ ବାନ୍ଧିବାକୁ ଚାହିଁ ବସିଥାନ୍ତି। ଓଲିଉଡ ଜଗତରେ ମଧ୍ୟ ଏହି ପର୍ବକୁ ପରଦାରେ ଦେଖିବାକୁ ମିଳିଛି। କିଛି ଚଳଚ୍ଚିତ୍ର ଭାଇଭଉଣୀଙ୍କ ଏହି ପବିତ୍ର ପର୍ବକୁ ନେଇ ମଧ୍ୟ ନାମିତ କରାଯାଇଛି। ତେବେ ଆସନ୍ତୁ ଜାଣିବା ଓଲିଉଡରେ କେଉଁ ଅଭିନେତା ଅଭିନେତ୍ରୀଙ୍କ ଯୋଡିକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି।
ରତିକାନ୍ତ କାନୁନ୍‍ଗୋଙ୍କ ପ୍ରଯୋଜିତ ସୁପରହିଟ ଚଳଚ୍ଚିତ୍ର ‘ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ’ରେ ଅଭିନେତା ମିହିର ଦାସ ଓ ଅଭିନେତ୍ରୀ ଅନୁ ଚୌଧୁରୀଙ୍କ ଅଭିନୟକୁ ଦର୍ଶକ ଖୁବ ପସନ୍ଦ କରିଥିଲେ। ଚଳଚ୍ଚିତ୍ରରେ ମିହିର ଦାସଙ୍କ ଖଣ୍ଡିଆ ହାତ ଭଉଣୀ ଅନୁ ଚୌଧୁରୀଙ୍କ ଉପରେ ଆସୁଥିବା ସମସ୍ତ ବିପଦରୁ ରକ୍ଷା କରିଥିବା ଦେଖିବାକୁ ମିଳିଥିଲା।
ସଂଗ୍ରାମ ବିଶ୍ୱାଳଙ୍କ ନିର୍ଦ୍ଦେଶିତ ଏକ ସୁପରହିଟ ଚଳଚ୍ଚିତ୍ର ‘ରାକ୍ଷୀ ଭିଜିଗଲା ଆଖି ଲୁହରେ’ ଅଭିନେତା ବିଜୟ ମହାନ୍ତିଙ୍କ ଭଉଣୀ ଭୂମିକାରେ ନଜର ଆସିଥିଲେ ବଙ୍ଗିୟ ସୁନ୍ଦରୀ ‘ରଚନା ବାନାର୍ଜୀ’। ଏହି ଚଳଚ୍ଚିତ୍ରରେ ଅଭିନେତା ବିଜୟ ମହାନ୍ତିଙ୍କ ଦୁର୍ଘଟଣାରେ ହାତ କଟିଯିବାରୁ ଭଉଣୀ ରଚନା ବାନାର୍ଜୀ ବିଜୟଙ୍କୁ ସମସ୍ତ କାର୍ଯ୍ୟରେ ସାହାର୍ଯ୍ୟ କରିଥିଲେ।
୨୦୦୯ରେ ମୁକ୍ତିଲାଭ କରିଥିବା ଏସ୍‍.କେ.ମୁରଲୀଧରନ୍‍ଙ୍କ ନିର୍ଦେଶିତ ‘ଆକାଶେ କି ରଙ୍ଗ ଲାଗିଲା’ ଚଳଚ୍ଚିତ୍ରରେ ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ରାଲି ନନ୍ଦଙ୍କୁ ଭାଇଭଉଣୀ ଭୂମିକାରେ ଦେଖିବାକୁ ମିଳିଥିଲା। ଏହା ଥିଲା ରାଲି ନନ୍ଦଙ୍କ ଦ୍ୱିତୀୟ ଚଳଚ୍ଚିତ୍ର।
ସେହିପରି ଅଭିନେତ୍ରୀ ଜୀନା ସାମଲ ଓ ଅଭିନେତା ମିହିର ଦାସଙ୍କ ଭାଇ ଭଉଣୀ ଅଭିନୀତ ‘ଫେରିଆ ମୋ ସୁନା ଭଉଣୀ’ ଚଳଚ୍ଚିତ୍ର ସୁପରହିଟ ହୋଇଥିଲା। ଏହି ଚଳଚ୍ଚିତ୍ର ପାଇଁ ଅଭିନେତ୍ରୀ ଜୀନା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଥିଲେ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories